ଟିପିସିଓଡିଏଲ୍‌ ପକ୍ଷରୁ ନୂତନ ପ୍ରକଳ୍ପର ଶିଳାନ୍ୟାସ

ଭୁବନେଶ୍ୱର,୨୯।୧୨:ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ର ନୂତନ ପ୍ରକଳ୍ପ କଟକ ୪୨ମୌଜାସ୍ଥିତ ବରାଳଠାରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଯାଇଛି। ବିଶେଷ କରି କଟକ ୪୨ ମୌଜାସ୍ଥିତ ବରାଳଠାରେ ଏକ ନୂତନ ୩୩/୧୧ କେଭି ବିଦ୍ୟୁତ ସବ୍‌ଷ୍ଟେସନର ଶିଳାନ୍ୟାସ କରାଯାଇଛି। ଏହି ଅବସରରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶିଳାନ୍ୟାସ କରିଛନ୍ତି। ଉକ୍ତ ଶିଳାନ୍ୟାସ ସମାରୋହରେ ଟିପିସିଓଡିଏଲ୍‌ ମୁଖ୍ୟ ଅପରେସନ୍‌, ଟିପିସିଓଡିଏଲ୍‌ କଟକ ସର୍କଲ ମୁଖ୍ୟ, ସ୍ଥାନୀୟ ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ, ସମିତି ସଭ୍ୟ, ବ୍ଲକ ଉପାଧ୍ୟକ୍ଷ ଏବଂ ଅନ୍ୟାନ୍ୟ ଅଧିକାରୀ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ। ଅପରପକ୍ଷରେ ପୂର୍ବରୁ ଲୋ’ଭୋଲଟେଜ୍‌ ଏବଂ ଅନିୟମିତ ବିଦ୍ୟୁତ ଯୋଗାଣ ସମସ୍ୟା ଯୋଗୁଁ ହେଉଥିବା ସମସ୍ୟାକୁ ଏହି ନୂତନ ସବ୍‌ଷ୍ଟେସନ ସୁଧାରିବାକୁ ଯାଉଛି, ସବ୍‌ଷ୍ଟେସନ କାର୍ଯ୍ୟକ୍ଷମ ହେବା ପରେ ସମ୍ପୃକ୍ତ ଅଞ୍ଚଳର ଦଶ ହଜାରରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପ୍ରାୟ ୬ଟି ଗ୍ରାମ ପଞ୍ଚାୟତକୁ ଯଥେଷ୍ଟ ଲାଭ ପ୍ରଦାନ କରିବ।
ଏ ସମ୍ପର୍କରେ ଟିପିସିଓଡିଏଲର ସିଇଓ ଅରବିନ୍ଦ ସିଂହ କହିଛନ୍ତି, ଏହି ପଦକ୍ଷେପ ଆମେ ସେବା ପ୍ରଦାନ କରୁଥିବା ଗୋଷ୍ଠୀକୁ ଏକ ବିଶ୍ୱସନୀୟ ଏବଂ ଦକ୍ଷ ବିଦ୍ୟୁତ ଯୋଗାଣ ପାଇଁ ଆମର ପ୍ରତିବଦ୍ଧତା। ବିଶେଷ କରି ବରାଳ, ୪୨ମୌଜା, କଟକ ପ୍ରକଳ୍ପ ଉକ୍ତ ଅଞ୍ଚଳର ଶକ୍ତି ଭିତିଭୂମିର ବିକାଶ ପାଇଁ ଆମର ସମର୍ପଣର ପ୍ରମାଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

PF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ଉଠାଣର ଷ୍ଟେପ୍‌ ବାଇ ଷ୍ଟେପ୍‌ ପ୍ରକ୍ରିୟା…

ନୂଆଦିଲ୍ଲୀ,୧୨।୪: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର କୋଟି କୋଟି ଅଂଶଧାରକଙ୍କ ପାଇଁ ପିଏଫ (PF) ଟଙ୍କା ଉଠାଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ…

Dharitri Business Eminence Award 2026: ଶିକ୍ଷା ବ୍ୟବସାୟ ନୁହେଁ, ଭବିଷ୍ୟତ ଗଢ଼ିବାର ମାଧ୍ୟମ

ଶିକ୍ଷା ଶିଳ୍ପରେ ଜଣେ ଆଗଧାଡ଼ିର ଉଦ୍ୟୋଗୀ ଭାବେ ସୋମଦତ୍ତ ବେହୁରା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭୁବନେଶ୍ୱରସ୍ଥିତ କେ.ଟି. ଗ୍ଲୋବାଲ୍‌ ସ୍କୁଲର ପ୍ରତିଷ୍ଠାତା ସୋମଦତ୍ତ ବେହୁରା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri