Categories: ଜାତୀୟ

ଟିକ୍‌ଟକ୍‌ ନିଶାରେ ମହିଳା କନଷ୍ଟେବଳ

ନୂଆଦିଲ୍ଲୀ, ୩୧।୭: ଟିକ୍‌ଟକ୍‌ ଭିଡିଓ କରିବା ନିଶା ଏବେ ସମସ୍ତଙ୍କୁ ଘାରିଛି। କାର୍ଯ୍ୟକ୍ଷେତ୍ରରେ ଥାଇ ବି ଟିକ୍‌ଟକ୍‌ରେ ମାତୁଛନ୍ତି କର୍ମଚାରୀ। ଦିଲ୍ଲୀର ଦୁଇ ମହିଳା କନଷ୍ଟେବଳଙ୍କ ଟିକ୍‌ଟକ୍‌ ଭିଡିଓ ଏବେ ଭାଇରାଲ ହେଉଛି। କାର୍ଯ୍ୟରତ ଦୁଇ କର୍ମଚାରୀ ପୋଲିସ୍‌ ବର୍ଦ୍ଦିରେ ଏକ ହରିୟାଣା ଗୀତରେ ନାଚୁଥିବାର ଦେଖାଯାଇଛି। କିଛିଦିନ ତଳେ ଗୁଜରାଟ ମହେସାଣା ଜିଲାର ଲାଘନଜ ଥାନାର ପୋଲିସ କନେଷ୍ଟବଳ ଅପୂର୍ବା ଚୌଧୁରୀ ଟିକ୍‌ଟକ୍‌ ଭିଡିଓ କରି କାର୍ଯ୍ୟରୁ ନିଲମ୍ବିତ ହୋଇଥିଲେ। ପୂର୍ବରୁ ମଧ୍ୟ କିଛି ଡାକ୍ତରଖାନା ନର୍ସମାନଙ୍କ ଭିଡିଓ ଖୁବ ଭାଇରାଲ ହୋଇଥିଲା। ଏଥିନେଇ ସଂପୃକ୍ତ କର୍ତ୍ତୃପକ୍ଷ ସାମାନଙ୍କ ବିରୋଧରେ ଦୃଢ ପଦକ୍ଷେପ ନେଇଥିଲେ।

Share