ଟିଏମ୍‌ସି ତଥ୍ୟ ଇ-ଅଫିସ ମାଧ୍ୟମରେ ଦିଅ  

ଜଗତ୍‌ସିଂହପୁର ଅଫିସ,୨୪ା୫: କରୋନା ସଂକ୍ରମଣ ବଢ଼ୁଥିବାରୁ ପ୍ରତ୍ୟହ ଜିଲାକୁ ପ୍ରବାସୀଙ୍କ ଆଗମନ ହେଉଛି। ସେମାନଙ୍କୁ ଜିଲାର ବିଭିନ୍ନ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର (ଟିଏମ୍‌ସି)ରେ ରଖାଯାଉଛି। କିନ୍ତୁ ଟିଏମ୍‌ସିରେ ପ୍ରବାସୀଙ୍କ ରହିବା ପାଇଁ ପୂର୍ବରୁ ଥିବା ଅବଧିରେ ସଂଶୋଧନ ହୋଇଛି। ଏଣିକି ପ୍ରବାସୀ କ୍ବାରାଣ୍ଟାଇନ କେନ୍ଦ୍ରରେ ୭ ଦିନ ଓ ଘରେ ଅର୍ଥାତ୍‌ ହୋମ କ୍ବାରାଣ୍ଟାଇନ୍‌ରେ ୭ ଦିନ ରହିବାକୁ ନିଷ୍ପତ୍ତି ନିଆଯାଇଛି। ଟିଏମ୍‌ସିରେ ପ୍ରବାସୀଙ୍କ ଖାଦ୍ୟ ଆଦି ବାବଦ ପ୍ରାପ୍ୟ ପାଇବା ପାଇଁ ହେଲେ ବିଡିଓମାନେ ନିର୍ଭୁଲ ତଥ୍ୟ ଇ-ଅଫିସ ମାଧ୍ୟମରେ ପଠାଇବାକୁ ପଡିବ। ତାହା ନ ହେଲେ ଅର୍ଥ ବରାଦ କରାଯାଇ ପାରିବ ନାହିଁ। ସେହିପରି ପ୍ରତ୍ୟହ ପ୍ରବାସୀ ଜିଲାକୁ ଫେରିବାଠାରୁ ଟିଏମ୍‌ସିରେ ରହିବା ପର୍ଯ୍ୟନ୍ତ ସମସ୍ତ ତଥ୍ୟ କୋଭିଡ୍‌ ପୋର୍ଟାଲରେ ଅପଡେଟ୍‌ ହେବା ଜରୁରୀ। ରବିବାର ଜିଲାରେ ବାତ୍ୟା ପରର ସ୍ଥିତି ଓ କୋଭିଡ୍‌-୧୯ ସମ୍ପର୍କିତ ସମୀକ୍ଷା ବୈଠକରେ ଯୋଗଦେଇ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହା କହିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ଓସୱାନ ଭିସି ରୁମ୍‌ରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଜିଲାର ବିଡିଓ, ତହସିଲଦାର ଓ ନିର୍ବାହୀ ଅଧିକାରୀଙ୍କ ସହ ଅନୁଷ୍ଠିତ ସମୀକ୍ଷାରେ ଜିଲାପାଳ ଏକଥା ମଧ୍ୟ କହିଥିଲେ ବାତ୍ୟା ଅମ୍ଫନ୍‌ରେ ପାଖାପାଖି ୧୭ ହଜାର ଲୋକଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା। ସମସ୍ତ ତହସିଲଦାର ମେ’ ୨୬ ତାରିଖ ସୁଦ୍ଧା ବିଭାଗୀୟ ଅଧିକାରୀଙ୍କ ସହିତ ଯୁଗ୍ମ ରିପୋର୍ଟ ପଠାଇବାକୁ ପଡିବ। ଗ୍ରାମ ପଞ୍ଚାୟତ ନୋଡାଲ ଅଧିକାରୀ ଓ ପୌର ପରିଷଦ ୱାର୍ଡ ନୋଡାଲ ଅଧିକାରୀମାନେ ସେମାନଙ୍କ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ଥିତି ଓ ପ୍ରବାସୀଙ୍କ ତଥ୍ୟ କୋଭିଡ୍‌ ପୋର୍ଟାଲରେ ଅପଲୋଡ୍‌ କରିବାକୁ ହେବ। ସମସ୍ତ ବ୍ଲକର ବିଡିଓ, ସେମାନଙ୍କ ପଞ୍ଚାୟତ ନୋଡାଲ ଅଧିକାରୀ, କମ୍ପ୍ୟୁଟର ପ୍ରୋଗ୍ରାମର ଓ ପୌର ପରିଷଦ ନିର୍ବାହୀ ଅଧିକାରୀମାନେ ପ୍ରତ୍ୟେକ ଦିନ ଟିଏମ୍‌ସି ଓ ପ୍ରବାସୀଙ୍କ ତଥ୍ୟ କୋଭିଡ୍‌ ପୋର୍ଟାଲରେ ଅପଲୋଡ୍‌କୁ ସୁନିଶ୍ଚିତ କରାଇବେ। ଗ୍ରାମାଞ୍ଚଳ ଓ ସହରାଞ୍ଚଳର କ୍ବାରାଣ୍ଟାଇନ୍‌ ଅବଧି ୧୪ ଦିନକୁ କମାଇ ଦିଆଯାଇଥିଲେ ସୁଦ୍ଧା ଲକ୍ଷଣ ନ ଥିବା ଲୋକଙ୍କୁ ହୋମ୍‌ କ୍ବାରଣ୍ଟୋଇନ୍‌କୁ ପଠାଇ ଦିଆଯିବ। ବିଡିଓମାନେ ସରପଞ୍ଚଙ୍କ ସହିତ ପ୍ରବାସୀଙ୍କୁ ଦିଆଯାଉଥିବା ସୁବିଧାସୁଯୋଗ ଆଦି ତଦାରଖ କରିବେ ବୋଲି ଜିଲାପାଳ କହିଥିଲେ। ରବିବାର ଛତିଶଗଡ଼ର ୨୫୮ ଜଣ ଶ୍ରମିକଙ୍କୁ ୪ଟି ବସ ଯୋଗେ ସେମାନଙ୍କ ରାଜ୍ୟକୁ ପଠାଇ ଦିଆଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଜରୁରୀ ବିଭାଗ ସହକାରୀ ଜିଲାପାଳ ଶାଶ୍ୱତ ଦାସ, ଜିଲାପାଳଙ୍କ ଓଏସ୍‌ଡି ଶଶାଙ୍କ ଶେଖର ଲେଙ୍କାଙ୍କ ସମେତ ବିଡିଓ ଓ ତହସିଲଦାରମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରା ପୂବରୁ ଆଖିବୁଜିଲେ ଖଳନାୟକ, ଛାତିରେ ହେଲା ଯନ୍ତ୍ରଣା…

ନୂଆପଡ଼ା/ଜଗତସିଂହପୁର,୨୬।୧୨(ମକାରୁ ବେମାଲ ): ଯାତ୍ରା ଖଳନାୟକ ନରେନ୍ଦ୍ର ଦାସଙ୍କ ଆକସ୍ମିକ ଦେହାନ୍ତ ହୋଇଛି। ଅଭିନୟ କରିବାକୁ ନୂଆପଡ଼ା ଯାଇଥିବା ବେଳେ ହଠାତ୍‌ ଛାତିରେ ଯନ୍ତ୍ରଣା ହୋଇଥିଲା।...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ବିଳମ୍ବ କଲେ ଏମ୍‌ପି, ଚାଲିଗଲେ ବିଧାୟକ

ଜଗତ୍‌ସିଂହପୁର, ୨୪ା୧୨ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାର ଉଦ୍‌ଘାଟନୀ ଉତ୍ସବରେ ସୋମବାର ବିଶୃଙ୍ଖଳା ଦେଖାଦେଇଛି। କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନ...

ଶ୍ମଶାନରେ ଗୁଣିଆଙ୍କ ତନ୍ତ୍ର ସାଧନା: ପ୍ରେମିକାଙ୍କ ନାଁରେ ଭୁବନେଶ୍ୱରରେ ଯୁବକ କିଣିଥିଲେ ପ୍ଲଟ ଓ ଆଉ ଗାଡ଼ି, ଧରାଛୁଆଁ ନ ଦେବାରୁ…

ବାଲିକୁଦା,୨୨।୧୨(ତାପସ ସ୍ବାଇଁ): ବାଲିକୁଦା ବ୍ଲକ ମରିଚପୁର ଗ୍ରାମ୍ୟ ଶ୍ମଶାନରେ ଶନିବାର ବିଳମ୍ବିତ ରାତିରେ କୌଣସି ଗୁଣିଆ ତନ୍ତ୍ର ସାଧନା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି।...

ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା

ଜଗତ୍‌ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା। ଆୟ ବର୍ହିଭୂତ...

ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ, ଏକକାଳୀନ ୫ଟି ସ୍ଥାନରେ ରେଡ୍

ଜଗତସିଂହପୁର: ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜଗତସିଂହପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି...

ମନ୍ତ୍ରୀଙ୍କ ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର

ଜଗତସିଂହପୁର,୧।୧୨: ଶିଳ୍ପ ମନ୍ତ୍ରୀଙ୍କ ଏସ୍କର୍ଟ ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର ହୋଇଛନ୍ତି। କଟକ-ପାରାଦୀପ ରାସ୍ତାର ତାରପୁର ଛକରେ ଏହି ଦୁର୍ଘଟଣା ହୋଇଛି। ବୃଦ୍ଧ ଜଣଙ୍କ ରାସ୍ତା...

ବାଂଲାଦେଶୀ ଲିଙ୍କ: ସିକନ୍ଦର ଆଲାମଙ୍କ ସହ ଭାଇ ଅବ୍‌ଦୁଲ ଗିରଫ, ପୁଅ ଅଟକ

ଜଗତସିଂହପୁର,୨୨।୧୧: ବାଂଲାଦେଶୀ ଲିଙ୍କରେ ସିକନ୍ଦର ଆଲାମ ଗିରଫ। ତାଙ୍କୁ ଯାଜପୁରରରୁ ଜଗତସିଂହପୁର ପୋଲିସ ଗିରଫ କରିଛି। ସିକନ୍ଦର ଠାରୁ ପାସ୍ପୋର୍ଟ ଓ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri