ଟାର୍ଗେଟ୍‌ ବୃଦ୍ଧି ହୋଇନି: ମଣ୍ଡିରେ ପଡି ରହିଛି ଧାନ

ସୋନପୁର,୩୧।୧୨(ନି.ପ୍ର.)
ରାଜ୍ୟ ସରକାର ସୁବର୍ଣ୍ଣପୁର ଜିଲାର ଧାନ କ୍ରୟ ଟାର୍ଗେଟ୍‌ ବୃଦ୍ଧି କରି ନ ଥିବାରୁ ସମସ୍ୟା ସୃଷ୍ଟି ହୋଇଛି। ଟାର୍ଗେଟ୍‌ ସରିଥିବାରୁ ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ) ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଧାନ କିଣୁ ନଥିବା ଚାଷୀ ଅଭିଯୋଗ କରୁଛନ୍ତି। ମିଲର୍ସ ମଣ୍ଡିକୁ ଆସୁ ନାହାନ୍ତି । ଚାଷୀ ମଣ୍ଡିରେ ଧାନ ରଖି ଶୀତ କାକରରେ ଜଗି ରହିଛନ୍ତି । ଅନ୍ୟପକ୍ଷେ ଜିଲା ଯୋଗାଣ ବିଭାଗ ଧାନକ୍ରୟ କରିବା ପାଇଁ ଗତ ୨୭ ତାରିଖରେ ୧୦ଲକ୍ଷ ୧୪ହଜାର କୁଇଣ୍ଟାଲର ଟାର୍ଗେଟ୍‌ ରାଜ୍ୟ ଯୋଗାଣ ନିଗମକୁ ମାଗିଛି। କିନ୍ତୁ ସୋମବାର ସନ୍ଧ୍ୟା ସୁଦ୍ଧା ସରକାରଙ୍କ ପକ୍ଷରୁ ଟାର୍ଗେଟ୍‌ ମିଳିନି । ଜିଲାରେ ଗତ ନଭେମ୍ବର ୧୫ ତାରିଖରୁ ଖରିଫ ଧାନ କିଣା ଆରମ୍ଭ ହୋଇଛି। ଖରିଫ ଧାନ ବିକ୍ରି ପାଇଁ ୪୭ ହଜାର ୯୯୦ ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି। ଜିଲାର ୪୧ଟି ମିଲର୍ସ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହୋଇଥିବା ବେଳେ ବାହାର ଜିଲାର ମିଲର୍ସଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରିବା ପାଇଁ ପ୍ରଶାସନ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଛି। ସେହିପରି ୬୫ଟି ପ୍ୟାକ୍ସ ଓ ୧୪ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଧାନ କ୍ରୟ ହେଉଛି। ଚାଷୀଙ୍କୁ ଅନଲାଇନ ଟୋକନ ବ୍ୟବସ୍ଥା ଅନୁଯାୟୀ ସୋମବାର ସନ୍ଧ୍ୟା ସୁଦ୍ଧା ୨୦ହଜାର ୨୨୪ ଚାଷୀଙ୍କଠାରୁ ୧୬ଲକ୍ଷ ୭ହଜାର ୨୨୪କୁଇଣ୍ଟାଲ ଧାନ କ୍ରୟ ହୋଇଛି। ତେବେ ପୂର୍ବ ବର୍ଷ ଭଳି ଜିଲାରେ ମିଲର୍ସଙ୍କ ମର୍ଜିରେ ଚାଲିଛି ଧାନକ୍ରୟ। ଏଫଏକ୍ୟୁ ଆଳ ଦେଖାଇ ମିଲର୍ସମାନେ କୁଇଣ୍ଟାଲ ପ୍ରତି ୩ରୁ ୪ କେଜି ଧାନ କାଟି ନେଉ ଥିବାର ଚାଷୀମାନେ ଅଭିଯୋଗ କରୁଛନ୍ତି। କଟ୍‌ନି ଛଟ୍‌ନିରେ ମିଲର୍ସଙ୍କ ଖାତାକୁ ଚାଲିଗଲାଣି ହଜାର ହଜାର କୁଇଣ୍ଟାଲ ଧାନ। ଏହି ଧାନ ମିଲର୍ସଙ୍କ ଖାତାକୁ ଯାଉଥିଲେ ମଧ୍ୟ ଏହାର ତଦନ୍ତ ହେଉନାହିଁ। ମିଲର୍ସଙ୍କ ଉପରେ ପ୍ରଶାସନ ନିୟନ୍ତ୍ରଣ ହରାଇଥିବାରୁ କଟ୍‌ନି ଛଟ୍‌ନି ଜାରି ରହିଛି। ଏହି କଟ୍‌ନି ଛଟ୍‌ନିରେ ମିଲର୍ସ, ପ୍ୟାକ୍ସ କର୍ମଚାରୀ ଓ ଯୋଗାଣ ବିଭାଗ ସମ୍ପୃକ୍ତ ଥିବା ଅଭିଯୋଗ ହେଉଛି। ପ୍ରତିବର୍ଷ ଧାନ ସଂଗ୍ରହ ବୈଠକରେ କଟ୍‌ନି ଛଟ୍‌ନି ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ହୋଇଥାଏ । କିନ୍ତୁ ବାସ୍ତବ କ୍ଷେତ୍ରରେ ତାହା କାର୍ଯ୍ୟକାରୀ ହୁଏନି। ଯାହାର ପୁନରାବୃତ୍ତି ଚଳିତ ଖରିଫ ଧାନ ସଂଗ୍ରହରେ ଦେଖିବାକୁ ମିଳିଛି। ଡୁଙ୍ଗୁରିପାଲି ବ୍ଲକ ଭୀମଟିକିରା ମଣ୍ଡିରେ ଗତ ୨୪ଦିନ ଧରି ଧାନ ପଡି ରହିଛି । ଟ୍ୟାଗିଂ ହୋଇଥିବା ମିଲର୍ସ ମଣ୍ଡିକୁ ଯାଉ ନ ଥିବାରୁ ଧାନ ଉଠୁନି। ବୀରମହାରାଜପୁର, ଉଲୁଣ୍ଡା ଓ ତରଭା ବ୍ଲକର ବିଭିନ୍ନ ପ୍ୟାକ୍ସରେ ମଧ୍ୟ ଧାନ ପଡି ରହିଛି। ମିଲର୍ସ ଆସୁ ନଥିବାରୁ ଧାନ ଉଠି ପାରୁନି । ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ବିବେକାନନ୍ଦ କୋରକୋରା କୁହନ୍ତି ମିଲର୍ସଙ୍କ ଉପରେ ଆହୁରି ୪ ଲକ୍ଷ କୁଇଣ୍ଟାଲ ଧାନର ଟାର୍ଗେଟ୍‌ ଅଛି। ମଙ୍ଗଳବାର ସୁଦ୍ଧା ପୁଣି ୧୦ ଲକ୍ଷ କୁଇଣ୍ଟାଲ ଧାନ ଟାର୍ଗେଟ୍‌ ଆସିବ । ଚାଷୀଙ୍କ ଧାନ କିଣିବାରେ କୌଣସି ଅସୁବିଧା ହେବନି ବୋଲି ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି: ଭୁଲରେ ବି କରନ୍ତୁ ନି ଏପରି…

ଭୁବନେଶ୍ୱର,୩୦।୧୨: ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ। ଏ ନେଇ ସବୁ RTOଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ମଦ ପିଇ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

ତୃଣମୂଳ ସ୍ତରରେ ସଂଗଠନ ହେବ ସୁଦୃଢ଼: ଜିଲା ସଭାପତି ହେଉ ହେଉ ସାଙ୍ଗଠନିକ କମିଟି ଗଠନ କଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ନୂତନ କମିଟି ଗଠିତ ହୋଇଛି। ଫଳରେ ନୂତନ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ସଂଗଠନ ଆହୁରି ସୁଦୃଢ଼...

BMCର ବଡ଼ ସୂଚନା: ଜାନୁଆରୀ ୪ରେ ‘ପଥ ଉତ୍ସବ’

ଭୁବନେଶ୍ବର,୩୦।୧୨: ଭୁବନେଶ୍ୱର ମହାନଗର ନିଗମ୍‌(BMC) ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଜାନୁଆରୀ ୪ତାରିଖରୁ ଚଳିତ ସିଜିନ୍‌ର ପ୍ରଥମ ‘ପଥ ଉତ୍ସବ’...

ରାଜ୍ୟସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ: ଆମେ ଲୋକଙ୍କ ଡାକ ପିଅନ କହିଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଠାରେ ବୀର ଚକରା ବିଷୋୟୀଙ୍କ ରାଜ୍ୟ ସ୍ତରୀୟ ୨୦୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri