Posted inଫୁରସତ

ଟାର୍ଗେଟ୍‌ ଅଲିମ୍ପିକ୍ସ

୧୯୯୩ ମସିହା ମେ ୧୦ ତାରିଖ ସୁନ୍ଦରଗଡ଼ ଜିଲା ସଉନାମରା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଅମିତ ରୋହିଦାସ। ୪ବର୍ଷ ବୟସରୁ ହକି ଖେଳିବା ପ୍ରତି ସେ ଆଗ୍ରହ ପ୍ରକାଶ କରିଥିଲେ। ପରେ ୧୦ ବର୍ଷ ବୟସରେ ପ୍ରଥମେ ଗାଁ ଟିମ୍‌ରେ ହକି ଖେଳିଥିଲେ। ୧୨ ବର୍ଷ ବୟସରେ ରାଉରକେଲା ପାନପୋସ୍‌ ସ୍ପୋଟର୍‌ସ ହଷ୍ଟେଲରେ ଟ୍ରେନିଂ ପରେ ୨୦୦୯ ମସିହାରେ ଅଣ୍ଡର୍‌ ୧୮ଟିମ୍‌ରେ ଆନ୍ତର୍ଜାତୀୟ ହକି ଖୋଳିବା ପାଇଁ ସିଲେକ୍ଟ ହୋଇଥିଲେ। ଯେଉଁଥିରେ କି ତାଙ୍କୁ ଷ୍ଟାର୍‌ ପ୍ଲେୟାର ଅଫ୍‌ ଦ ଟୁନର୍ର୍ାମେଣ୍ଟ ସମ୍ମାନରେ ସମ୍ମାନିତ କରାଯାଇଥିତ୍ଲା। ୨୦୧୩ ମସିହା ଏସିଆ କପ୍‌ରେ ସିନିୟର ଖେଳାଳି ଭାବେ ସେ ଭାରତୀୟ ଦଳରେ ଖେଳିଥିଲେ।

ହକି ଖେଳିବାର ପ୍ରେରଣା କେଉଁଠୁ ପାଇଥିଲେ?
ଗାଁରେ ସମସ୍ତେ ହକି ଖେଳନ୍ତି। ହକି ଛଡ଼ା ଗାଁରେ ଆଉ କିଛି ଖେଳ ନାହିଁ। ବାପା ଗୋପାଳ ରୋହିଦାସ ଓ ଭାଇ ନିରଞ୍ଜନ ରୋହିଦାସଙ୍କଠାରୁ ମୁଁ ହକି ଖେଳିବାକୁ ପ୍ରେରଣା ପାଇଥିଲି। ୧୯୯୭ ମସିହାରେ ପ୍ରଥମେ ମୁଁ ହକି ଖେଳିବା ଆରମ୍ଭ କରିଥିଲିି। ସେତେବେଳେ ମତେ ୪ବର୍ଷ ହୋଇଥିଲା।
ପ୍ରଥମ ମ୍ୟାଚ୍‌ର ଅନୁଭୂତି କେମିତି ଥିଲା?
୨୦୦୯ ମସିହାରେ ପ୍ରଥମେ ମୁଁ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲି। ମାଲେସିଆରେ ଅଣ୍ଡର୍‌ ୧୮ ଏସିଆ କପ୍‌ ଥିଲା। ସେହି ଟିମ୍‌ରେ ମୁଁ ସ୍ଥାନ ପାଇଥିଲି। ସେତେବେଳେ ମୋତେ ୧୮ ବର୍ଷ ହୋଇଥିଲା। ପାକିସ୍ତାନ ସହ ଆମର ପ୍ରଥମ ମ୍ୟାଚ୍‌ ଥିଲା। ଟିକେ ନର୍ଭସ ଥିଲି କିନ୍ତୁ ପରେ ସବୁ ଠିକ୍‌ ହୋଇଗଲା। ମ୍ୟାଚ୍‌ରେ ମୁଁ ଗୋଟିଏ ଗୋଲ୍‌ ଦେବା ପରେ ମୋର ଆତ୍ମବିଶ୍ୱାସ ଆସିଥିଲା। ତା’ପରେ ଦ୍ୱିତୀୟ ହାଫ୍‌ରେ ଆଉ ଗୋଟିଏ ଗୋଲ୍‌ ମଧ୍ୟ ଦେଇଥିଲି। ଯାହାକି ଆଗକୁ ବଢାଇବାକୁ ଭରପୂର ବିଶ୍ୱାସ ଦେଇଥିଲା।
କେବେ ପାକିସ୍ତାନ ସହ ମୁକୁବିଲାରେ ଅଂଶଗ୍ରହଣ କରିଛନ୍ତି?
ହଁ, ତା’ ପରେ ପାକିସ୍ତାନ ସହ ଖେଳାଯାଇଥିବା ମ୍ୟାଚ୍‌ରେ ମୁଁ ଖେଳିବାକୁ ସୁଯୋଗ ପାଇଛି। ମ୍ୟାଚ୍‌ଟି ସୁଲତାନ ଜୋହର କୋର୍ଟରେ ଖେଳା ହୋଇଥିଲା। ଅବଶ୍ୟ ସବୁଥିରେ ମୁଁ ଗୋଲ୍‌ ମାରିପାରି ନାହିଁ। କିନ୍ତୁ ଭାରତ ମ୍ୟାଚ୍‌ ଜିତିବାରେ ସକ୍ଷମ ହୋଇଛି।
ଖେଳ ଜୀବନର କିଛି ବିଶେଷ ମୁହୂର୍ତ୍ତ ଅଛି କି?
ମୋ ଜୀବନରେ ମୁଁ ଦୁଇଟି ଟୁର୍ନାମେଣ୍ଟରୁ ବହୁତ୍‌ ଭଲ ଅନୁଭୂତି ସାଉଁଣ୍ଟିଛି। ସିନିୟର ଏସିଆ କପ୍‌ ଓ ଗତବର୍ଷ ହୋଇଥିବା ପୁରୁଷ ଓ୍ବାଲ୍ଡ କପ୍‌ ହକିରେ ଖେଳିଥିବା ପ୍ରତ୍ୟେକ ମ୍ୟାଚ୍‌ ଆମ ପାଇଁ ସ୍ମରଣୀୟ ହୋଇ ରହିବ। ପୁରୁଷ ଓ୍ବାଲର୍‌ଡକପ୍‌ରେ କାନାଡା ସହ ହୋଇଥିବା ମ୍ୟାଚ୍‌ରେ ମୁଁ ଦେଇଥିବା ହିଟିଂ ଗୋଲ୍‌ ମୋର ସବୁବେଳେ ମନେ ରହିବ।
ନଭେମ୍ବର ୧ ଓ ୨ରେ ହେବାକୁ ଥିବା ଖେଳ ପାଇଁ କ’ଣ ପ୍ରସ୍ତୁତି ଅଛି?
ପୂର୍ବରୁ ଆମେ ସମସ୍ତ ଟିମ୍‌ ସହ ଖେଳିଛୁ। ସେମାନଙ୍କ ଖେଳର ତରିକା ଜାଣିଛୁ। କିନ୍ତୁ ଆମେ ଆମ ରଣନୀତିରେ ଖେଳିବୁ। ଅଲିମ୍ପିକ୍ସକୁ ଯିବା ଆମର ଟାର୍ଗେଟ୍‌ ରହିଛି। ସେଥିପାଇଁ ଆମେ ମୁଖ୍ୟତଃ ସମସ୍ତ ଖେଳାଳିଙ୍କ ଫିଟ୍‌ନେସ୍‌ ଉପରେ ଗୁରୁତ୍ୱ ଦେଉଛୁ। ସବୁ ଟିମ୍‌ର ଭିଡିଓଗୁଡ଼ିକୁ ଦେଖୁଛୁ ଓ ନିଜର ରଣନୀତି ପ୍ରସ୍ତୁତ କରୁଛୁ। ଯେମିତି ହେଲେ ବି ଜିତିବାର ଅଛି।
ଭୁବନେଶ୍ୱରକୁ ସ୍ପୋଟର୍‌ସ କ୍ୟାପିଟାଲ୍‌ ସହ ସ୍ପୋଟର୍‌ସ ହବ୍‌ ପାଇଁ ପରିକଳ୍ପନା ଚାଲିଛି, ରାଜ୍ୟରେ ହକିର ଭବିଷ୍ୟତ କ’ଣ, ଏହାର ପ୍ରସାରପ୍ରଚାର କେତେ ଜରୁରୀ?
ରାଜ୍ୟରେ ହକିକୁ ସବୁବେଳେ ଅଗ୍ରାଧିକାର ଦିଆଯାଏ। ଭାରତୀୟ ଦଳରେ ବହୁ ଓଡ଼ିଆ ହକି ଖେଳାଳି ରହିଛନ୍ତି। ଯଦି ଭୁବନେଶ୍ୱରକୁ ସ୍ପୋଟର୍‌ସ କ୍ୟାପିଟାଲ କରାଯାଏ ତାହେଲେ ହକି ଏହାର ମୁଖ୍ୟ ପୁରୋଧା ସାଜିବ। ସୁନ୍ଦରଗଡ଼, ମୟୁରଭଞ୍ଜ ପରି ବହୁ ଜିଲାରେ ସ୍କୁଲ୍‌ରୁ ହିଁ ହକି ଖେଳିବା ପାଇଁ ଉତ୍ସାହିତ କରାଯାଉଛି। ଏବେ ତ ବିଭିନ୍ନ ଜିଲାମାନଙ୍କରେ ସ୍ପୋଟର୍‌ସ ହଷ୍ଟେଲ ବି ନିର୍ମାଣ ସରିଲାଣି। ହକିର ବହୁତ୍‌ ବଡ଼ ବଡ଼ ଇଭେଣ୍ଟ କରିସାରିଛନ୍ତି। ଯଦି ସ୍ପୋଟର୍‌ସ ହବ ହେବ ତା’ହେଲେ ବହୁତ ଭଲ। ଆଗକୁ ଆହୁରି ଅଧିକ ଇଭେଣ୍ଟ ହେବ। ପିଲାମାନେ ଆହୁରି ଖେଳିବା ପାଇଁ ଇଚ୍ଛା ପ୍ରକାଶ କରିବେ।
ଫେଭରାଇଟ୍‌ ଖେଳାଳି କିଏ?
ମୋର ସବୁବେଳର ଫେଭ୍‌ରେଟ ହେଉଛନ୍ତି ପୂର୍ବତନ ଖେଳାଳି ଦିଲୀପ ତିର୍କୀ। ତାଙ୍କ ବ୍ୟତୀତ ବୀରେନ୍ଦ୍ର ଲାକ୍ରାଙ୍କୁ ମୁଁ ବହୁତ୍‌ ଫଲୋ କରେ। ତାଙ୍କ ସହ ବିଭିନ୍ନ କଥା ନେଇ ଆଲୋଚନା କରେ। କିଛି ବି ସମସ୍ୟା ଥିଲେ ତାଙ୍କ ସହ କଥା ହୁଏ।
ଫିଟ୍‌ନେସ୍‌ କିପରି ରଖନ୍ତି?
ମୁଖ୍ୟତଃ ଖାଇବା ଉପରେ ନିୟନ୍ତ୍ରଣ କରିବାକୁ ପଡ଼େ। ତ’ପରେ ଟ୍ରେନର୍‌ଙ୍କ ଦ୍ୱାରା ୭ଦିିନିଆ ସେଡୁଲ ଦିଆଯାଏ। ମୁଖ୍ୟତଃ ମସଲା ଓ ତେଲ ଖାଦ୍ୟ ଛାଡି ସିଝା ଖାଦ୍ୟ ଖାଏ। ପ୍ରାକ୍ଟିସ୍‌ ଏବେ ବହୁତ୍‌ କଷ୍ଟ ଅଛି। ସେଥିପାଇଁ ଖାଇବା, ଦୌଡ଼କୁଦ ଓ ଜିମ୍‌କୁ ଭାବିଚିନ୍ତି କରିବାକୁ ପଡ଼େ। କାହିଁକି ନା ଫିଟ୍‌ ନ ରହିଲେ ମ୍ୟାଚ୍‌ରେ ଖେଳିବାରେ ସମସ୍ୟା ସୃଷ୍ଟି ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri