Posted inଜାତୀୟ

ଟାର୍ଗେଟରେ ମନ୍ଦିର, ରେଳଷ୍ଟେଶନ

ଚଣ୍ଡିଗଡ଼/ରୋହତକ,୧୬ା୯ : ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ହଟାଯିବା ପରେ ଭାରତ ବିରୋଧରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ବିଷ ଓକାଳୁଥିବାବେଳେ ପଡ଼ୋଶୀ ଦେଶର ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ଆକ୍ରମଣ ପାଇଁ ପ୍ରସ୍ତୁତ ହେଲେଣି। ଦଶହରାରେ ଭାରତର ୬ ରାଜ୍ୟର ମନ୍ଦିର ଓ ୧୧ଟି ରେଳଷ୍ଟେଶନକୁ ବିସ୍ଫୋରଣରେ ଉଡ଼ାଇଦେବା ପାଇଁ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ଧମକ ଦେଇଛି। ପଠାନ୍‌କୋଟ ଆକ୍ରମଣର ମାଣ୍ଡରମାଇଣ୍ଡ ମୌଲାନା ମାସୁଦ୍‌ ଆଝାରଙ୍କ ନେତୃତ୍ୱାଧୀନ ଜୈଶ୍‌ଠାରୁ ଏଭଳି ଏକ ଧମକପୂର୍ଣ୍ଣ ଚିଠି ମିଳିବା ପରେ ସମ୍ପୃକ୍ତ ରେଳଷ୍ଟେଶନ ଓ ମନ୍ଦିରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ମିଳିଥିବା ସୂଚନାନୁସାରେ ହରିୟାଣାର ରୋହତକ୍‌ସ୍ଥିତ ରେଳଷ୍ଟେଶନ ସୁପରିଣ୍ଟେଣ୍ଡେଣ୍ଟଙ୍କ ନିକଟକୁ ହିନ୍ଦୀରେ ଲେଖାଯାଇଥିବା ଏକ ଚିଠି ଡାକ ଯୋଗେ ଆସିଛି। ଶନିବାର ହସ୍ତଗତ ହୋଇଥିବା ଏହି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଜୈଶ୍‌ ଟାର୍ଗେଟରେ ଦେଶର ୧୦ ରାଜ୍ୟର ଅନେକ ମନ୍ଦିର ଓ ୧୧ଟି ରେଳଷ୍ଟେଶନ ରହିଛି। ଅକ୍ଟୋବର ୮ରେ ବିସ୍ଫୋରଣ କରି ରଓ୍ବୋଡି, ହିସାର, ରୋହତକ୍‌, କୁରୁକ୍ଷେତ୍ର, ମୁମ୍ବାଇ ସିଟି, ବେଙ୍ଗାଲୁରୁ, ଚେନ୍ନାଇ, ଜୟପୁର, ଭୋପାଳ, କୋଟା ଓ ଇଟାର୍ସିରେ ଥିବା ରେଳଷ୍ଟେଶନଗୁଡ଼ିକୁ ଉଡ଼ାଇ ଦିଆଯିବ। ସେହିପରି ୬ଟି ରାଜ୍ୟର ଅନେକ ମନ୍ଦିରକୁ ମଧ୍ୟ ଆକ୍ରମଣ କରି ଧ୍ୱସ୍ତବିଧ୍ୱସ୍ତ କରିଦିଆଯିବ। ଜମ୍ମୁ-କଶ୍ମୀରର ଜୈଶ୍‌ ଏରିଆ କମାଣ୍ଡର ମାସୁଦ୍‌ ଅହମ୍ମଦ ଉକ୍ତ ଚିଠି ପଠାଇଥିବା ଏଥିରେ ଉଲ୍ଲେଖ କରାଯାଇଛି। ଆମେ ଜେହାଦୀମାନେ ହଜାର ହଜାର ସଂଖ୍ୟାରେ ରହିଛୁ। ଆତଙ୍କବାଦୀଙ୍କ ହତ୍ୟାର ପ୍ରତିଶୋଧ ସ୍ବରୂପ ଆମେ ଭାରତକୁ ଧ୍ୱଂସ କରିଦେବୁ। ସାରା ଭାରତରେ ରକ୍ତର ହୋଲି ଖେଳିବୁ ବୋଲି ଏଥିରେ ଧମକ ଦିଆଯାଇଛି। ପୋଲିସ ମଧ୍ୟ ଉକ୍ତ ଚିଠି ମିଳିଥିବା ସ୍ପଷ୍ଟ କରିଛି। ତେବେ ଏହି ପତ୍ର କଶ୍ମୀରର ମାସୁଦ୍‌ ଅହମ୍ମଦ ପଠାଇଛନ୍ତି ନା କରାଚୀରୁ ଜୈଶ୍‌ ମୁଖ୍ୟ ମାସୁଦ୍‌ ଆଝାର ପଠାଇଛନ୍ତି ସେନେଇ ପୋଲିସ ତନାଘନା ଚଳାଇଛି। ମନ୍ଦିର ଓ ରେଳଷ୍ଟେଶନଗୁଡ଼ିକରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯିବା ସହ ସବୁଠି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଛି। ପ୍ରକାଶ ଯେ, କଶ୍ମୀରର ସ୍ବାୟତ୍ତତା ପ୍ରତ୍ୟାହାର ପରେ ଜୈଶ୍‌ ଜଳପଥରେ ଭାରତ ଆକ୍ରମଣ କରିପାରେ ବୋଲି ନୌସେନା ମୁଖ୍ୟ ଆଡ୍‌ମିରାଲ କରମ୍‌ବୀର ସିଂ ଗତ ମାସରେ ସ୍ପଷ୍ଟ କରିଥିଲେ। ୫୦ ଜଣ ଜୈଶ୍‌ ଆତଙ୍କବାଦୀ ଭାରତ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା ନେଇ ବର୍ଡର ସୁରକ୍ଷା ବଳ (ବିଏସ୍‌ଏଫ୍‌) ପକ୍ଷରୁ ମଧ୍ୟ କୁହାଯାଇଥିଲା। ପାକିସ୍ତାନୀ ସେନା ଓ ସେଠାକାର କୁଖ୍ୟାତ୍‌ ଗୋଇନ୍ଦା ସଂସ୍ଥା ଇଣ୍ଟର-ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ଜୈଶ୍‌ ଆତଙ୍କବାଦୀଙ୍କ ତାଲିମ ଦେଇ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ନେଇ ମଧ୍ୟ ନିକଟରେ ଭାରତୀୟ ଗୋଇନ୍ଦା ସଂସ୍ଥାଗୁଡ଼ିକ ଜାଣିବାକୁ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠ, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ମେଷ ସଂକ୍ରାନ୍ତିରେ ଅଶୁଭ ଯୋଗ, ଏହି ରାଶିର ହୋଇପାରେ ଅସୁବିଧା

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଏପ୍ରିଲ ୧୪ ତାରିଖ ଏକ ବିଶେଷ ଗୁରୁତ୍ୱପୂର୍ଣ୍ଣ ଦିନ ହେବାକୁ ଯାଉଛି । ଏହି ଦିନ ସୂର୍ଯ୍ୟ ଦେବତା ତାଙ୍କର ଉଚ୍ଚ ରାଶି …

ଶୁଖିଯାଉଛି ନଦୀ-ପୋଖରୀ, ମଣିଷଙ୍କ ସହ ଡହଳବିକଳ ହେଉଛନ୍ତି ଗୃହପାଳିତ ପଶୁ

କେସିଙ୍ଗା,୯ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୨୬ଟି ପଞ୍ଚାୟତରେ ଥିବା ୧୧୦ଟି ଗ୍ରାମରେ ପ୍ରଚଣ୍ଡ ଗ୍ରୀଷ୍ମତାପ ଯୋଗୁ ନଦୀନାଳ, ପୋଖରୀ, ଚେକ୍‌ ଡ୍ୟାମ୍‌, ନଳକୂପ ଶୁଖିଯାଉଛି।…

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri