Posted inଖେଳ

ଟାଟା ଷ୍ଟିଲ ଭୁବନେଶ୍ୱର ହାଫ୍‌ ମାରାଥନ ଜାନୁୟାରୀ ୧୨ରେ

ଭୁବନେଶ୍ୱର, ୧୧।୧୨ (ସ୍ପୋଟର୍‌ସ ବ୍ୟୁରୋ)- ଟାଟା ଷ୍ଟିଲ୍‌ ଭୁବନେଶ୍ୱର ହାଫ୍‌ ମାରାଥନ୍‌ର ୫ମ ସଂସ୍କରଣ ଜାନୁୟାରୀ ୧୨ରେ ଅନୁଷ୍ଠିତ ହେବ। ଟାଟା ଷ୍ଟିଲ୍‌ ଏବଂ ଓଡ଼ିଶା କ୍ରୀଡ଼ା ଓ ଯୁବ ସେବା ବିଭାଗର ମିଳିତ ଆନୁକୂଲ୍ୟରେ ହେବାକୁ ଥିବା ଏହି ମାରାଥନର ପ୍ରଥମ ସଂସ୍କରଣ ୨୦୧୬ରେ ଆରମ୍ଭ ହୋଇଥିଲା। ଏହାପରଠାରୁ ପ୍ରତିବର୍ଷ ଜାନୁୟାରୀ ୧୨ରେ ନ୍ୟାଶନାଲ ୟୁଥ୍‌ ଡେ ଉପଲକ୍ଷେ ଟାଟା ଷ୍ଟିଲ୍‌ ପକ୍ଷରୁ ଏକ ସୁସ୍ଥ ଓ କ୍ରିୟାଶୀଳ ଜୀବନଶୈଳୀର ପ୍ରସାର ପାଇଁ ଏହି ମାରାଥନ ଦେଶର ବିଭିନ୍ନ ସ୍ଥାନର ଲୋକଙ୍କ ପାଇଁ ଏକ ମଞ୍ଚ ପ୍ରଦାନ କରିବ। ସାରା ଭାରତବର୍ଷରେ ଭୁବନେଶ୍ୱର ହାଫ୍‌ ମାରାଥନ୍‌କୁ ଏକ ଅଗ୍ରଣୀ ମାରାଥନ ରୂପେ ପରିଚିତ କରାଇବା ପାଇଁ ଟାଟା ଷ୍ଟିଲ୍‌ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି।
ଅବସରରେ ଟାଟା ଷ୍ଟିଲ କର୍ପୋରେଟ୍‌ ସର୍ଭିସେସ୍‌ ଭାଇସ ପ୍ରେସିଡେଣ୍ଟ ଚାଣକ୍ୟ ଚୌଧୁରୀ କହିଛନ୍ତି, ”ଓଡ଼ିଶା ସରକାରଙ୍କ ସହ ମିଶି ଆଉ ଥରେ ଟାଟା ଷ୍ଟିଲ ଭୁବନେଶ୍ୱର ହାଫ୍‌ ମାରାଥନ୍‌ ଆୟୋଜନ କରୁଥିବାରୁ ଆମେ ବହୁତ ଖୁସି। ଭୁବନେଶ୍ୱରକୁ ଦେଶର ଏକ ପ୍ରମୁଖ କ୍ରୀଡ଼ା କେନ୍ଦ୍ର ଭାବେ ବିକଶିତ ହେବାର ଦେଖି ବହୁତ ଖୁସି ଲାଗୁଛି। ପ୍ରତ୍ୟେକ ବର୍ଷ ଏହି ପ୍ରତିଯୋଗିତାର ଲୋକପ୍ରିୟତା ବୃଦ୍ଧି ପାଉଥିବାବେଳେ ଏହାର ଦୌଡ଼ ଅଭିଜ୍ଞତାରେ ଉନ୍ନତି ଆଣିବା ପାଇଁ ଆମେ ପ୍ରତିବଦ୍ଧ। ଚଳିତଥର ଅଧିକରୁ ଅଧିକ ଲୋକ ଅଂଶଗ୍ରହଣ କରିବେ ବୋଲି ଆଶା କରୁଛୁ“।
ଷ୍ଟିଲ ଭୁବନେଶ୍ୱର ହାଫ୍‌ ମାରାଥନକୁ ୩ଟି ପ୍ରତିଦ୍ୱନ୍ଦ୍ୱିତାମୂଳକ ଦୌଡ଼ ପ୍ରତିଯୋଗିତାରେ ବିଭକ୍ତ କରାଯାଇଛି। ହାଫ୍‌ ମାରାଥନ (୨୧.୦୯୭୫ କି.ମି), ୧୦ କି.ମି ଓ ୫ କି.ମି. ଦୌଡ଼। ହାଫ୍‌ ମାରାଥନ୍‌ରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ। ସେହିଭଳି ୧୫ ବର୍ଷରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷଙ୍କ ପାଇଁ ୧୦ କି.ମି. ଏବଂ ୧୨ ରୁ ୧୬ ବର୍ଷ ବୟସର ବାଳିକା ଓ ବାଳକଙ୍କ ପାଇଁ ୫ କିଲୋମିଟର ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହେବ।
ହାଫ୍‌ ମାରାଥନ୍‌ର ଅନ୍‌ଲାଇନ୍‌ ପଞ୍ଜୀକରଣ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ୮୩୦ ପ୍ରତିଯୋଗୀ ଅନ୍‌ଲାଇନ୍‌ରେ ନାମ ପଞ୍ଜୀକରଣ କରିସାରିଛନ୍ତି। ଉତ୍ସାହୀ ପ୍ରତିଯୋଗୀ ହାଫ୍‌ ମାରାଥନ ପଞ୍ଜୀକରଣ ପାଇଁ ଉଦ୍ଦିଷ୍ଟ ଓ୍ବେବସାଇଟ୍‌ www.tatasteelbbsr-run.com ଜରିଆରେ ଡିସେମ୍ବର ୩୦ ତାରିଖ ସୁଦ୍ଧା ପଞ୍ଜୀକରଣ କରିପାରିବେ। ତେବେ ସର୍ବାଧିକ ୫୦୦୦ ଲୋକ ଏଥିପାଇଁ ପଞ୍ଜୀକରଣ କରିବେ। ପ୍ରଥମେ ପଞ୍ଜୀକରଣ କରିଥିବା ଲୋକମାନଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ଟାଟା ଷ୍ଟିଲ୍‌ ପକ୍ଷରୁ ଖବରଦାତା ସମ୍ମିଳନୀରେ କୁହାଯାଇଛି। ହାଫ୍‌ ମାରାଥନ୍‌ ପାଇଁ ପଞ୍ଜୀକରଣ ମୂଲ୍ୟ ୩୦୦ ଟଙ୍କା ରଖାଯାଇଥିବାବେଳେ ୧୦ କି.ମି. ଓ ୫ କି.ମି. ପାଇଁ ଯଥାକ୍ରମେ ୨୦୦ ଓ ୧୦୦ ଟଙ୍କା ରଖାଯାଇଛି। ସମସ୍ତ ପ୍ରତିଯୋଗୀମାନଙ୍କୁ ଟି-ସାର୍ଟ, ବି.ଆଇ.ବି. ଚିପ୍‌ ଓ ସଂଖ୍ୟା ପ୍ରଦାନ କରାଯିବ। ଏଥିସହିତ ଆନ୍ତର୍ଜାତିକ ମାନ୍ୟତା ଅନୁସାରେ ଟାଟା ଷ୍ଟିଲ ହାଫ୍‌ ମାରାଥନ୍‌ରେ ଦୌଡ଼ ହେଉଥିବା ମାର୍ଗରେ ଟାଇମିଂ ମ୍ୟାଟ୍ସ ଓ ଏହାର ନିୟନ୍ତ୍ରଣ ଶାଖା, ରେଡିଓ ଫ୍ରିକ୍ୟୁଏନ୍‌ସି ଆଇଡେଣ୍ଟିଫିକେଶନ୍‌ (ଆରଏଫ୍‌ଆଇଡି) ଚିପ୍‌, ଦୌଡ଼ିବା ମାର୍ଗରେ ବିଭାଜିତ ସମୟ ମ୍ୟାଟସ୍‌, ଟ୍ରାକିଂ କ୍ୟାମେରା ଏବଂ ୱାଇ-ଫାଇ ନେଟୱର୍କ ପରି ଶ୍ରେଷ୍ଠ ପ୍ରଯୁକ୍ତି ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ଟାଟା ଷ୍ଟିଲ ଭୁବନେଶ୍ୱର ହାଫ୍‌ ମାରାଥନ୍‌ ୨୦୨୦ର ଟି-ଶାର୍ଟକୁ ଉନୋ୍ମଚନ କରାଯାଇଥିଲା। ଖବରଦାତା ସମ୍ମିଳନୀରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଯୁଗ୍ମ ସଚିବ ମନୋଜ କୁମାର ପାଢୀ, ଟାଟା ଷ୍ଟିଲ କଳିଙ୍ଗନଗର କର୍ପୋରେଟ୍‌ ସର୍ଭିସେସ୍‌ ମହାପ୍ରବନ୍ଧକ ଆର୍‌. ଆର୍‌. ଶତପଥୀ, ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଓ ଅଭିନେତା ସବ୍ୟସାଚୀ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri