Categories: ଜାତୀୟ

ଟଙ୍କା ମାଗିବାରୁ ଆଇସ୍‌କ୍ରିମ୍‌ ବିକାଳିଙ୍କୁ ନିସ୍ତୁକ ପିଟିଲେ ପୋଲିସ ବାବୁ: ଏସ୍‌ଏସ୍‌ପି ଦେଲେ ତଦନ୍ତ ନିର୍ଦ୍ଦେଶ

ନୋଏଡ଼ା,୨୩।୭: ଉତ୍ତରପ୍ରଦେଶରେ ସାଧାରଣ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ଅଭିଯୋଗ ହେଉଛି। ଏଠାରେ ଟଙ୍କା ମାଗିବାରୁ ଜଣେ ଆଇସ୍‌କ୍ରିମ୍‌ ବିକାଳିଙ୍କୁ ଜଣେ ପୋଲିସ ବାବୁ ଏବଂ କନେଷ୍ଟବଳ ନିସ୍ତୁକ ପିଟିଛନ୍ତି। ନୋଏଡ଼ା ଗୌତମ ବୁଦ୍ଧ ନଗରରେ ଘଟିଥିବା ଏହି ଘଟଣାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଥାନା ସମ୍ମୁଖରେ ଆଇସ୍‌କ୍ରିମ୍‌ ବିକ୍ରି କରୁ ଅମିତ୍‌ କୁମାର ନାମକ ଜଣେ ବିକାଳିଙ୍କଠାରୁ ଜଣେ ଇନସ୍ପେକ୍ଟର ଏବଂ କନେଷ୍ଟବଳ ୧୫୦ ଟଙ୍କାର ଆଇସ୍‌କ୍ରିମ୍‌ ଖାଇଥିଲେ। ତେବେ ଦୁହେଁ ଟଙ୍କା ନ ଦେଇ ଚାଲିଯାଉଥିବାବେଳେ ଅମିତ୍‌ ସେମାନଙ୍କୁ ଟଙ୍କା ମାଗିଥିଲେ। ମାତ୍ର ସେମାନେ ଟଙ୍କା ଦେବା ପରିବର୍ତ୍ତେ ଅମିତ୍‌ଙ୍କୁ ପିଟିବା ଆରମ୍ଭ କରିଥିଲେ। ଏହାପରେ ପୁଣି ଥାନାକୁ ନେଇ ପିଟି ଥିଲେ ବୋଲି ଅମିତ୍‌ ଅଭିଯୋଗ କରିଛନ୍ତି। ଏହି ଘଟଣାର ଭିଡ଼ିଓ ଭାଇରାଲ୍‌ ହେବା ପରେ ଏସ୍‌ଏସ୍‌ପି ବୈଭବ କୁମାର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Share