Categories: ଖେଳ

ଟଙ୍କା ପାଇଁ ଭାରତୀୟ ଦଳକୁ ସମର୍ଥନ କରୁଛନ୍ତି ଏହି ପାକିସ୍ତାନ କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ ପାକିସ୍ତାନ କ୍ରିକେଟର ସୋଏବ ଅଖତରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ସୋଏବ ଭାରତର ଭଲ ବନ୍ଧୁ ହୋଇଯାଇଛନ୍ତି। କାରଣ ଭାରତରୁ ଭଲ ବ୍ୟବସାୟ ଚାହୁଁଛନ୍ତି ସେଥିପାଇଁ ସେ ଭାରତୀୟ ଦଳକୁ ସମର୍ଥନ କରୁଛନ୍ତି। ସୋଏବ ଦେଶ ପାଇଁ ଖେଳୁଥିବା ସମୟରେ ଭାରତ ସହ ଶତ୍ରୁତା ଆଚରଣ କରୁଥିଲେ। ଏବେ ନିଜ ୟୁଟ୍ୟୁବ୍‌ ଚ୍ୟାନେଲର ଲୋକପ୍ରିୟତା ବଢାଇବା ପାଇଁ ପାକିସ୍ତାନ କ୍ରିକେଟ ଅପେକ୍ଷା ଭାରତୀୟ ଦଳକୁ ଅଧିକ ସମର୍ଥନ ଦେଉଛନ୍ତି। ସୂଚନାଯୋଗ୍ୟ, ପଡିଆରେ ମଧ୍ୟରେ ସେହ୍ବାଗ ଏବଂ ଅଖତରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥାଏ। ସେହ୍ବାଗ ଅଖତରଙ୍କ ବଲକୁ ପ୍ରହାର କରିଥାନ୍ତି। ସେ ମଧ୍ୟ ତାଙ୍କୁ ସ୍ଲେଜିଂ କରିବାକୁ ପଛାଇ ନ ଥାନ୍ତି।

Share