ବ୍ରହ୍ମପୁର ଅଫିସ,୧୮ା୧୨- ବ୍ରହ୍ମପୁର ଟାଉନ ଥାନା ମିଲିଟାରୀ ଲାଇନ୍ରେ ଥିବା କାନାରା ବ୍ୟାଙ୍କରୁ ଦୁର୍ବୃତ୍ତମାନେ ଜୁଲାଇ ୬ରେ ଜଣେ ଜମାକାରୀଙ୍କଠାରୁ ୧୮ ହଜାର ଟଙ୍କା ଠକି ନେଇଥିଲେ। ଜମାକାରୀ ଶିବରାମ ସାହୁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରିଥିଲା। ପୋଲିସ ବ୍ୟାଙ୍କକୁ ଯାଇ ସିସି ଟିଭି ଫୁଟେଜ ସଂଗ୍ରହ କରି ଜମାକାରୀଙ୍କ ନିକଟରେ ଠିଆ ହୋଇଥିବା ଯୁବକମାନଙ୍କୁ ଚିହ୍ନଟ କରିଥିଲା। ଘଟଣାର ୫ ମାସ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରି ପାରିନାହିଁ। ଅନ୍ୟପଟେ ଜମାକାରୀ ଜଣକ ଟଙ୍କା ନ ପାଇ ନିରାଶ ହୋଇଛନ୍ତି। ସୂଚନାଯୋଗ୍ୟ, ଟାଉନ ଥାନା ଅନ୍ତର୍ଗତ ମିଲିଟାରୀ ଲାଇନ୍ରେ ଥିବା କାନାରା ବ୍ୟାଙ୍କରେ ଲୁଟେରାମାନେ ଜଣେ ଜମାକାରୀଙ୍କୁ ଟାର୍ଗେଟ କରିଥିଲେ। ନୀଳାଦ୍ରିବିହାରର ଶିବରାମ ସାହୁ ଜୁଲାଇ ୬ରେ ୫୦ ହଜାର ଟଙ୍କା ଜମା କରିବାକୁ ଯାଇ ଧାଡିରେ ଠିଆ ହୋଇଥିଲେ। ତାଙ୍କ ପଛରେ ଠିଆ ହୋଇଥିବା ୨ ଜଣ ଯୁବକ ଶିବରାମଙ୍କୁ ସେ ଧରିଥିବା ୨ ହଜାର ଟଙ୍କାର କ୍ରମିକ ସଂଖ୍ୟାଗୁଡିକ ଚାଲାଣ ଫର୍ମରେ ଲେଖିବାକୁ ହେବ ନଚେତ୍ ବ୍ୟାଙ୍କ ଟଙ୍କା ରଖିବ ନାହିଁ ବୋଲି କହିଥିଲେ। ସେ ଧରିଥିବା ୫୦ ହଜାର ଟଙ୍କା ଯୁବକମାନଙ୍କୁ ଦେଇଥିଲେ। ସେଥିରେ ଥିବା ୨ ହଜାର ଟଙ୍କା ନୋଟଗୁଡିକର କ୍ରମିକ ନମ୍ବର ଲେଖିବା ଆଳରେ ସେଥିରୁ ୧୮ ହଜାର ଟଙ୍କା କୌଶଳକ୍ରମେ ସେମାନେ ଠକି ନେଇ ବଳକା ଟଙ୍କା ଜମାକାରୀଙ୍କୁ ଫେରାଇ ଦେଇ ଚମ୍ପଟ ମାରିଥିଲେ। ପରେ ଶିବରାମ ବ୍ୟାଙ୍କ କ୍ୟାଶ୍ କାଉଣ୍ଟରକୁ ଯାଇ ଟଙ୍କା ଜମା କରିବା ପାଇଁ କ୍ୟାଶିୟରଙ୍କୁ ଦେଇଥିଲେ। ଗଣିବା ବେଳେ ସେଥିରେ ୧୮ହଜାର ଟଙ୍କା କମ୍ ଥିବା କ୍ୟାଶିୟର କହିଥିଲେ। ପରେ ଶିବରାମ ଉକ୍ତ ଯୁବକମାନଙ୍କୁ ବ୍ୟାଙ୍କ ଭିତରେ ଓ ବାହାରେ ଖୋଜାଖୋଜି କରି ନିରାଶ ହୋଇଥିଲେ। ଠକାମିର ଶିକାର ହୋଇଥିବା ଜାଣି ଶିବରାମ ଟାଉନ ଥାନାରେ ଅଭିଯୋଗ କରିଥିଲେ।
Posted inଆମ ଜିଲା ଖବର, ଗଞ୍ଜାମ View All
ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି
ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...
ଘୁମୁସର ବନଖଣ୍ଡରେ ବାଘ-ହାତୀଙ୍କ ଦୌରାତ୍ମ୍ୟ, ବଳଦ ମାରି ଖାଇଲେ, ଘର ଭାଙ୍ଗି…
ଭଞ୍ଜନଗର,୨୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ବାଘ ଓ ହାତୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଉକ୍ତ ଦୁଇ...
ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା
ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...
୧୦୨ ହୋମ୍ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା
ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍...
ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…
କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...
ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ
ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...
ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…
ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...
ଚୋରକୁ କାବୁ କରି ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…
ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...
Archives


