Categories: ଜାତୀୟ

ଟଙ୍କାଏରେ ମିଳୁଛି ପେଟପୁରା ଭୋଜନ: ଆଗକୁ ମିଳିବ ମଧ୍ୟାହ୍ନ ଭୋଜନରେ ମିଠା ଓ ସକାଳ ଜଳଖିଆ

ନୂଆଦିଲ୍ଲୀ,୨୪।୮: ଦିଲ୍ଲୀର ନୋଏଡାସ୍ଥିତ ସେକ୍ଟର-୫୫ରେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଟଙ୍କାଏରେ ଲୋକଙ୍କୁ ପେଟପୁରା ଭୋଜନ ମିଳୁଛି। ଅଗଷ୍ଟ ୨୩ରୁ ଏହି ଯୋଜନା ଆରମ୍ଭ ହୋଇଛି। ଶ୍ରୀ ଚିତ୍ରଗୁପ୍ତ ସଭା ଟ୍ରଷ୍ଟ୍‌ ଏବଂ ଶ୍ରୀ ନାରାୟଣ ସାଂସ୍କୃତିକ ଚେତନା ନ୍ୟାସ ପକ୍ଷରୁ ମଧ୍ୟାହ୍ନରେ ଲୋକଙ୍କୁ ଭାତଡାଲି ଏବଂ ଦହିଭାତ ଯୋଗାଇ ଦିଆଯାଉଛି। ସପ୍ତାହରେ ରବିବାରକୁ ଛାଡ଼ି ଅନ୍ୟ ୬ଦିନ ଏଭଳି କରାଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହା ଉପଲବ୍ଧ ହେଉଛି। ଆଗାମୀ ଦିନରେ ମିଠାକୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯିବ। ଏହି ଯୋଜନା ୩ ମାସ ସଫଳ ରହିଲେ ପରେ ସକାଳର ଜଳଖିଆ ମଧ୍ୟ ଟଙ୍କାଏରେ ଯୋଗାଇ ଦିଆଯିବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

Share