ଝୁଲେନବର ପ୍ରାଥମିକ ବିଦ୍ୟାଳୟ ସ୍କୁଲକୁ ନିୟମିତ ଆସୁନାହାନ୍ତି ଶିକ୍ଷକ; ମଧ୍ୟାହ୍ନ ଭୋଜନ ପରେ ସ୍କୁଲ ଛୁଟି

କୋକସରା,୨୨।୮(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ଶିକ୍ଷା ବିଭାଗ ଅଧୀନ ଆମପାଣି କ୍ଳଷ୍ଟରର ବଣପାହାଡ଼ ଘେରା ଦୁର୍ଗମ ବରାଡ଼ଙ୍ଗା ପଞ୍ଚାୟତ ଝୁଲେନବର ପ୍ରାଥମିକ ବିଦ୍ୟାଳୟ। ଆଦିବାସୀ ବହୁଳ ଗ୍ରାମରେ ୧୯୭୫ରେ ସ୍ଥାପିତ ଏହି ପ୍ରାଥମିକ ବିଦ୍ୟାଳୟକୁ ନିୟମିତ ଶିକ୍ଷକ ଆସୁ ନ ଥିବା ଓ ମଧ୍ୟାହ୍ନଭୋଜନ ଖାଇ ସାରିବା ପରେ ଅଘୋଷିତ ଛୁଟି ହେଉଥିବା ନେଇ ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବୁଧବାର ମଧ୍ୟ ସ୍କୁଲକୁ ୨ ଜଣ ଶିକ୍ଷକଙ୍କ ମଧ୍ୟରୁ କେହି ଜଣେ ବି ଆସି ନ ଥିବା ବେଳେ ସ୍କୁଲ ପାଚିକା ମଧ୍ୟାହ୍ନଭୋଜନ ପ୍ରସ୍ତୁତ କରି ପିଲାମାନଙ୍କୁ ଖାଇବାକୁ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଏହି ସ୍କୁଲରେ ପ୍ରଧାନ ଶିକ୍ଷକ ଡୋମନିକ ସୁନାନି ଓ ସହକାରୀ ଶିକ୍ଷକ ତ୍ରିନାଥ ପଣ୍ଡା ନିଯୁକ୍ତି ହୋଇଛନ୍ତି । ଦୁର୍ଗମ ଅଞ୍ଚଳର ଫାଇଦା ଉଠାଇ ସ୍କୁଲକୁ ଶିକ୍ଷକ ଦ୍ୱୟ ନିୟମିତ ଆସୁ ନାହାନ୍ତି ବୋଲି ସ୍କୁଲ କମିଟି ସଭାପତି ବିଶ୍ୱନାଥ ମାଝି, ଅଚ୍ୟୁତ ମାଝି, ଯୁଗେଶ୍ୱର ମାଝି, କ୍ଷିରୋଦ ମାଝି, ଡିଙ୍ଗର ମାଝି ପ୍ରମୁଖ ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଏହି ସ୍କୁଲ ଜଙ୍ଗଲକୁ ଲାଗି ରହିଥିବା ବେଳେ ପିଲାମାନଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥ୍ୟା ନାହିଁ। ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ୨୫ ଜଣ ପିଲା ପଢୁଛନ୍ତି । ଅନେକ ସମୟରେ ଶିକ୍ଷକମାନେ ଆସୁ ନ ଥିବା ନେଇ ଛାତ୍ରୀଛାତ୍ରମାନେ ମଧ୍ୟ ଅଭିଯୋଗ କରିଛନ୍ତି । ବୁଧବାର ୧୭ ଜଣ ଛାତ୍ରୀଛାତ୍ର ସ୍କୁଲ ଆସିଥିବା ବେଳେ ସ୍କୁଲ ଗୃହ ଖୋଲା ନ ଥିବା ଯୋଗୁ ବାରଣ୍ଡାରେ ବସି ରହିଥିଲେ। ଏ ନେଇ ଜିଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂଙ୍କୁ ପଚାରିବାରୁ କୋକସରା ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କୁ ଏହାର ତଦନ୍ତ ନିର୍ଦ୍ଦେଶ ପାଇଁ କୁହାଯିବ। ରିପୋର୍ଟ ଆସିବା ପରେ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏ ବିଷୟରେ ସମ୍ପୃକ୍ତ ପ୍ରଧାନଶିକ୍ଷକ ଡୋମନିକ ସୁନାନୀଙ୍କୁ ପଚାରିବାରୁ ଗ୍ରାମବାସୀଙ୍କ କଥାକୁ ଅସ୍ବୀକାର କରିଥିଲେ। ଦେହ ଅସୁସ୍ଥ ଥିବାରୁ ସହକାରୀ ଶିକ୍ଷକ ତ୍ରିନାଥ ପଣ୍ଡା ୨ ଦିନ ଛୁଟିରେ ରହିଥିବାରୁ ସେ ଦରମା ଓ ମଧ୍ୟାହ୍ନଭୋଜନ ବିଲ ଦେବା ପାଇଁ ଆମପାଣି ସିଆରସିସିଙ୍କ ପାଖକୁ ଯାଇଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ଥୁଆମୂଳ ରାମପୁର ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭ: ଅନୁପସ୍ଥିତ ରହିଲେ୨୯ ପରୀକ୍ଷାର୍ଥୀ…

ଥୁଆମୂଳ ରାମପୁର, ୧୯ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ୬ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାରଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri