ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଭଦ୍ରକ ଅଫିସ,୧୪।୧୨: ଭଦ୍ରକ ସହରାଞ୍ଚଳ ପୋଲିସ କଦମ୍ବବେଡ଼ା ଛକଠାରେ ଥିବା ଏକ ସେଲୁନ୍‌ରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଶନିବାର ଉଦ୍ଧାର କରିଛି। ମୃତକ ଜଣକ ହେଲେ ସେଲୁନ୍‌ ମାଲିକ ସୁରେଶ ବାରିକ। ତେବେ ପାରିବାରିକ ସମସ୍ୟାରୁ ସୁରେଶ ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ କରୁଥିବା ବେଳେ ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି।