ଝିଅ ସହ ଫଟୋ ଶେୟାର କଲେ ଅମିତାଭ: କହିଲେ, ଜଣାପଡ଼ିଲାନି କେତେ ଶୀଘ୍ର ହୋଇଗଲା ବଡ଼

ମୁମ୍ବାଇ: ବଲିଉଡ୍‌ ସେହେନ୍ସା ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍‌ ରହିଥାନ୍ତି। ନିଜର କିଛି ନା କିଛି ଫଟୋ ଓ ଭିଡିଓକୁ ଶେୟାର କରିଥାନ୍ତି। ଝିଅ ଶ୍ୱେତା ବଚ୍ଚନଙ୍କ ସହ ତାଙ୍କର ସ୍ପେଶିଆଲ ବଣ୍ଡିଂ ରହିଛି। ତେବେ ଏହାରି ଭିତରେ ଅମିତାଭ ଶ୍ୱେତାଙ୍କ ଏକ ବହୁ ପୁରୁଣା ଓ ବର୍ତ୍ତମାନର ଫଟୋକୁ ଶେୟାର କରିଛନ୍ତି। ଫଟୋରେ ସେ ନିଜ ଝିଅଙ୍କ ସହ ନଜର ଆସିଥିବା ବେଳେ ଏହାକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି। ସୂଚନାଯୋଗ୍ୟ, ବିଗ ବି ସୋସିଆଲ ମିଡିଆରେ ଶେୟାର କରିଥିବା ପ୍ରଥମ ଫଟୋଟି ବହୁ ପୁରୁଣା ହୋଇଥିବା ବେଳେ ଶ୍ୱେତାଙ୍କ ପିଲା ବେଳର। ଏଥିରେ ଅମିତାଭ ତାଙ୍କୁ ଡ୍ରେସ୍‌ ପିନ୍ଧାଇ ଦେଉଥିବା ଦେଖିବାକୁ ମିଳିଛି। ସେହିପରି ଦ୍ୱିତୀୟଟିରେ ଶ୍ୱେତାଙ୍କ ବର୍ତ୍ତମାନର ଫଟୋ ରହିଛି। ଶେୟାର କରିବା ସହ ଅମିତାଭ ନିଜ କ୍ୟାପସନ୍‌ରେ ଲେଖିଛନ୍ତି, ଗୋଟିଏ ଦିନ ଥିଲା ସେ ଏଭଳି ଥିଲା…ଆଉ ଜଣା ବି ପଡ଼ିଲାନି କେବେ ସେ ବଡ଼ ହୋଇଗଲା। ବାପ ଝିଅଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବହୁଥର ଶ୍ୱେତାଙ୍କୁ ମା’ ଜୟା ବଚ୍ଚନ ଓ ବାପା ଅମିତାଭ ବଚ୍ଚନଙ୍କ ସହ ସ୍ପଟ କରାଯାଇଥାଏ।

Share