ଝିଅର ଚିକିତ୍ସା ପାଇଁ ଅସହାୟ ମା’ ବାପା

ଖଇରା, ୧୩।୮(ଉତ୍କଳବନ୍ଧୁ ପଣ୍ଡା)-ଆଖିରେ ଆଖିଏ ସ୍ବପ୍ନ ା ଅନ୍ୟ ସାଙ୍ଗମାନଙ୍କ ଭଳି ବହି ବସ୍ତାନି ଧରି ସ୍କୁଲ ଯିବାକୁ ଇଚ୍ଛା ା ହେଲେ ଆଖି ୨ଟି ତାଙ୍କର ସବୁ ଆଶାରେ ବାଧକ ସାଜିଛି। ଦୃଷ୍ଟିହୀନତା ତାଙ୍କ ଚଲାପଥରେ କଣ୍ଟା ହୋଇ ଛିଡା ହୋଇଛି ା ସବୁକିଛି କରିବାର ଆକାଂକ୍ଷାକୁ ମନରେ ଚାପି ଯନ୍ତ୍ରଣାରେ ଛଟପଟ ହେଉଥିବା ୧୩ ବର୍ଷର ଝିଅ ହେଲେ ବାଲେଶ୍ୱର ଜିଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଚାନ୍ଦଗୋଛି ଗ୍ରାମର ସବିତା ବେହେରା। ମା’ କନକଲତା ବେହେରା ଓ ବାପା ଚକ୍ରଧର ବେହେରାଙ୍କର ସେ ଏକମାତ୍ର ଝିଅ।
୨୦୦୭ ମାର୍ଚ୍ଚ ୩୦ତାରିଖରେ ଜନ୍ମ ହେବାର ୨ଦିନ ମଧ୍ୟରେ ସବିତା ଆଖି ମିଟି ମିଟି କରିବା ମା’ବାପାଙ୍କୁ ଅଡୁଆ ଲାଗିଥିଲା ା ବାଲେଶ୍ୱର ହସି୍‌ଟାଲରେ ଚକ୍ଷୁ ବିଶେଷଜ୍ଞଙ୍କୁ ଦେଖାଇବା ପରେ ଝିଅଟି ଦୃଷ୍ଟିଶକ୍ତି ହରାଇଥିବା କହିଥିଲେ। ଏକଥା ଶୁଣିବା ପରେ ଚକ୍ରଧରଙ୍କ ମାଟିତଳୁ ଗୋଡ ଖସିଯିବା ଭଳି ଲାଗିଥିଲା। ରୋଟାରୀ କ୍ଲବ ମାଧ୍ୟମରେ ୮୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରି ମା’ ବାପା ଝିଅର ଅସ୍ତ୍ରୋପଚାର କରାଇଥିଲେ। ଆଖିରେ ଚଷମା ଲଗାଇ ସେ ସବୁ ଜିନିଷ ଦେଖିପାରୁଥିଲେ। ପ୍ରଥମେ ଶ୍ରୀ ଗଣେଶ ଶିଶୁ ମନ୍ଦିର ଓ ପରେ ଝାଟିଆ ପ୍ରାଥମିକ ବିଦ୍ୟାଳୟରେ ଅନ୍ୟ ପିଲାଙ୍କ ସହ ମିଶି ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ସବିତା ପାଠ ପଢିଲେ। ଏହାପରେ ପୁଣି ଦୃଷ୍ଟିଶକ୍ତି ଧୀରେ ଧୀରେ କମିବାରେ ଲାଗିଲା। କିଛି ଦିନ ମଧ୍ୟରେ ଆଖି ୨ଟି ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇଗଲା ା ଅନ୍ୟ ଗାଡିରେ ଡ୍ରାଇଭର ଭାବେ କାର୍ଯ୍ୟ କରି ଜୀବିକା ନିର୍ବାହ କରୁଥିବା ଚକ୍ରଧରଙ୍କ ଆର୍ଥତ୍କ ଚିନ୍ତା ପୁଣି ବଢିଲା। ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଝିଅକୁ ଦେଖାଇ ପୁଣି ଚିକିତ୍ସା ଆରମ୍ଭ କରାଗଲା। ଚିକିତ୍ସାରେ ୩ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି ା ତଥାପି ତାଙ୍କର ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ ଫେରିପାରୁନାହିଁ ା ଡାକ୍ତର କହୁଛନ୍ତି ବଡ ଧରଣର ଅସ୍ତ୍ରୋପଚାର ପାଇଁ ଆହୁରି ୮୦ହଜାର ଦରକାର। ଏଭଳି ଅର୍ଥ ଚିନ୍ତାରେ ମା’ ବାପା ଖାଇବା ପିଇବା ଭୁଲିଗଲେଣି ା ଶହେ ପ୍ରତିଶତ ଦିବ୍ୟାଙ୍ଗ ପ୍ରମାଣପତ୍ର ଥାଇ ବି ତାଙ୍କୁ ଭତ୍ତା କି ଇନ୍ଦିରା ଆବାସ ମିଳିପାରୁନାହିଁ ା ସେପଟେ ଭୁବନେଶ୍ୱରରେ ଅନ୍ଧପିଲାଙ୍କ ପାଇଁ ସ୍ବତନ୍ତ୍ର ସ୍କୁଲ ଥିବା କଥା ଚକ୍ରଧର ଶୁଣିଥିବା ଏବଂ ଝିଅକୁ ସେଠାରେ ପଢାଇବାକୁ ଇଚ୍ଛା ଥିଲେ ବି କେମିତି ସେଠାକୁ ଯିବେ ସାହସ ଜୁଟାଇ ପାରୁନାହାନ୍ତି ା ଭତ୍ତା ସମ୍ପର୍କରେ ବିଭାଗୀୟ ଅଧିକାରୀ ଚନ୍ଦ୍ରକାନ୍ତ ଭଲ୍ଲୁକଙ୍କୁ ଯୋଗାଯୋଗ କରିବାରେ ଛୁଟି ପରେ ସେ ଅନୁଧ୍ୟାନ କରିବେ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri