Categories: ଜାତୀୟ

ଝିଅଙ୍କ ବିବାହ ବୟସସୀମା ୧୮ ପରିବର୍ତ୍ତେ ୨୧ କରାଯାଉ,ସୁପ୍ରିମକୋର୍ଟ ଗଲେ ଭାଜପା ନେତା

ନୂଆଦିଲ୍ଲୀ, ୧୪।୮: ଝିଅଙ୍କ ବିବାହ ବୟସସୀମା ୧୮ ପରିବର୍ତ୍ତେ ୨୧ କରାଯାଉ ବୋଲି ଦାବି କରିଛନ୍ତି ଭାଜପା ନେତା ଅଶ୍ୱିନୀ ଉପାଧ୍ୟାୟ। ଏନେଇ ସେ ସୁପ୍ରିମକୋର୍ଟରେ ଏକ ମାମଲା ଦାଏର କରିଛନ୍ତି। ଭାରତରେ ପୁରୁଷଙ୍କ ବିବାହ ବୟସସୀମା ୨୧ ହୋଇଥିଲାବେଳେ ଝିଅଙ୍କ ବୟସସୀମା ୧୮ ରହିଛି। ଏହାଦ୍ୱାରା ସମ୍ବିଧାନ ଧାରା ୧୪, ୧୫ ଏବଂ ୨୧ର ଉଲ୍ଲଂଘନ ହେଉଛି। ଯୁବତୀଙ୍କ ଆତ୍ମନିର୍ଭରଶୀଳ ହେବା ପଥରେ ଏହା ବାଧକ ସୃଷ୍ଟି କରୁଛି। ତେଣୁ ଏହାକୁ ୧୮ ପରିବର୍ତ୍ତେ ୨୧ କରାଯାଉ ବୋଲି ଅଶ୍ୱିନୀ ଯୁକ୍ତି ବାଢିଛନ୍ତି।

Share