Categories: ଖେଳ

ଝିଅକୁ ଜିଦିଆ କହିଲେ ଗାଙ୍ଗୁଲି, ମିଳିଲା ଏମିତି ଉତ୍ତର

କୋଲକାତା, ୨୫।୧୧: ବିସିସିଆଇ ଅଧ୍ୟକ୍ଷ ହେବା ପରେ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟରେ ନୂଆ ପରିବର୍ତ୍ତନ ଆଣୁଛନ୍ତି। ଏବେ ପ୍ରଥମଥର ଥର ପାଇଁ ଭାରତରେ ପିଙ୍କ୍‌ ବଲ୍‌ ଟେଷ୍ଟ ସଫଳତାର ସହ ଆୟୋଜନ କରାଯାଇଥିଲା। ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚ୍‌କୁ ଅଭୁଲା ରଖିବା ପାଇଁ ପ୍ରସିଦ୍ଧ କ୍ରିକେଟରଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତଙ୍କୁ ଷ୍ଟାଡିୟମକୁ ଆମନ୍ତ୍ରଣ କରିଥିଲେ ଗାଙ୍ଗୁଲି। ଭାରତ ପ୍ରଥମ ପିଙ୍କ୍‌ ବଲ୍‌ ଟେଷ୍ଟ ବିଜୟ ହାସଲ କରିଥିଲା। ମ୍ୟାଚ୍‌ ପରେ ଅଧିନାୟକ ବିରାଟ କୋହଲିଙ୍କୁ ଟ୍ରଫି ଦେବା ଅବସରରେ ଗାଙ୍ଗୁଲି କୌଣସି କାରଣରୁ ରାଗିବା ଭଳି ଦେଖିାଯାଉଥିଲେ। ଏହି ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ ହେବା ପରେ ଗାଙ୍ଗୁଲିଙ୍କ ରାଗକୁ ଧରିନେଇଥିଲେ ଝିଅ ସାନା। କମେଣ୍ଟ ଦେଇ ସେ କହିଥିଲେ, ଏମିତି କ’ଣ ଘଟିଲା ଯାହା ତୁମକୁ ପସନ୍ଦ ଆସିଲାନି। ଏହାର ଜବାବରେ ଗାଙ୍ଗୁଲି କହିଥିଲେ ଦିନକୁ ଦିନ ତୁମ ଜିଦିଆ ହେବା ମୋତେ ପସନ୍ଦ ଆସୁନି। ସାନା ତତ୍‌କ୍ଷଣାତ୍‌ ସେସବୁ ମୁଁ ତୁମଠୁ ଶିଖୁଛି ବୋଲି କହିଥିଲେ। ଏବେ ଗାଙ୍ଗୁଲି ଚୁପ୍‌। ସେ ଆଉ କୌଣସି ଉତ୍ତର ଦେଇ ନ ଥିଲେ।

Share