ଝାରସୁଗୁଡାରୁ ୨୩ କରୋନା ପଜିଟିଭ ଚିହ୍ନଟ: ରହିଛନ୍ତି ଫାର୍ମାସିଷ୍ଟ, ୨ ସ୍ବାବ୍‌ ସଂଗ୍ରହକାରୀ

ଝାରସୁଗୁଡା ଅଫିସ,୨୪।୬: ଝାରସୁଗୁଡା ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ବୁଧବାର ପୁଣି ୨୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୨ରେ ପହଞ୍ଚିଛି।
ସୂଚନା ମୁତାବକ, ଉକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ବ୍ରଜରାଜନଗରରେ ୧୬ ଜଣ ରହିଥିବା ବେଳେ ବେଲପାହାଡ଼ର ୧, ଲଖନପୁର ୧, ଝାରସୁଗୁଡା ୩, କିର୍‌ମିରା ବ୍ଲକର ୨ ଜଣ ରହିଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ଜଣେ ଫାର୍ମାସିଷ୍ଟ ଓ ୨ ଜଣ ସ୍ବାବ୍‌ ସଂଗ୍ରହକାରୀ ଥିବା ଜଣାପଡିଛି। ସେହିପରି ଜଣେ ଆକ୍ରାନ୍ତ ଝାରସୁଗୁଡ଼ା ଏକତାଲିସ୍ଥିତ ଏକ ବ୍ୟୁଟି ପାର୍ଲରକୁ ଯାଇଥିବାରୁ ସେଠାକୁ ଗତ ୭ ଦିନ ମଧ୍ୟରେ ଯାଇଥିବା ସମସ୍ତଙ୍କୁ ସଙ୍ଗରୋଧରେ ରହିବାକୁ ଜିଲା ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି।