ଝାରସୁଗୁଡ଼ା ବ୍ଲଡ୍‌ବ୍ୟାଙ୍କ୍‌ରେ ରକ୍ତ ଅଭାବ

ଝାରସୁଗୁଡ଼ା ଅଫିସ,୨୭।୩: କରୋନା ଭୂତାଣୁ ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ପାଇଁ ସମଗ୍ର ଭାରତରେ ୨୧ ଦିନ ପାଇଁ ଲକ୍‌ ଡାଉନ ଘୋଷଣା କରାଯାଇଛି। କୌଣସି ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ବ୍ଲଡ୍‌ବ୍ୟାଙ୍କ୍‌ରେ ରକ୍ତ ଅଭାବ ଦେଖାଦେବା ଏକ ବଡ ସମସ୍ୟା ଭାବେ ଠିଆ ହୋଇଛି। ଗତ ୨୦ ତାରିଖରୁ ରକ୍ତ ଅଭାବ ରୋଗୀ ଓ ସେମାନଙ୍କ ସମ୍ପକୀୟଙ୍କ ପାଇଁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ରକ୍ତ ଅଭାବରୁ ବହୁ ଗୁରୁତର ରୋଗୀ ଏବେ ବି ବିଭିନ୍ନ ଡାକ୍ତରଖାନାରେ ପଡି ରହିଛନ୍ତି। କରୋନା କଟକଣା ଯୋଗୁ ଚଳିତ ମାସ ୧୯, ୨୨ ଓ ୩୧ ତାରିଖରେ ହେବାକୁ ଥିବା ରକ୍ତଦାନ ଶିବିର ବାତିଲ ହେବାରୁ ଏପରି ସ୍ଥିତି ଦେଖା ଦେଇଛି। ଅନ୍ୟପକ୍ଷେ କୌଣସି ରକ୍ତଦାତା ମଧ୍ୟ ରକ୍ତଦାନ କରିବାକୁ ବ୍ଲଡ୍‌ ବ୍ୟାଙ୍କ୍‌କୁ ଆସୁନାହାନ୍ତି। ଏପରି ସ୍ଥଳେ ଜିଲା ସ୍ବାସ୍ଥ୍ୟ ବିଭାଗ ଚୁପ୍‌ ହୋଇ ବସିଛି। କେବଳ ଜରୁରୀ ପରିସ୍ଥିତି ପାଇଁ ଓ ପଜିଟିଭ, ଏ ପଜିଟିଭ, ବି ପଜିଟିଭ ଓ ଏବି ପଜିଟିଭର ୩ଟି ଲେଖାଏଁ ୟୁନିଟ ରକ୍ତ ରଖା ଯାଇଥିବା ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷେ ଜିଲା ମୁଖ୍ୟ ଚିକିତ୍ସାଳୟରୁ ରକ୍ତଭଣ୍ଡାରର ଦୂରତା ପ୍ରାୟ ୮ କି.ମି.। ଲକ୍‌ ଡାଉନ୍‌ ଯୋଗୁ ଲୋକେ ମୁଖ୍ୟ ଚିକିତ୍ସାଳୟରୁ ରକ୍ତ ଭଣ୍ଡାରକୁ ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜ କିଶୋର ସାହୁ ନାମକ ଜଣେ ବ୍ୟକ୍ତି କହିଛନ୍ତି, ସେ ତାଙ୍କ ଜଣେ ସମ୍ପର୍କୀୟଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି। ରକ୍ତ ପାଇଁ ପ୍ରାୟ ୮ କି.ମି. ଦୂର ମଙ୍ଗଳ ବଜାରକୁ ଆସିବାକୁ ପଡିଛି। ଏହି ରାସ୍ତାରେ ଆସିଲେ ପୋଲିସକୁ ବହୁ ଉତ୍ତର ଦେବାକୁ ପଡୁଛି। ଏଣୁ ଯଦି ଡାକ୍ତରଖାନା ପରିସରରେ ରକ୍ତ ଭଣ୍ଡାର ଥାନ୍ତା ତେବେ ଏଭଳି ହଇରାଣ ହେବାକୁ ପଡି ନ ଥାନ୍ତା। ସେହିଭଳି ଅନ୍ୟ ଜଣେ ରୋଗୀଙ୍କ ସମ୍ପର୍କୀୟ ବେଦବ୍ୟାସ ଦେହୁରୀ କୁହନ୍ତି, ରକ୍ତଭଣ୍ଡାରରେ ରକ୍ତ ନ ଥିବାରୁ ତାଙ୍କୁ ବହୁ ହଇରାଣ ହେବାକୁ ପଡିଛି। କହୁ କଷ୍ଟରେ ଜଣେ ରକ୍ତଦାତା ଯୋଗାଡ କରି ରକ୍ତ ଭଣ୍ଡାରକୁ ଆସିଥିଲୁ। ରକ୍ତ ନେବା ପରେ ମୋର ସମ୍ପର୍କୀୟଙ୍କୁ ଦିଆଯାଇଥିଲା। ତେବେ ଏ ସମ୍ପର୍କରେ ରକ୍ତ ଭଣ୍ଡାର ଦାୟିତ୍ୱରେ ଥିବା ଡା. ଏସ୍‌.ଜୋଜୋଙ୍କୁ ପଚାରିବାରୁ କରୋନା କଟକଣା ପାଇଁ ରକ୍ତ ଦାନ ଶିବିରଗୁଡିକ ଶେଷ ମୁହୂର୍ତ୍ତରେ ବାତିଲ ହୋଇଯାଇଛି। ବର୍ତ୍ତମାନ ସାମାଜିକ ଦୂରତ୍ୱ ତଥା ଜନଗହଳିକୁ ବାରଣ କରାଯାଇଥିବାରୁ ରକ୍ତଦାନ ଶିବିର ଆୟୋଜନ ସମ୍ଭବ ହୋଇ ପାରୁନାହିଁ। ବ୍ୟକ୍ତିଗତ ଭାବେ ରକ୍ତଦାତା ଆସିଲେ ରୋଗୀଙ୍କ ଆବଶ୍ୟକତା ପୂରଣ ହେଉଛି। ସେହିପରି ଜିଲା ମୁଖ୍ୟ ଚିକିତ୍ସାଳୟ ଓ ରକ୍ତଭଣ୍ଡାର ମଧ୍ୟରେ ଥିବା ଦୂରତ୍ୱ ସମ୍ପର୍କରେ ସେ କୁହନ୍ତି, ଜିଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଜାଗା ଚିହ୍ନଟ କରାଯାଇଛି। ପରବର୍ତ୍ତୀ ସମୟରେ ଏହା ସ୍ଥାନାନ୍ତର ହେବ ।
ସୂଚନାଯୋଗ୍ୟ, ଝାରସୁଗୁଡ଼ା ସହର ମଙ୍ଗଳବଜାରରେ ଥିବା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସହର ବାହାରକୁ ସ୍ଥାନାନ୍ତର କରାଯାଇ ସେଠାରେ ଜନସାଧାରଣଙ୍କୁ ଉନ୍ନତ ମାନର ସେବା ଯୋଗାଇବାକୁ ସ୍ବାସ୍ଥ୍ୟ ବିଭାଗ ଯୋଜନା କରିଥିଲା। ଗତ ବର୍ଷ ମେ’ମାସରେ ଏହି ପରିବର୍ତ୍ତନ କରାଯାଇଥିଲା। ହେଲେ ଏହି ପରିବର୍ତ୍ତନ ବେଳେ କିନ୍ତୁ ରକ୍ତ ଭଣ୍ଡାରକୁ ଜିଲା ନୂଆ ମୁଖ୍ୟ ଚିକିତ୍ସାଳୟ ସହିତ ସଂଯୋଗ କରାଯାଇ ନ ଥିଲା। ସ୍ବାସ୍ଥ୍ୟ ବିଭାଗର ଏହି ଅବହେଳା ଯୋଗୁ ଲୋକେ ପ୍ରତିଦିନ ମୁଖ୍ୟ ଚିକିତ୍ସାଳୟରୁ ମଙ୍ଗଳ ବଜାରସ୍ଥିତ ରକ୍ତ ଭଣ୍ଡାର ପଯର୍ର୍‌ୟନ୍ତ ପ୍ରାୟ ୮ କି.ମି. ଦୂରକୁ ଯାଇ ହଇରାଣ ହୋଇ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri