ଝାରସୁଗୁଡ଼ା ଜିଲା ସ୍ବାସ୍ଥ୍ୟ ସମିତି ବୈଠକ: କରୋନା ମୁକାବିଲା ଲାଗି ଆଲୋଚନା କଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ଝାରସୁଗୁଡ଼ା ଅଫିସ,୧୪।୩: ଝାରସୁଗୁଡ଼ା ଜିଲା ସ୍ବାସ୍ଥ୍ୟ ସମିତି ବୈଠକ ସ୍ଥାନୀୟ ସର୍କିଟ ହାଉସଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ ଯୋଗଦେଇ ଜିଲାର ସ୍ବାସ୍ଥ୍ୟ ସେବାର ସମୀକ୍ଷା କରିଛନ୍ତି। ଜିଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସମେତ ସ୍ବାସ୍ଥ୍ୟ ବିଭାଗର ବାରିଷ୍ଠ ଅଧିକାରୀ ଓ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନା କରିଛନ୍ତି। ବିଶେଷ ଭାବେ ଏହି ବୈଠକରେ କରୋନା ମୁକାବିଲା ଲାଗି ଆଲୋଚନା ହୋଇଛି।