ଝାରସୁଗୁଡ଼ା ଜିଲାର ଜଙ୍ଗଲ ରାସ୍ତାରେ ପ୍ରବେଶ ନିଷେଧ

ଝାରସୁଗୁଡ଼ା,୨୯।୪: କରୋନା ସଂକ୍ରମଣକୁ ରୋକିବା ପାଇଁ ଝାରସୁଗୁଡା ଜିଲାର ବିଭିନ୍ନ ପ୍ରବେଶ ପଥ ଯଥା ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ପୂର୍ତ୍ତ ବିଭାଗ ରାସ୍ତାଗୁଡିକରେ ପ୍ରବେଶ କଟକଣାକୁ କଡ଼ାକଡ଼ି କରାଯାଇଛି। ଏହା ସହ ପଡୋଶୀ ଜିଲା ସୁନ୍ଦରଗଡ଼ ସହ ସଂଲଗ୍ନ ଜଙ୍ଗଲ ରାସ୍ତାକୁ ସିଲ୍‌ କରାଯାଇଛି। ଜିଲାପାଳ ସରୋଜ କୁମାର ସାମଲଙ୍କ ନିର୍ଦ୍ଦେଶ କ୍ରମେ ଝାରସୁଗୁଡ଼ା ଓ ସୁନ୍ଦରଗ ଜିଲା ସୀମାନ୍ତ ଲଖନପୁର ବ୍ଲକର କୋଇଲିଘୁଗର ଫରେଷ୍ଟ ରୋଡ଼ ( ୪ କିମି) ଓ ବେତଝରଣ ହିମଗିରି ଫରେଷ୍ଟ ରୋଡ଼ (୪ କିମି)ରେ ଫରେଷ୍ଟଗାର୍ଡ ମୁତୟନ କରାଯାଇ ବାହାର ଜିଲାରୁ ଝାରସୁଗୁଡ଼ାକୁ ପ୍ରବେଶ ଉପରେ କଟକଣାକୁ କଡ଼ାକଡ଼ି କରାଯାଇଛ।