ଝାରସୁଗୁଡ଼ାରେ ହସ୍ପିଟାଲ ଥାଇବି କରୋନା ଆକ୍ରାନ୍ତଙ୍କୁ ପଠାଗଲା ରାଉରକେଲା, ବିଭିନ୍ନ ମହଲରୁ ସମାଲୋଚନାର ସ୍ବର

ଝାରସୁଗୁଡା ଅଫିସ,୩୦ା୪- ପଶ୍ଚିମବଙ୍ଗରୁ ଝାରସୁଗୁଡା ଜିଲା ବ୍ରଜରାଜନଗର ଅଞ୍ଚଳକୁ ଆସିଥିବା ଜଣେ ଯୁବତୀ ବୁଧବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାପରେ ଜିଲା ପ୍ରଶାସନ ପକ୍ଷରୁ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ରାଉରକେଲା ସ୍ଥିତ କୋଭିଡ୍‌ ହସ୍ପିଟାଲକୁ ପଠାଯାଇଥିଲା। ତେବେ ଝାରସୁଗୁଡାଠାରେ କୋଭିଡ୍‌ ହସ୍ପିଟାଲ ଥିଲେ ସୁଦ୍ଧା ତାଙ୍କୁ କେଉଁ କାରଣରୁ ରାଉରକେଲାସ୍ଥିତ ହସ୍ପିଟାଲକୁ ପଠାଗଲା ତାହା ଏବେ ଜିଲାରେ ଚର୍ଚ୍ଚାର ବିଷୟ ପାଳଟିଛି। ଜିଲା ପ୍ରଶାସନର ଏହି ପଦକ୍ଷେପକୁ ଜିଲାର ବୁଦ୍ଧିଜୀବୀମାନେ ପ୍ରଶ୍ନ କରୁଥିବା ବେଳେ ସୋସିଆଲ ମିଡିଆରେ ଲୋକମାନେ ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନକୁ ସମାଲୋଚନା କରୁଛନ୍ତି।

ଏହାର କାରଣ ସମ୍ପର୍କରେ ଝାରସୁଗୁଡ଼ା କୋଭିଡ୍‌ ହସ୍ପିଟାଲର ପ୍ରଶାସନିକ ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁଙ୍କୁ ସହିତ ଆଲୋଚନା କରିବାରୁ ହସ୍ପିଟାଲରେ ଏକ ମେଶିନ ଲଗାଯାଉଥିବା ସେ ସୂଚନା ଦେଇଥିଲେ। ଏହାଛଡ଼ା କିଛି ଦିନ ତଳେ ବୁର୍ଲାରୁ ଏକ ଟିମ୍‌ ଏହି ହସ୍ପିଟାଲକୁ ପରିଦର୍ଶନରେ ଆସିଥିଲେ। ସେମାନେ ଆଇସିୟୁରେ ଏକ ମେସିନ(ନେଗେଟିଭ ପ୍ରେସର) ଲଗାଇବାକୁ ପରାମର୍ଶ ଦେଇଥିଲେ। ଏଭଳି ପରିସ୍ଥିତିରେ ଏହି କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କଲେ ହସ୍ପିଟାଲ ପରିସରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବ। ଫଳରେ ମେଶିନ ସ୍ଥାପନ କାର୍ଯ୍ୟ ହୋଇପାରିବ ନାହିଁ। ତେବେ ଝାରସୁଗୁଡା କୋଭିଡ୍‌ ହସ୍ପିଟାଲକୁ ପରିଚାଳନା କରୁଥିବା ସଂସ୍ଥା ରାଉରକେଲା କୋଭିଡ୍‌ ହସ୍ପିଟାଲ ମଧ୍ୟ ପରିଚାଳନା କରୁଛି। ଏଣୁ ରାଉରକେଲା ହସ୍ପିଟାଲକୁ କରୋନା ଆକ୍ରାନ୍ତଙ୍କୁ ପଠାଯାଇଛି ବୋଲି ସେ କହିଥିଲେ।

ପ୍ରକାଶ ଯେ, ଝାରସୁଗୁଡା ସହର ମଙ୍ଗଳ ବଜାର ସ୍ଥିତ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟଠାରେ ଗତ ୨୨ ତାରିଖ ବୁଧବାର ଦିନ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ ମଖ୍ୟ ଅତିଥି ଭାବେ ଯୋଗ ଦେଇ କୋଭିଡ୍‌ ହସ୍ପିଟାଲକୁ ଉଦ୍‌ଘାଟନ କରିଥିଲେ। ଏହି ହସ୍ପିଟାଲରେ ମୋଟ ୧୧୦ ଶଯ୍ୟା ବିଶିଷ୍ଟ ଥିବା ବେଳେ ଏଥିରେ ୯୩ ଟି ସାଧାରଣ ଶଯ୍ୟା, ୧୦ ଟି ଆଇସିୟୁ ଓ ୭ ଟି ଏଚ୍‌ଡିୟୁ ୟୁନିଟ ଅନ୍ତଭୁକ୍ତ। ରୋଗୀଙ୍କ ଚିକିତ୍ସା ନିମନ୍ତେ ୧୦ଟି ଭେଣ୍ଟିଲେଟର, ବହୁଗୁଣିତ ଅମ୍ଳଜାନ ଯୋଗାଣ ବ୍ୟବସ୍ଥା, ଅମ୍ଳଜାନ ସିଲିଣ୍ଡର, କମ୍ପ୍ରେସର ଅଦିର ବ୍ୟବସ୍ଥା କରାଯାଇଛି। ଏହି ହସ୍ପିଟାଲକୁ ହାଇଟେକ୍‌ ମେଡିକାଲ କଲେଜ ଓ ହସ୍ପିଟାଲ୍‌ ଦ୍ୱାରା ପରିଚାଳିତ ହେବାନେଇ ଜିଲା ପ୍ରଶାସନ ପକ୍ଷରୁ ଚୁକ୍ତି କରାଯାଇଛି। ଏହି ହସ୍ପିଟାଲ ପ୍ରତିଷ୍ଠା ପାଇଁ ଜିଲା ଖଣିଜ ପାଣ୍ଠିରୁ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯାଇଥିବା ବେଳେ ଝାରସୁଗୁଡା ସ୍ଥିତ ବେଦାନ୍ତ କମ୍ପାନି ପ୍ରାୟ ୨ କୋଟି ଟଙ୍କାର ଯନ୍ତ୍ରପାତି ଯୋଗାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri