ଝାରସୁଗୁଡ଼ାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ସ୍ବାସ୍ଥ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଝାରସୁଗୁଡା ଅଫିସ୍‌/ଲଖନପୁର,୧୪ା୯(ଡି.ଏନ୍‌.ଏ.):
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ନବ କିଶୋର ଦାସଙ୍କ ନିର୍ବାଚନମଣ୍ଡଳୀ ଝାରସୁଗୁଡ଼ାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜିଲା ମୁଖ୍ୟ ଚିକିସତ୍ାଳୟରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଅବହେଳାରୁ ଗୋଟିଏ ପରେ ଗୋଟିଏ ରୋଗୀଙ୍କ ଜୀବନହାନି ହେବାରେ ଲାଗିଛି। ଏହାର ପ୍ରତିବାଦରେ ଜିଲା ଭାଜପା ଯୁବମୋର୍ଚ୍ଚା ତରଫରୁ ଶୁକ୍ରବାର ମଧ୍ୟାହ୍ନରେ ଝାରସୁଗୁଡ଼ା ଶୁକ୍ରବାର ବଜାର ସମ୍ମୁଖରୁ ଏକ ଶୋଭାଯାତ୍ରା ବାହାରି ବଜାର ମୁଖ୍ୟ ମାର୍ଗଦେଇ ଷ୍ଟେଶନ୍‌ ଛକରେ ପହଞ୍ଚତ୍ଥିଲା। ସେଠାରେ ଭାଜପା ନେତା ଓ କର୍ମୀମାନେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅପାରଗତାକୁ ଦାୟୀକରି ତାଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଏହି ପରିପେକ୍ଷୀରେ ସେମାନେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଦାସଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଏଥିରେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦୀନେଶ ଜୈନ, ଜିଲା ଭାଜପା ଯୁବମୋର୍ଚ୍ଚା ସଭାପତି ବଲବିନ୍ଦର ସିଂହ, ସାଧାରଣ ସମ୍ପାଦକ ନୀଳାମ୍ବର ଦଣ୍ଡସେନା, ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ବିଶ୍ୱଜିତ ଷଡଙ୍ଗୀ, ନରେଶ ନାୟକ, ସତ୍ୟନାରାୟଣ ବହିଦାର ପ୍ରମୁଖ ଶତାଧିକ ଦଳୀୟକର୍ମୀ ଉପସ୍ଥିତ ଥିଲେ।
ଗତ ବୁଧବାର ଜିଲା ମୁଖ୍ୟ ଚିକିସତ୍ାଳୟରେ ଚିକିସତ୍ା ଅବହେଳାରୁ ଲଇକେରା ବ୍ଲକ ଖୁଣ୍ଟାମାଲ ପଞ୍ଚାୟତ ଜାଲିମାଲ ଗ୍ରାମର କ୍ଷେତ୍ରମଣି କୁସୁମ(୩୦)ଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ମଧ୍ୟ ସ୍ବାସ୍ଥ୍ୟକର୍ମୀମାନେ ତାଙ୍କୁ ସାଲାଇନ୍‌ ଓ ଇଞ୍ଜେକ୍‌ସନ ଦେଇ ଚିକିସତ୍ା ଜାରି ରଖିଥିଲେ। ଏନେଇ ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ୍‌ ହେବାପରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ଖୋଦ୍‌ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲାରେ ଏଭଳି ଦୁଃଖଦ ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ନିନ୍ଦା କରାଯାଇଥିଲା। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଦାସ ଝାରସୁଗୁଡା ଜିଲା ମୁଖ୍ୟ ଚିକିସତ୍ାଳୟର ଅତିରିକ୍ତ ମୁଖ୍ୟ ଚିକିସତ୍କଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଗତ ଜୁଲାଇ ୨୦ ତାରିଖରେ ଝାରସୁଗୁଡ଼ା ରେଳବାଇ କଲୋନୀ ବାସିନ୍ଦା ଶନି ଷଣ୍ଢଙ୍କ ୯ ମାସର ଶିଶୁପୁତ୍ର ସାହିଲ ଗରମ ଡାଲିରେ ପଡି ଆହତ ହୋଇଥିଲେ। ତାଙ୍କୁ ଚିକିସତ୍ା ପାଇଁ ପରିବାର ଲୋକ ଜିଲା ମୁଖ୍ୟ ଚିକିସତ୍ାଳୟରେ ଭର୍ତ୍ତି କରିଥିଲେ। ହେଲେ ପରେ ଚିକିସତ୍ା ଅବହେଳାରୁ ସାହିଲର ମୁତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ଏ ଘଟଣାକୁ ନେଇ ସେ ସମୟରେ ଝାରସୁଗୁଡ଼ାରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ସେତେବେଳେ ସ୍ବାସ୍ଥ୍ୟମନ୍ତ୍ରୀ ଦାସ ଝାରସୁଗୁଡ଼ାରେ ପହଞ୍ଚତ୍ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୈନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ମନ୍ତ୍ରିମଣ୍ଡଳରେ ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ ସ୍ବାସ୍ଥ୍ୟ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କଲାପରେ ଜିଲାବାସୀ ସ୍ବାସ୍ଥ୍ୟ କ୍ଷେତ୍ରରେ ସୁଧାର ଆସିବ ବୋଲି ଆଶା ବାନ୍ଧିଥିଲେ। ସରକାରଙ୍କ ତରଫରୁ ଝାରସୁଗୁଡ଼ାରେ ଜିଲା ମୁଖ୍ୟ ଚିକିସତ୍ାଳୟ ପାଇଁ ୬ ମହଲା କୋଠା ନିର୍ମାଣ କରାଯାଇଛି। ଏଠାରେ ଆବଶ୍ୟକ ଡାକ୍ତର, କର୍ମଚାରୀ, ଆଧୁନିକ ସ୍ବାସ୍ଥ୍ୟ ଉପକରଣ ଯନ୍ତ୍ରପାତି, ପାନୀୟଜଳ, ଲାଇଟ୍‌, ରାସ୍ତା ଆଦି ସୁବିଧା ସୁଯୋଗନାହିଁ। ଫଳରେ ମୁଖ୍ୟ ଚିକିସତ୍ାଳୟରେ ରୋଗୀସେବା ଦିନକୁଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ଝାଡ଼େଶ୍ୱର ବାବାଙ୍କୁ ଜଳ ଅର୍ପଣ କଲେ ଗାୟକ ସୋନୁ ନିଗମ, ବିମାନବନ୍ଦରରୁ…

ଝାରସୁଗୁଡା,୧୧।୨(ଆଶିଷ ରଞ୍ଜନ ଦାଶ): ହିନ୍ଦୀ ସହିତ ବିଭିନ୍ନ ଭାଷାରେ ଲୋକପ୍ରିୟ ଭଜନ, ଦେଶାତ୍ମବୋଧକ ତଥା ପ୍ରସିଦ୍ଧ ଚଳଚ୍ଚିତ୍ରରେ ଗୀତ ଗାଇଥିବା ପ୍ରସିଦ୍ଧ ଗାୟକ ସୋନୁ ନିଗମ ବୁଧବାର…

ବିବାହରେ ଯୋଗ ଦେଇ ଘେରୁଥିଲେ, ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌; ଚାଲିଗଲା ୨ ଜୀବନ, ଡ୍ରାଇଭର…

ଲଇକେରା,୯।୨(ରଞ୍ଜନ କୁମାର ମେହେର): ଝାରସୁଗୁଡା ଜିଲା ଲଇକେରା ବ୍ଳକ ସ୍ଥିତ ଧୂକା ଚୌକଠାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୨…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ସାଙ୍ଗ ନେଲା ସାଙ୍ଗର ଜୀବନ, ହତ୍ୟା କରି ଜରିରେ କରିଦେଲେ ପ୍ୟାକ୍‌, ୫ ଦିନ ପରେ ମିଳିଲା…

ବ୍ରଜରାଜନଗର, ୫।୨(ବିଜୟ ବରାଡ଼): ଝାରସୁଗୁଡା ବ୍ରଜରଜନଗର ଥାନା ରାମପୁର ଫାଣ୍ଡି ଆନ୍ତର୍ଗତ କୁକୁରିକାନୀ ପଡ଼ାର ଟାଙ୍ଗର ଘାଟ ଜଙ୍ଗଲରେ ଏକ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି…

ଧାନ କିଣାକୁ ନେଇ ଅବ୍ୟବସ୍ଥା: ଯୋଗାଣ ଅଧିକାରୀଙ୍କୁ ଅଟକ ରଖିଲେ ଉତ୍ତ୍ୟକ୍ତ ଚାଷୀ

ଲଇକେରା, ୫।୨(ରଞ୍ଜନ କୁମାର ମେହେର ): ଝାରସୁଗୁଡା ଜିଲାରେ ବର୍ତ୍ତମାନ ଧାନ କିଣାକୁ ନେଇ ଘୋର ଅବ୍ୟବସ୍ଥା ଲାଗି ରହିଛି। ଗୁରୁବାର ସକାଳୁ ମଣ୍ଡିକୁ ଟ୍ରାକ୍ଟରରେ ଧାନ…

ନବ ଦାସ ମୃତ୍ୟୁ ଘଟଣା, ଝିଅ ଦୀପାଳିଙ୍କ ଭାଷଣକୁ ନେଇ ବଢିଲାଣି ଚର୍ଚ୍ଚା!

ଭୁବନେଶ୍ୱର,୩୦।୧: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ମୃତ୍ୟୁକୁ ଏହା ଭିତରେ ୩ ବର୍ଷ ପୂରଣ ହୋଇଗଲାଣି। ୨୯ ଜାନୁଆରୀ ଗୁରୁବାର ନବଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ସଭା ଝାରସୁଗୁଡା…

ହସ୍ପିଟାଲ୍‌ରେ ଭୟାବହ ଅଗିକାଣ୍ଡ, ସବୁକିଛି ଜଳିପୋଡ଼ି ଛାରଖାର

ଝାରସୁଗୁଡ଼ା,୨୯।୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ବେହେରମାଲସ୍ଥିତ ତ୍ରିଲୋଚନ ନେତ୍ରାଳୟରେ ସଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରୋଗୀଙ୍କ କୌଣସି କ୍ଷୟକ୍ଷତି ହୋଇ ନ ଥିବାବେଳେ ଲ୍ୟାବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri