ଝାରସୁଗୁଡ଼ାରେ ସ୍ପୋଟର୍‌ସ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ପକାଇଲେ ମନ୍ତ୍ରୀ

 

ଝାରସୁଗୁଡ଼ା,୧୧।୮(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ଏଚ୍‌. କଣ୍ଟାପାଲିଠାରେ ରବିବାର ଏକ ଇଣ୍ଟିଗ୍ରେଟେଡ଼ ସ୍ପୋଟର୍‌ସ କମ୍ପ୍ଲେକ୍ସ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ରବିବାର ଏଚ୍‌. କଣ୍ଟାପାଲିରେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତରର ନେଇ ଶୁଭ ଦେଇଛନ୍ତି। ପ୍ରାୟ ଦେଢ଼ କୋଟି ବ୍ୟୟ ଅଟକଳରେ ୨୦ ଏକର ଜମିରେ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ନେଇ ସୂଚନା ମିଳିଛି। ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ବରଗଡ଼ ଏମ୍‌ପି ସୁରେଶ ପୂଜାରୀଙ୍କ ସମେତ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।