Posted inଜାତୀୟ

ଝାଡ଼ଖଣ୍ଡ ଭିଡ଼ହିଂସା: ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ରିପୋର୍ଟରୁ ଫିଟିଲା ଗୁମର:ତବ୍‌ରେଜ୍‌ଙ୍କୁ ଚିକିତ୍ସା ପାଇଁ ମନାକରିଥିଲା ପୋଲିସ

ନୂଆଦିଲ୍ଲୀ,୨୮।୬:ଝାଡ଼ଖଣ୍ଡ ଭିଡ଼ହିଂସାରେ ପ୍ରାଣ ହରାଇଥିବା ମୁସ୍‌ଲିମ୍‌ ଯୁବକ ତବ୍‌ରେଜ୍‌ ଅନ୍‌ସାରୀଙ୍କୁ ଆକ୍ରମଣ ପରେ ପୋଲିସ ଚିକିତ୍ସା କରାଇ ନ ଥିଲା। ରାତିସାରା ମାଡ଼ଖାଇବା ପରେ ଲହୁଲୁହାଣ ହୋଇଥିବା ତବ୍‌ରେଜ୍‌ଙ୍କୁ ଚିକିତ୍ସା ପାଇଁ ପରିବାର ଲୋକେ ପୋଲିସକୁ ଅନୁରୋଧ କରିଥିଲେ। ହେଲେ ପୋଲିସ ସେମାନଙ୍କ ଅବସ୍ଥା ମଧ୍ୟ ତବ୍‌ରେଜ୍‌ଙ୍କ ଭଳି ହେବ ବୋଲି ଧମକ ଦେଇଥିଲା। ଏପରି କି ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ହାଜତ ଭିତରେ ତବ୍‌ରେଜ୍‌ଙ୍କୁ ‘ଏତେ ମାଡ଼ ଖାଇବା ପରେ ବି ତୁମେ ଏଯାଏ କାହିଁକି ମରିନାହଁ’ ବୋଲି ପ୍ରଶ୍ନ କରୁଥିଲେ। ଝାଡ଼ଖଣ୍ଡ ଜନାଧିକାର ମହାସଭାର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଏକ ରିପୋର୍ଟରେ ଭିଡ଼ହିଂସାର ଏଭଳି ଅନେକ ନିର୍ମମ ଦିଗକୁ ଉନ୍ମୋଚନ କରିଛି।
ଷଢ଼େଇକଳା-ଖରସୁଆଁ ଜିଲାର ୨୪ ବର୍ଷୀୟ ତବ୍‌ରେଜ୍‌ ପୁଣେରେ ୬-୭ ବର୍ଷ ହେବ ଓ୍ବେଲ୍ଡର ଭାବେ କାର୍ଯ୍ୟ କରୁଥିଲେ। ସେ ଦେଢ଼ମାସ ତଳେ ବିବାହ କରିଥିଲେ। ତବ୍‌ରେଜ୍‌ ତାଙ୍କ ସ୍ତ୍ରୀଙ୍କୁ ପୁଣେ ନେବା ପାଇଁ ଯୋଜନା କରିଥିଲେ। ଗତ ୧୭ ତାରିଖରେ ତବ୍‌ରେଜ୍‌ ଜାମ୍‌ସେଦ୍‌ପୁର ଯାଇଥିଲେ। ସେ ରାତି ୧୦ଟାରେ ସ୍ତ୍ରୀଙ୍କୁ ଫୋନ୍‌ କରିଥିଲେ। ସେଠାରୁ ସେ ବେହରସରାଇସ୍ଥିତ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇ ବାଇକ୍‌ରେ ଫେରୁଥିଲେ। ପପୁ ମଣ୍ଡଳଙ୍କ ସମେତ ଧତ୍‌କିଡିହ ଗ୍ରାମର ଶତାଧିକ ଲୋକ ତବ୍‌ରେଜ୍‌ଙ୍କୁ ବାଇକ୍‌ ଚୋରି କରିବା ସନ୍ଦେହରେ ଧରିଥିଲେ। ତବରେଜ୍‌ଙ୍କୁ ସେମାନେ ଏକ ଖୁଣ୍ଟରେ ବାନ୍ଧି ‘ଜୟ ଶ୍ରୀରାମ’ ଓ ‘ଜୟ ହନୁମାନ’ କହିବାକୁ ବାଧ୍ୟକରିବା ସହ ରାତି ସାରା ମାଡ଼ ମାରିଥିଲେ। ୧୮ ତାରିଖ ସକାଳେ ତବ୍‌ରେଜ୍‌ ତାଙ୍କ ସ୍ତ୍ରୀଙ୍କୁ ପୁଣି ଫୋନ୍‌ କରି ଆକ୍ରମଣ ସମ୍ପର୍କରେ ସବୁକଥା କହିବା ସହ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ। ତାଙ୍କ ସ୍ତ୍ରୀ ଦାଦା ମକ୍‌ସୁଦ୍‌ ଆଲାମ ଓ ମସରୁର୍‌ ଆଲାମ୍‌ଙ୍କୁ ଏନେଇ ଅବଗତ କରାଇବା ପରେ ଦୁହେଁ ସ୍ଥାନୀୟ ଥାନାକୁ ଦେଖିବାକୁ ଯାଇଥିଲେ। ହେଲେ ପୁତୁରାଙ୍କୁ ସେମାନେ ସେଠାରେ ନ ପାଇ ଷଢ଼େଇକଳା ଥାନାକୁ ଯାଇଥିଲେ। ସେଠାରେ ହାଜତରେ ଥିବା ତବ୍‌ରେଜ୍‌ଙ୍କ ନାକ, ପାଟି ଓ ମୁଣ୍ଡରୁ ରକ୍ତସ୍ରାବ ହେଉଥିବାବେଳେ ଅଙ୍ଗୁଳିରେ କଟାଦାଗ ରହିଥିଲା। ଚୋରି ଅଭିଯୋଗରେ ତାଙ୍କୁ ଧରାଯାଇଛି ବୋଲି ପୋଲିସ ସେମାନଙ୍କୁ କହିଥିଲା। ତବ୍‌ରେଜ୍‌ଙ୍କୁ ତୁରନ୍ତ ଚିକିତ୍ସା କରାଇବା ପାଇଁ ଥାନାଧିକାରୀ ବିପିନ ବିହାରୀ ସିଂଙ୍କୁ ମସ୍‌ରୁର୍‌ ଅନୁରୋଧ କରିଥିଲେ। ହେଲେ ବିପିନ କହିଥିଲେ, ଏଠାରୁ ପଳାଅ। ନ ହେଲେ ତୁମର ମଧ୍ୟ ହାତଗୋଡ଼ ଭାଙ୍ଗି ଜେଲ୍‌ରେ ପୂରାଇଦେବୁ। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ପପୁ ମଣ୍ଡଳ ଓ ଅନ୍ୟ ୧୫ ଅଭିଯୁକ୍ତ ତବ୍‌ରେଜ୍‌ଙ୍କୁ ଏଯାଏ କାହିଁକି ବଞ୍ଚତ୍ଛ ବୋଲି ପ୍ରଶ୍ନ କରୁଥିଲେ। ତବ୍‌ରେଜ୍‌ଙ୍କୁ ମାଡ଼ ମାରିବା ପରେ ପାଣିରେ ଦୁଦୁରା ବିଷ ମିଶାଇ ପିଇବାକୁ ଦିଆଯାଇଥିଲା। ପୋଲିସ ତୁରନ୍ତ ଚାର୍ଜଶିଟ୍‌ ଦାଖଲ କରିବା ଉଚିତ ଓ ଦୋଷୀ ଦଣ୍ଡ ପାଇବା ଜରୁରୀ ବୋଲି ସେମାନେ ଦାବି କରିଛନ୍ତି। ଗୁରୁତର ଆହତ ହୋଇଥିବା ତବ୍‌ରେଜ୍‌ଙ୍କୁ ଚିକିତ୍ସା ନ କରି ପୋଲିସ ହାଜତକୁ ନେଇଥିଲା। ୨୨ ତାରିଖରେ ତାଙ୍କୁ ଷଢ଼େଇକଳା ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ପାଟିରୁ ଫେଣ ବାହାରୁଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ତାଙ୍କ ଶ୍ୱାସକ୍ରିୟା ଚାଲିଛି ବୋଲି ଜଣେ ସ୍ଥାନୀୟ ଖବରଦାତା କହିବା ପରେ ଟାଟା ମେଡିକାଲ୍‌ ହସ୍ପିଟାଲକୁ ତାଙ୍କୁ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ପରିବାର ଲୋକଙ୍କ ଅଭିଯୋଗକ୍ରମେ ପପୁଙ୍କ ସମେତ ଅନ୍ୟ କେତେଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ହୋଇଥିବାବେଳେ ବୁଧବାର ପାର୍ଲାମେଣ୍ଟରେ ମଧ୍ୟ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ ମୃତ୍ୟୁକୁ ନେଇ ଝାଡ଼ଖଣ୍ଡ ଜନାଧିକାର ମହାସଭାର ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଛି। ଉକ୍ତ ଟିମ୍‌ ଗତ ୨୫ ତାରିଖରେ କଦମଡିହ ଓ ଧତ୍‌କିଡିହ ଗ୍ରାମକୁ ଯାଇ ଆକ୍ରମଣସ୍ଥଳ ପରିଦର୍ଶନ କରିବା ପରେ ରିପୋର୍ଟ ପ୍ରକାଶ କରିଛି। ମାନବାଧିକାର କର୍ମୀ ଓ ଆଇନଜୀବୀମାନଙ୍କୁ ନେଇ ଗଠିତ ଏହି ଟିମ୍‌ ଅନ୍‌ସାରୀଙ୍କ ପରିବାର, ପଡ଼ୋଶୀ ଓ ଅନ୍ୟମାନଙ୍କ ସହ ଆଲୋଚନା କରିଥିଲା। ଧତ୍‌କିଡିହର ଆକ୍ରମଣ ହୋଇଥିବା ସ୍ଥାନ ଆଖପାଖର ଲୋକଙ୍କ ସହ ମଧ୍ୟ ସେମାନେ କଥାହେବା ପାଇଁ ଉଦ୍ୟମ କରିଥିଲେ। ହେଲେ କେତେଜଣ ଲୋକ ଏଥିରେ ବାଧା ସୃଷ୍ଟି କରି ‘ଜୟ ଶ୍ରୀରାମ ଓ୍ବାଲେ’ ବୋଲି ସ୍ଲୋଗାନ ଦେଇଥିଲେ। ଏହାସହ ଜଣେ ଚୋରର କୌଣସି ଧର୍ମ ନ ଥାଏ। ସେ ଜଣେ ହିନ୍ଦୁ ହୁଅନ୍ତୁ କି ମୁସ୍‌ଲିମ୍‌ ତାଙ୍କୁ ସହଜରେ ‘ଜୟ ଶ୍ରୀରାମ’ ଉଚ୍ଚାରଣ କରିବାକୁ କୁହାଯାଇପାରେ ବୋଲି ସେମାନେ ଜବାବ ଦେଇଥିଲେ। ସମ୍ପୃକ୍ତ ଅଞ୍ଚଳରେ ସାମ୍ପ୍ରଦାୟିକ ଉତ୍ତେଜନା ଲାଗିରହିଛି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri