ଅତାବିରା,୨୮ା୮ (ଡି.ଏନ୍.ଏ): ଦେଶରୁ କୁଷ୍ଠ ରୋଗ୍ର ମୂଲ ମେଟାବାକେ କେନ୍ଦ୍ର ଆର ରାଏଜ୍ ସରକାର ଅନେକ ଯୋଜନା କାଯ୍କାରି କରି ସଚେତନତା ସୁରୁଷ୍ଟି କରୁଛନ୍। ସେନ୍ତା କୁଷ୍ଠ ରୋଗ୍ରେ ଆକ୍ରଁାତ ରୁଗୀକର ଚିକିଛା, ଥଇଥାନ ଲାଗି ବି ସରକାର ଅନେକ ଯୋଜନା କାଯ୍କାରୀ କରୁଛନ୍। ହେଲେ ଆଏଜ୍ ବି ଆମର ସମାଜରେ ଅଁଧ୍ ବିଶୁଆସ, କୁସଂସ୍କାର, ଟାହିଟାପରା, ସାମାଜିକ୍ ବାସଁଦ୍ର ଭଏରେ ଲୋକ୍ ରୋଗ୍କେ ଲୁକେଇ ଦେଉଛନ୍। ପଛେ ରୋଗ୍ ବଢ଼ି ଯେତେବେଲେ ହାତ୍ଗୋଡ଼୍ ବଁକା ହେଉଛେ, ଆଂଗ୍ଠି ଛିଡ଼ୁଛେ ସେତେବେଲେ ସେମାନେ ଘରଦୁଆର, ପରିବାର ଏନ୍ତା କି ଗଁା ଛାଡ଼ି ଉନିଆ ଜାଗାକେ ପଲଉଛନ୍।
ସୂଚନା ଅନ୍ସାରେ ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅଂଚଳର ମୂଲ ବାସିନ୍ଦା ଛବିଳ ଦୀପ(୭୫)। ଆଏଜ୍କେ ୩୦ ବଛର ତଲେ ସେ କୁଷ୍ଠ ରୋଗ୍ରେ ଆକ୍ରଁାତ ହେଇଥିଲେ। ହେଲେ ସେ ପହେଲାରୁ କିଛି ଜାନି ନାଇଁପାରଲେ। ଯେତେବେଲେ ଜାନ୍ଲେ ଉଷୋକଷା କଲେ, ହେଲେ ବହୁତ ଡେରି ହେଇଯାଇଥିଲା। ସେ ସମିଆରେ ତାକର ହାତଗୋଡ଼ର ଆଂଗୁଠ୍ମାନ ବଁକା ହେବାର ସଂଗେ ଛିଡ଼୍ବାର ଆରମ୍ ହେଇଯାଇଥିଲା। ଏନ୍ତାଥି ଗଁାରେ ତାକର ପରିବାର ସାମାଜିକ ବାସଁଦ୍ର ଶିକାର ହେବାର ଭଏ ଛବିଳକୁଁ ଘାରିଥିଲା। ଇ ସବୁରୁ ପରିବାରକେ ବଁଚାବାର ଲାଗି ସେ ଆଏଜ୍କେ ୨୫ ବଛର ତଲେ ଗଁା, ପରିବାର ଛାଡ଼ିଦେଇଥିଲେ। ସେଦିନ୍ଠାନୁ ବରଗଡ଼ ଜିଲା ଅତାବିରା ବ୍ଲକ କାଦୋବାହାଲ ଛକ୍ ଛବିଳକଁର ଠିକ୍ନା ପାଲଟିଛେ। ସେ ଏହେଦେ କାଦୋବାହାଲ ପଁଚେତ୍ ମଦଭାଟି ଟିଣପଡ଼ା କେନାଲ ଖଁଡ଼ିରେ ଗୁଟେ ଛୁପ୍ଡ଼ିରେ ବଡ଼ା ଗୁଲ୍ଗୁଲା ହେଇ ଜୀବନ୍ ବିତଉଛନ୍। ସଖାଲ ପାଏଲେ ଆସର ପାସର ଗଁାଗଁଡ଼ା, କାଦୋବାହାଲ ଛକ୍ରେ ଭିଖ୍ ଭାଗି ପେଟ୍ ପାଲୁଛନ୍। ଇତାର ବାହାରେ ଛବିଳ କାଦୋବାହାଲ ପଁଚେତ୍ରୁ ଭିନ୍ନକ୍ଷମ ଭତା ପାଉଛନ୍। ହେଲେ ପରକୁତରେ ସରକାରୀ ହିସାବେ ସେ କେତେ ଟଁକା ଭତା ପାଉଛନ୍ କିଛି ସଠିକ୍ କହି ନାଇଁପାରବାର। ଭତା ପାଏବାର ସମିଆରେ ପଁଚେତ୍ରୁ ୬ଶହ ଟଁକା ଆନୁଛେଁ, ହେଲେ ଭତା ଖାତା ପତର ମୋର ପାସେ ନଁାଇଁନ ବଲି ସେ କହିଥିଲେ। ସେନ୍ତା ତାକର ପରିବାର ବାବ୍ଦେ ପଚରାଲାରୁ ମାଏକିନା, ଦୁଇ ପୁଓ ଆର ଗୁଟେ ବଲି ଝି’କେ ନେଇ ମୋର ପରିବାର। ଦୁଖ୍ସୁଖ କରି ଝି’କେ ବିହାଚୁରା କରିଥିଲି ବଲି ସେ ଆଏଁଖ୍ ଛଲ୍ ଛଲ୍ କରି କହିଥିଲେ। ହେଲେ ମୁଇଁ ଗଁା ଛାଡ଼ଲା ଦିନୁ ଆଏଜ୍କେ ୨୫ ବଛର ହେଲା ଘରର କାହାରି ସଂଗେ ଯୋଗାଯୋଗ ନଁାଇଁନ ବଲି ସେ କହିଛନ୍। ଥାନୀୟ ପରଶାସନ ଛବିଳକଁର ଥଇଥାନ ଲାଗି ତାକର ପରିବାର ସଂଗେ ଯୋଗାଯୋଗ କରବାକେ ବୁଧିଜୀବୀ ମହଲରେ ଦାବି ହେଉଛେ। ଇ ବାବ୍ଦେ ଅତାବିରା ବିଡିଓ ପ୍ରଣବ କୁମାର ଚାନ୍ଦକୁଁ ପଚରାଲାରୁ ଘଟନାର ତଦଁତ୍ କରି ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।
Posted inଆମ ଜିଲା ଖବର, ବରଗଡ଼ View All
ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍; ଡାକ୍ତରୀ ଛାତ୍ରୀ ଗୁରୁତର
ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…
ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ
ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…
ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ
ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…
୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ
ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮ ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…
ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…
ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…
୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…
ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…
ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ
ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…
କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ
ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…
Archives

