Categories: ଜାତୀୟ

‘ଜୟ ଶ୍ରୀରାମ’ ନ କହିବାରୁ ମୁସଲ୍‌ମାନ ଯୁବକଙ୍କୁ ମାଡ଼

କାନପୁର, ୩୦ା୬ (ପି.ଟି.) ; ଉତ୍ତରପ୍ରଦେଶର କାନପୁରଠାରେ ଜଣେ ୧୬ ବର୍ଷୀୟ ନାବାଳକଙ୍କୁ କେତେକ ଯୁବକ ଘେରିଯାଇ ‘ଜୟ ଶ୍ରୀରାମ’ ଉଚ୍ଚାରଣ କରିବାକୁ କହିଥିଲେ। ନାବାଳକ ଜଣକ ଏହା ନ କହିବାରୁ ତାଙ୍କୁ ଦୁର୍ବୃତ୍ତମାନେ ନିସ୍ତୁକ ମାଡ଼ ମାରିଥିବା ପୋଲିସ କହିଛି।
ଶୁକ୍ରବାରର। ସ୍ଥାନୀୟ ବାରାନିବାସୀ ମହମ୍ମଦ ତାଜ୍‌ ନମାଜ୍‌ ପାଠ ସାରି ଘରକୁ ଫେରୁଥିବାବେଳେ ଦୁର୍ବୃତ୍ତମାନେ ମୋଟରସାଇକେଲରେ ଆସି ଘରଠାରୁ ୧୦୦ ମିଟର ଦୂରରେ ତାଙ୍କୁ ପ୍ରଥମେ ଅଟକାଇଥିଲେ। ପରେ ଟୋପି କାଢିବାକୁ କହି ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରିଥିଲେ। ସେ ନ କହିବାରୁ ତାଙ୍କୁ ମୁଥ ଓ ଗୋଇଠା ମାରିଥିଲେ। ପରେ ଟୋପି ପିଙ୍ଗିଦେଇ ତଳ ପକାଇ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗହୋଇଛି। ଚିତ୍କାର ଶୁଣି କିଛି ଲୋକ ସେଠାରେ ପହଞ୍ଚିବାରୁ ସେମାନେ ଚାଲିଯାଇଥିଲେ। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି।

Share