Posted inଜାତୀୟ

ଜୟ ଶ୍ରୀରାମ କହିବାକୁ ବାଧ୍ୟକଲେ: ମୁସଲିମ୍‌ ଯୁବକଙ୍କୁ ପିଟି ମାରିଦେଲେ

ଷଢ଼େଇକଳା,୨୪ା୬: ଝାଡ଼ଖଣ୍ଡର ଷଢ଼େଇକଳା ଖରସୁଆଁ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଶତାଧିକ ଗ୍ରାମବାସୀ ଚୋରି ସନ୍ଦେହରେ ଜଣେ ମୁସଲିମ୍‌ ଯୁବକଙ୍କୁ ଧରି ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରିବା ପରେ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ପିଟି ପିଟି ମାରିଦେଇଛନ୍ତି। ଏହି ବର୍ବର କାଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମୃତକଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଯୁବକ ଜଣକ ହାଜତରେ କି ହସ୍ପିଟାଲରେ ପ୍ରାଣ ହରାଇଛନ୍ତି ତାକୁ ନେଇ ବିବାଦ ଉଠିଛି।
ଅଭିଯୋଗ ଅନୁଯାୟୀ, ଖରସୁଆଁ ଅନ୍ତର୍ଗତ କଦମଡିହା ଗ୍ରାମର ତବ୍‌ରେଜ୍‌ ଅନ୍‌ସାରୀ(୨୪) ଗତ ୧୮ ତାରିଖ ରାତିରେ ବାଇକ୍‌ ଚୋରି କରୁଥିବା ସନ୍ଦେହରେ ଗାଁ ଲୋକେ ତାଙ୍କୁ ଧରିଥିଲେ। ସେମାନେ ତାଙ୍କୁ ଏକ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ରାତିସାରା ମାଡ଼ ମାରିଥିଲେ। ପୋଲିସ ଖବର ପାଇ ସେଠାକୁ ଯାଇ ତବ୍‌ରେଜ୍‌ଙ୍କୁ ଗିରଫ କରିଥିଲା। ଏହାସହ ତାଙ୍କୁ ଗୁରୁତର ଅବସ୍ଥାରେ ଏକ ସ୍ଥାନୀୟ କୋର୍ଟରେ ହାଜର କରାଇ ରିମାଣ୍ଡରେ ନେଇଥିଲା। ଶନିବାର ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଇତିମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ପପୁ ମଣ୍ଡଳ ନାମକ ଜଣେ ଯୁବକଙ୍କ ସମେତ ଶତାଧିକ ବ୍ୟକ୍ତି ତାଙ୍କୁ ‘ଜୟ ଶ୍ରୀରାମ’ ଓ ‘ଜୟ ହନୁମାନ’ କହିବାକୁ ବାଧ୍ୟ କରିଥିଲେ। ଏହାସହ ସେମାନେ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ମାଡ଼ ମାରୁଥିବାର ଦୃଶ୍ୟ ଏଥିରେ ରହିଛି। ତବ୍‌ରେଜ୍‌ଙ୍କ ସ୍ତ୍ରୀ ଶାଇସ୍ତା ପରବିନ୍‌ ଉକ୍ତ ଭିଡିଓ ଆଧାରରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରିଛି। ପପୁଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି। ତବ୍‌ରେଜ୍‌ ହସ୍ପିଟାଲରେ ଆଖିବୁଜି ଦେଇଥିବା ପୋଲିସ କହୁଥିବାବେଳେ ତାଙ୍କ ମୃତ୍ୟୁକୁ ନେଇ ବିବାଦ ଉଠିଛି। ପ୍ରକୃତରେ ହାଜତରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ଝାଡ଼ଖଣ୍ଡରେ ସାମ୍ପ୍ରଦାୟିକ ସଦ୍ଭାବନା ପାଇଁ କାର୍ଯ୍ୟରତ ଅମନ ବିରାଦରି ନାମକ ସଙ୍ଗଠନର ସଂଯୋଜକ ଅଫ୍‌ଜଲ ଅନିସ୍‌ ଅଭିଯୋଗ ଆଣିଛନ୍ତି। ତବ୍‌ରେଜ୍‌ଙ୍କ ଦାଦା ମକ୍‌ସୁଦ୍‌ ଅନ୍‌ସାରୀ କହିଛନ୍ତି, ଜେଲ୍‌ରେ ପୁତୁରାଙ୍କ ମୃତ୍ୟୁ ଘଟିଛି। କିନ୍ତୁ ଜେଲ ଅଧିକାରୀମାନେ ନିଜକୁ ବଞ୍ଚାଇବା ପାଇଁ ତାଙ୍କୁ ହସ୍ପିଟାଲକୁ ପଠାଇଦେଇଥିଲେ। ପୋଲିସ ଓ ଜେଲ୍‌ ଅଧିକାରୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି। ଭାରତରେ ସଂଖ୍ୟାଲଘୁଙ୍କ ଉପରେ ହିନ୍ଦୁବାଦୀ ସଙ୍ଗଠନଗୁଡ଼ିକର ଆକ୍ରମଣ ବଢ଼ି ଚାଲିଥିବା ନେଇ ଆମେରିକାର ଏକ ରିପୋର୍ଟ ପ୍ରକାଶ ପାଇଥିବାବେଳେ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ଏହାକୁ ଖଣ୍ଡନ କରିଛି। ଏହି ପରିପ୍ରେକ୍ଷୀରେ ତବ୍‌ରେଜ୍‌ଙ୍କ ମୃତ୍ୟୁ ଅନେକ ପ୍ରଶ୍ନ ଛିଡ଼ା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri