ଜୟାଲଳିଥା ଜଣେ ଗ୍ଲାମରସ୍‌ ଷ୍ଟାର ଥିଲେ: କଙ୍ଗନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଖୁବ୍‌ଶୀଘ୍ର ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟାଲଳିଥାଙ୍କ ବାୟୋପିକରେ ନଜର ଆସିବେ। ‘ଥଲାଇବି’ ନାମକ ଏହି ବାୟୋପିକରେ ଜୟାଲଳିତାଙ୍କ ଜୀବନିକୁ ସ୍ଥାନ ଦିଆଯାଇଛି। ଏଥିରେ ବଲିଉଡ୍‌ ବିୟୁଟି କଙ୍ଗନା ଜୟାଲଳିଥାଙ୍କ ସବୁ ବୟସର ଚରିତ୍ରରେ ନଜର ଆସିବେ। ଏହି ଫିଲ୍ମରେ ଗୋଟିଏ ଭାଗରେ ଜୟାଲଳିଥାଙ୍କ ଅଭିନୟ ଜୀବନକୁ ସ୍ଥାନିତ କରାଯାଇଛି। ନିକଟରେ କଙ୍ଗନା ଏକ ସାକ୍ଷାତ୍‌ କାରରେ ଏହି ଫିଲ୍ମକୁ ନେଇ କଥା ହେବା ସହ ଜୟାଲଳିଥାଙ୍କର ବହୁ ପ୍ରଶଂସା କରିଛନ୍ତି। କଙ୍ଗନା କହିଛନ୍ତି ଜୟାଲଳିଥା ଜଣେ ଗ୍ଲାମରସ୍‌ ଷ୍ଟାର ଥିଲେ। ସେ ବଲିଉଡ୍‌ ନୀଳନୟନା ଐଶ୍ୱର୍ଯ୍ୟାଙ୍କ ଭଳି ଥିଲେ ବୋଲି କଙ୍ଗନା କହିଛନ୍ତି। ମୋ ପାଖରେ ଗ୍ଲାମର ନାହିଁ। ହେଲେ ତାଙ୍କ ସହ ମୋର ଗୋଟିଏ ସାମଞ୍ଜସ୍ୟ ଅଛି ବୋଲି କଙ୍ଗନା କହିଛନ୍ତି। ସେ କହିଛନ୍ତି ମୁଁ ଅଭିନେତ୍ରୀ ନୁହେଁ ବରଂ ନିର୍ଦ୍ଦେଶିକା ହେବାକୁ ଚାହୁଁଥିଲି ହେଲେ ଅଭିନେତ୍ରୀ ହୋଇଗଲି। ସେମିତି ଜୟାଲଳିଥା ଅଭିନେତ୍ରୀ ହେବାକୁ ଯାଉଥିବା ବେଳେ ରାଜନୀତିରେ ପାଦ ରଖିଲେ। ତେବେ ତାଙ୍କ ବାୟୋପିକରେ କାମ କରିବା କଙ୍ଗନାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଥିଲା ବୋଲି ସେ କହିଛନ୍ତି।

Share