ଜୟାଙ୍କ ହୃଦୟ ଜିତିଥିଲା ଐଶ୍ୱର୍ଯ୍ୟାଙ୍କ ଏହି କଥା

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ଯୋଡିକୁ ବଲିଉଡ୍‌ର ଆଦର୍ଶ ଯୋଡି ମଧ୍ୟରୁ ଗୋଟିଏ ବୋଲି କୁହାଯାଏ। ଐଶ୍‌ ଶାଶୁ ଜୟା ବଚ୍ଚନଙ୍କର ଖୁବ୍‌ ନିକଟତର। ଏବେ ଜୟାଙ୍କର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି କରଣ ଜୋହରଙ୍କ ଟିଭି ଶୋ ‘କଫି ଓ୍ବିଥ୍‌ କରଣ’ର। ଏଥିରେ ଜୟା ଐଶ୍‌ଙ୍କର ଖୁବ୍‌ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି। ତେବେ ଐଶ୍‌ ବଚ୍ଚନ ପରିବାରର ବୋହୁ ହେବା ପୂର୍ବର ଏହି ଭିଡିଓ।
ଭିଡିଓରେ ଜୟା ଐଶ୍‌ଙ୍କର ପ୍ରଶଂସାକରି କହୁଛନ୍ତି, ଐଶ୍‌ ବହୁତ ପ୍ୟାରି, ମୁଁ ତାକୁ ଭଲପାଏ। ମୋ ହିସାବରେ ଐଶ୍‌ ବଚ୍ଚନ ପରିବାରର ବୋହୁ ହେବା ପାଇଁ ଯୋଗ୍ୟ। ସେ ଆଗକୁ ଯିବାପାଇଁ କେବେହେଲେ କାହାର ଗୋଡ଼ ଟାଣି ନ ଥାନ୍ତି। ତାଙ୍କର ଏହି ଗୁଣ ଜୟାଙ୍କ ମନ ଜିଣିପାରିଛି। ଐଶ୍‌ ସବୁବେଳେ ସମସ୍ତଙ୍କ କଥା ଶୁଣିବା ପରେ ଶେଷରେ ନିଜ ମତାମତ ରଖିଥାନ୍ତି ବୋଲି ଜୟା କହୁଛନ୍ତି।

Share