Categories: ଜାତୀୟ

ଜୟଶଙ୍କର ଭାଜପା ରାଜ୍ୟ ସଭା ପ୍ରାର୍ଥୀ

ନୂଆଦିଲ୍ଲୀ,୨୫।୬ପି.ଟି.): ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ସୋମବାର ଭାଜପାରେ ବିଧିବଦ୍ଧ ଭାବେ ସାମିଲ ହେବାର କିଛି ସମୟ ପରେ ତାଙ୍କୁ ଗୁଜରାଟରୁ ରାଜ୍ୟ ସଭା ପ୍ରାର୍ଥୀ କରାଯାଇଛି। ଗୁଜରାଟରେ ଖାଲି ପଡିଥିବା ୨ଟି ରାଜ୍ୟ ସଭା ଆସନ ଲାଗି ଜୁଲାଇ ୫ରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଜୟଶଙ୍କର ସୋମବାର ଦଳର କାର୍ଯ୍ୟକାରୀ ସଭାପତି ଜେ. ପି. ନଡ୍ଡାଙ୍କ ଉପସ୍ଥିତିରେ ଭାଜପାରେ ଯୋଗଦେଇଥିଲେ। ମେ ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପୂର୍ବତନ ବୈଦେଶିକ ସଚିବ ତଥା କୂଟନୀତିଜ୍ଞଙ୍କୁ କ୍ୟାବିନେଟରେ ସାମିଲ କରି ବହିର୍ବ୍ୟାପାର ମନ୍ତ୍ରଣାଳୟ ଦାୟିତ୍ୱ ପ୍ରଦାନ କରିଥିଲେ।

Share