Posted inଫୁରସତ

ଜୟପୁର ଯନ୍ତର ମନ୍ତର: କିଛି ଅଜଣା କଥା

ଯନ୍ତର ମନ୍ତର ହେଉଛି ଏମିତି ଏକ ପର୍ଯ୍ୟବେକ୍ଷଣାଗାର, ଯେଉଁଠାରେ ପୂର୍ବେ ବିଭିନ୍ନ ଯନ୍ତ୍ର ତଥା ବସ୍ତୁ ସାହାଯ୍ୟରେ ସମୟ ନିର୍ଦ୍ଧାରଣ କରାଯିବା ସହିତ ସୂର୍ଯ୍ୟ, ଚନ୍ଦ୍ର ତଥା ଗ୍ରହମାନଙ୍କର ସ୍ଥିତି ଏବଂ ଗତି ନିରୂପଣ କରାଯାଉଥିଲା।
ଯନ୍ତ୍ର ମନ୍ତ୍ରରୁ ଯନ୍ତର ମନ୍ତରର ସୃଷ୍ଟି। ପ୍ରକୃତପକ୍ଷେ ଏହା ହେଉଛି ଏକ ପର୍ଯ୍ୟବେକ୍ଷଣାଗାର, ଯେଉଁଠାରେ ପୂର୍ବେ ବିଭିନ୍ନ ଯନ୍ତ୍ର ତଥା ବସ୍ତୁ ସାହାଯ୍ୟରେ ସମୟ ନିର୍ଦ୍ଧାରଣ କରାଯିବା ସହିତ ସୂର୍ଯ୍ୟ, ଚନ୍ଦ୍ର ତଥା ଗ୍ରହମାନଙ୍କର ସ୍ଥିତି ଏବଂ ଗତି ନିରୂପଣ କରାଯାଉଥିଲା। ଇତିହାସରୁ ଯାହା ଜଣାଯାଏ, ଅଷ୍ଟାଦଶ ଖ୍ରୀଷ୍ଟାବ୍ଦରେ ମହାରାଜା ସଓ୍ବାଇ ଜୟସିଂହ (ଦ୍ୱିତୀୟ) ଏହି ଯନ୍ତର ମନ୍ତରକୁ ନିର୍ମାଣ କରାଇଥିଲେ। ସେତେବେଳେ ରାଜସ୍ଥାନର ଜୟପୁରରେ ଏହି ରାଜାଙ୍କର ରାଜତ୍ୱ ଥିଲା। ଆଉ ତାଙ୍କ ଦ୍ୱାରା ହିଁ ନୂଆଦିଲ୍ଲୀ, ଜୟପୁର, ଉଜ୍ଜୟିନୀ, ମଥୁରା ଏବଂ ବାରାଣସୀରେ ପୃଥକ୍‌ ପୃଥକ୍‌ ୫ଟି ଯନ୍ତର ମନ୍ତର ଗଢ଼ାଯାଇଥିଲା। ଏବେ ବି ଏହିସବୁ ଐତିହାସିକ କୀର୍ତ୍ତିରାଜିଗୁଡ଼ିକ ଅକ୍ଷୁଣ୍ଣ ଅବସ୍ଥାରେ ରହିଛି। ତେବେ ଏହି ୫ଟି ଯନ୍ତର ମନ୍ତର ମଧ୍ୟରୁ ଜୟପୁରସ୍ଥିତ ଯନ୍ତର ମନ୍ତରଟି ହେଉଛି ସବୁଠାରୁ ବଡ଼ ଆଉ ଆକର୍ଷଣୀୟ। ସେଥିପାଇଁ ତାକୁ ୟୁନେସ୍କୋ ଓ୍ବାଲର୍‌ଡ ହେରିଟେଜ୍‌ ସାଇଟ୍‌ର ମାନ୍ୟତା ମିଳିଛି।

ଜୟପୁର ଯନ୍ତର ମନ୍ତରର ସ୍ବତନ୍ତ୍ରତା
ଜୟପୁରସ୍ଥିତ ଏହି ପର୍ଯ୍ୟବେକ୍ଷଣାଗାରରେ ୧୯ଟି ଭିନ୍ନ ଭିନ୍ନ ଏମିତି ସ୍ବତନ୍ତ୍ର ଯନ୍ତ୍ର ରହିଛି, ଯାହା ମାଧ୍ୟମରେ ସମୟ ନିରୂପଣ କରାଯିବା ସହିତ ଚନ୍ଦ୍ରଗ୍ରହଣ ସମ୍ପର୍କିତ ଭବିଷ୍ୟବାଣୀ ବି ଜାଣି ହେଉଥିଲା। ସେହିପରି ସୌରମଣ୍ଡଳୀୟ ଗ୍ରହ ତଥା ତାରାମାନଙ୍କର ସ୍ଥିତି ଏବଂ ଗତି ସମ୍ପର୍କରେ ତଥ୍ୟ ବି ଏହି ଯନ୍ତ୍ରଗୁଡ଼ିକ ସାହାଯ୍ୟରେ ନିରୂପଣ କରି ହେଉଥିଲା। ଏବେ ମଧ୍ୟ ଏହି ଯନ୍ତ୍ରଗୁଡ଼ିକୁ ଦେଖିଲେ ଅନୁମାନ କରିହୁଏ ଯେ, ଭାରତୀୟ ଲୋକମାନଙ୍କର ଗଣିତ ତଥା ଜ୍ୟୋତିଷ ଶାସ୍ତ୍ରରେ କେତେ ଗଭୀର ଜ୍ଞାନ ଥିଲା। ଯେଉଁଥିପାଇଁ ସେମାନେ ତାଙ୍କର ଜ୍ଞାନକୁ ବିନିଯୋଗ କରି ଏପରି ଏକ ଶିକ୍ଷଣୀୟ ପର୍ଯ୍ୟବେକ୍ଷଣାଗାର ଗଠନ କରିବାରେ ସହାୟକ ହୋଇଥିଲେ।

ଏଠାରେ ଥିବା ପ୍ରମୁଖ ଯନ୍ତ୍ର
ଜୟପୁରସ୍ଥିତ ଯନ୍ତର ମନ୍ତରରେ ଥିବା ୧୯ଟି ପ୍ରମୁଖ ଯନ୍ତ୍ର ହେଉଛି ବୃହତ୍‌ ସମ୍ରାଟ ଯନ୍ତ୍ର, ଲଘୁ ସମ୍ରାଟ ଯନ୍ତ୍ର, ଜୟପ୍ରକାଶ ଯନ୍ତ୍ର, ରାମ ଯନ୍ତ୍ର, ଧ୍ରୁବ ଯନ୍ତ୍ର, ଦକ୍ଷିଣା ଭିତ୍ତି ଯନ୍ତ୍ର, ନାଡି ବଳୟ ଯନ୍ତ୍ର, ରାଶି ବଳୟ ଯନ୍ତ୍ର, ଦିଶା ଯନ୍ତ୍ର, ସତାଂଶ ଯନ୍ତ୍ର, ଉନ୍ନତାଂଶ ଯନ୍ତ୍ର, ଦିଗଂଶା ଯନ୍ତ୍ର, ଯନ୍ତ୍ର ରାଜ ଯନ୍ତ୍ର, କପାଳି ଯନ୍ତ୍ର, କନାଳି ଯନ୍ତ୍ର, କ୍ରାନ୍ତି ଭ୍ରିତ୍ତା ଯନ୍ତ୍ର, ଚକ୍ର ଯନ୍ତ୍ର, ମିଶ୍ର ଯନ୍ତ୍ର, ପଲ୍ଲଭ ଯନ୍ତ୍ର। ପ୍ରତି ଯନ୍ତ୍ରର ଭିନ୍ନ ଭିନ୍ନ କାମ ରହିଥାଏ। ଯାହା ସମ୍ପର୍କରେ ସବିଶେଷ ବିବରଣୀ ଏଠାକୁ ଗଲେ ଆରାମରେ ପର୍ଯ୍ୟଟକ ପାଇପାରିବେ। ତା’ଛଡ଼ା ଏହି ସମସ୍ତ ଯନ୍ତ୍ର ଏବେ ବି ଅକ୍ଷୁଣ୍ଣ ଆଉ ଆକର୍ଷଣୀୟ ଅବସ୍ଥାରେ ରହିଥିବାରୁ ଏହି ସ୍ଥାନକୁ ଓ୍ବାଲର୍‌ଡ ହେରିଟେଜ୍‌ ସାଇଟ୍‌ର ମାନ୍ୟତା ମିଳିଛି। ଯେଉଁଥିପାଇଁ ଏଠାକୁ ସବୁବେଳେ ପର୍ଯ୍ୟଟକଙ୍କର ସୁଅ ଛୁଟୁଛି।

କିଛି ଅଜଣା କଥା
ଶୁଣିବାକୁ ମିଳେ ମହାରାଜା ସଓ୍ବାଇ ଜୟସିଂହ (ଦ୍ୱିତୀୟ) ଜୟପୁରରେ ଏହି ପର୍ଯ୍ୟବେକ୍ଷଣାଗାର କରିବା ପୂର୍ବରୁ କୁଆଡ଼େ ବିଭିନ୍ନ ଦେଶକୁ ନିଜର ଶାନ୍ତିଦୂତଙ୍କୁ ପ୍ରେରିତ କରିଥିଲେ। ଆଉ ସେହିସବୁ ସ୍ଥାନରୁ ଗଣିତ ତଥା ଜ୍ୟୋତିଷ ଶାସ୍ତ୍ର ସମ୍ପର୍କିତ ବିଭିନ୍ନ ପାଣ୍ଡୁଲିପି ମଗାଇ ତାକୁ ପଢି ପ୍ରଥମେ ନିଜେ ଜ୍ଞାନ ଆହରଣ କରିଥିଲେ। ପରବର୍ତ୍ତୀ ସମୟରେ ଅନ୍ୟମାନେ କିପରି ଏହାକୁ ସହଜରେ ବୁଝି ପାରିବେ ସେଥିପାଇଁ ସେହି ପାଣ୍ଡୁଲିପିଗୁଡ଼ିକୁ ସରଳ ଭାଷାରେ ଅନୁବାଦ ବି କରାଇଥିଲେ। ସେହିପରି କୁହାଯାଏ, ଏବେ ବି ଜୟପୁରସ୍ଥିତ ଏହି ପର୍ଯ୍ୟବେକ୍ଷଣାଗାରରେ ଥିବା ଯନ୍ତ୍ରଗୁଡ଼ିକ ଦ୍ୱାରା କରାଯାଉଥିବା ଗଣନାକୁ ଆଧାର କରି ଏଠାରେ ପାଞ୍ଜି ପ୍ରସ୍ତୁତ ହେଉଛି ଏବଂ ତଦନୁଯାୟୀ ରୀତିନୀତି ପାଳନ କରାଯାଉଛି।

କେବେ ଓ କେମିତି ଯିବେ
ରାଜସ୍ଥାନର ଜୟପୁରସ୍ଥିତ ପ୍ରସିଦ୍ଧ ସିଟି ପ୍ୟାଲେସ୍‌ ଓ ହାଓ୍ବା ମହଲ ନିକଟବର୍ତ୍ତୀ ଅଞ୍ଚଳରେ ଏହି ଯନ୍ତର ମନ୍ତର ଅବସ୍ଥିତ। ଯେଉଁଠାକୁ ଯିବା ପାଇଁ ଗମନାଗମନର ଭଲ ବ୍ୟବସ୍ଥା ରହିଛି। ତା’ଛଡ଼ା ବର୍ଷର ସବୁ ସମୟରେ ଏଠାକୁ ଯିବାର ସୁବିଧା ମଧ୍ୟ ଉପଲବ୍ଧ ଅଛି। ତା’ହେଲେ ଆଉ ଡେରି କାହିଁକି, ନିଆରା ଅନୁଭୂତି ସାଙ୍ଗକୁ ଇତିହାସ ସମ୍ପର୍କିତ ତଥ୍ୟ ସାଉଁଟିବାକୁ ଜୟପୁରସ୍ଥିତ ଏହି ସ୍ଥାନକୁ ବୁଲି ଯିବା ପାଇଁ ପ୍ଲାନିଂ ଆରମ୍ଭ କରିଦିଅନ୍ତୁ ନା।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri