Categories: ଜାତୀୟ

ଜୟପୁରରେ ୧୪୪ ଧାରା ଜାରି: ଇଣ୍ଟରନେଟ୍‌ ସେବା ବନ୍ଦ

ଜୟପୁର, ୧୪।୮: ରାଜସ୍ଥାନ ଜୟପୁରରେ ୨ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ୯ ପୋଲିସ କର୍ମଚାରୀଙ୍କ ସମେତି ୨୪ରୁ ଅଧିକ ଆହତ ହୋଇଛନ୍ତି। ଶାନ୍ତି ଶୃଙ୍ଖଳା ପାଇଁ ଏଠାରେ ୧୪୪ ଧାରା ଜାରି ହୋଇଛି। ଏହା ସହିତ ୧୦ଟି ଥାନା ଅଞ୍ଚଳରେ ସାମୟିକ ଭାବେ ଇଣ୍ଟରନେଟ୍‌ ସେବାକୁ ମଧ୍ୟ ବନ୍ଦ କରିଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଗଲତା ଗେଟ୍‌, ରାମଗଞ୍ଜ, ସୁଭାଷ ଚୌକ୍‌, ମାଣକ ଚୌକ, ଜବାହର ନଗର ଆଦି ୧୫ଟି ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି।

Share