ଜୟପୁରରେ କୁକୁଡ଼ା ମଡକ: ଚିନ୍ତାରେ ଚାଷୀ

ଜୟପୁର, ୨।୩(ନି.ପ୍ର.): କୋରାପୁଟ ଜିଲା ଜୟପୁରରେ ଗତ କିଛି ଦିନ ହେବ କୁକୁଡ଼ା ମଡକ ଦେଖାଦେଇଛି। ଗତ ସପ୍ତାହକ ମଧ୍ୟରେ ଜୟପୁର ଓ ଏହାର ଆଖପାଖ ଅଞ୍ଚଳରେ ଶହ ଶହ ଦେଶୀ ପ୍ରଜାତିର କୁକୁଡ଼ା ମରୁଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ କୁକୁଡ଼ା ଚାଷୀ ଓ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁଡ଼ାର ମୁଣ୍ଡ ବୁଲାଇବା ସହ ପଡ଼ିଯାଉଛନ୍ତି। ଏହାର ଦିନେ ଦୁଇ ଦିନ ମଧ୍ୟରେ ସେମାନଙ୍କ ମୃତ୍ୟୁ ଘଟୁଥିବା ଚାଷୀମାନେ କହିଛନ୍ତି। ତେବେ ରୋଗ ଚିହ୍ନଟ ହୋଇ ନ ଥିବା ବେଳେ ଏହାକୁ ସ୍ଥାନୀୟ ଅଞ୍ଚଳରେ ମର୍ଡି ରୋଗ ବୋଲି ଅନୁମାନ କରାଯାଉଛି। ତେବେ ଏହା ମର୍ଡି ନା ଆଉ କିଛି ଫ୍ଳୁ ଜନିତ ତାହା ସ୍ପଷ୍ଟ ହୋଇ ପାରି ନାହିଁ।