ଜୟଦେବ ଜେନା ଭାଜପାରେ ମିଶିବାକୁ ନେଇ ଚର୍ଚ୍ଚା

ହାଟଡ଼ିହୀ, ୨୫।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ତଥା ପିସିସି ସଭାପତି ଜୟଦେବ ଜେନା ଭାଜପାରେ ମିଶିବେ ବୋଲି ଚର୍ଚ୍ଚା ହେଉଛି। ଜୟଦେବଙ୍କ ଘର ହାଟଡ଼ିହୀ ବ୍ଲକ ମରୈଗାଁ ପଞ୍ଚାୟତ ଶଙ୍ଖଣା ଗ୍ରାମରେ। ହାଟଡ଼ିହୀ ଏବଂ ଆନନ୍ଦପୁର ଅଞ୍ଚଳରେ ଏହି ଚର୍ଚ୍ଚା ଜୋର୍‌ ଧରିଛି। ଚଳିତ ନିର୍ବାଚନରେ ଜୟଦେବ ବିଜେଡିଠାରୁ ୪୪ ହଜାର ୧୯୩ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି। ଗତ ୨୦୧୪ ନିର୍ବାଚନରେ କଂଗ୍ରେସରୁ ଜୟଦେବ ୬୦ ହଜାର ୨୯୬ ଖଣ୍ଡ ଭୋଟ ପାଇଥିଲେ। ଜୟଦେବ ଏଥର ଭାଜପାରେ ମିଶି କୌଣସି ଏକ ରାଜ୍ୟର ରାଜ୍ୟପାଳ ହେବାକୁ ଆଶା ରଖିଥିବା କୁହାଯାଉଛି।
କଂଗ୍ରେସର ଏପରି ଶୋଚନୀୟ ପରାଜୟ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାୟୀ ବୋଲି ସାଧାରଣରେ ଆଲୋଚନା ହେଉଥିବା ବେଳେ ନିରଞ୍ଜନ ତାଙ୍କ ଭାଇ ଏବଂ ନିଜର ସ୍ବାର୍ଥ ପାଇଁ ଏଥର ନିର୍ବାଚନରେ ବିଜେଡି ମୁଖିଆଙ୍କ ସହ ବୁଝାମଣା କରିଥିବା କାରଣରୁ କଂଗ୍ରେସ ଏପରି ଦୁର୍ଦ୍ଦଶା ଭୋଗିଥିବା ଆଲୋଚନା ହେଉଛି।