ଜୋନ୍‌ସ୍ତରୀୟ କଳା ଉତ୍ସବ: ଭାଗ ନେଲେ ୫ ଜିଲାର ଛାତ୍ରୀଛାତ୍ର ଓ ଗାଇଡ୍‌ ଶିକ୍ଷକ

ବାଲେଶ୍ୱର ଅଫିସ,୧୨।୧୧- ବାଲେଶ୍ୱର ସହର ସ୍ଥିତ ମିଶନ ବାଳିକା ବିଦ୍ୟାଳୟ ପରିସରରେ ଜୋନ୍‌ସ୍ତରୀୟ କଳା ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଅନୁଗୋଳ ଆଦି ୫ ଜିଲାର ଛାତ୍ରୀଛାତ୍ର ଓ ଗାଇଡ୍‌ ଶିକ୍ଷକମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ଚିତ୍ରାଙ୍କନ, ଯନ୍ତ୍ରସଙ୍ଗୀତ, କଣ୍ଠସଙ୍ଗୀତ ଓ ନୃତ୍ୟ ବିଷୟରେ ବାଳିକା ଓ ବାଳକ ବିଭାଗରେ ପ୍ରତିଯୋଗିତା ହୋଇଥିଲା। ଓପି ଜିନ୍ଦଲ ସ୍କୁଲ, ଅନୁଗୋଳର ଆକୃତି ପାଠକ ଓ ରମାକାନ୍ତ ପାଣ୍ଡେ କଣ୍ଠସଙ୍ଗୀତରେ, ସୋହମ ସାହୁ ଓ ଅଭିଶ୍ରେୟା ପଟ୍ଟନାୟକ ଯନ୍ତ୍ର ସଙ୍ଗୀତରେ, ସୁମ୍ବୁଲ ଫାତିମା ଚିତ୍ରାଙ୍କନରେ ଏବଂ ଅନ୍ବେଷା କିରଣ ନୃତ୍ୟରେ, ମହତାବ ହାଇସ୍କୁଲ ଅନୁଗୁଳର କୃଷ୍ଣା କାବେରୀ ଚିତ୍ରାଙ୍କନରେ, ଆଦର୍ଶ ବିଦ୍ୟାଳୟ, ହରିଚନ୍ଦନପୁର କେଉଁଝରର ଶୁଭମ୍‌ କୁମାର ସାହୁ ନୃତ୍ୟରେ ପ୍ରଥମ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଥିଲେ।
ଜିଲା ପ୍ରକଳ୍ପ ସଂଯୋଜକ ସୁରେନ୍ଦ୍ର ପ୍ରସାଦ ଶଙ୍ଖୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଚିତ୍ରଶିଳ୍ପୀ କେଶୁ ଦାସ ଓ ସଙ୍ଗୀତ ନିର୍ଦ୍ଦେଶକ ଅମୃତାଂଶୁ ପଟ୍ଟନାୟକ ଅତିଥି ଭାବରେ ଯୋଗଦେଇଥିଲେ। ଜିଲା ବିଜ୍ଞାନ ସଂଯୋଜକ କୃଷ୍ଣମୋହନ ସିଂହ ଉତ୍ସବର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ମିଶନ ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷକ ହିମାଂଶୁ ଶେଖର ନାୟକ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ହିରଣ୍ମୟ ମହାପାତ୍ର, ଗୋପାଳ ଚନ୍ଦ୍ର ଶିଅଳ, ଇନ୍ଦ୍ରଜିତ ପାତ୍ର ଓ କୌଶିକ କୁମାର ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଅଞ୍ଜନ ଚାନ୍ଦଙ୍କ ପରିଚାଳନାରେ ଆୟୋଜିତ ସଭାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଦାସ ଓ ଶ୍ରୀ ପଟ୍ଟନାୟକଙ୍କ ସହିତ ପ୍ରମୋଦ କୁମାର ଦାସ, ମନୋରଞ୍ଜନ ପଣ୍ଡା, ସନ୍ତୋଷ ମହାରଣା, ବସନ୍ତ କୁମାର ଦାସ, ମନୋରଞ୍ଜନ ପଣ୍ଡା, ସନ୍ତୋଷ ମହାରଣା, ବସନ୍ତ କୁମାର ଭୋଇ ଓ ଅଭିଲିପ୍ସା ସାହୁ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ।