ଜୋତା ପଲିସ କରୁଥିବା ବ୍ୟକ୍ତିଙ୍କ ଗୀତଶୁଣି ଭାବୁକ ହେଲେ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା କମ୍ପାନୀର ଚେୟାରମ୍ୟାନ୍‌

ଶିଳ୍ପପତି ତଥା ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା କମ୍ପାନୀର ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ଜୋତା ପଲିସ କରୁଥିବା ଜଣେ ବ୍ୟକ୍ତିଙ୍କ ଗୀତ ଶୁଣି ଭାବୁକ ହୋଇପଡ଼ିଛନ୍ତି। ଏହି ବ୍ୟକ୍ତି ଜଣଙ୍କ ହେଲେ ସନୀ। ସନୀ ଛୋଟ ପରଦାର ଲୋକପ୍ରିୟ ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ’ରେ ଅଡିଶନ ଦେବାକୁ ପହଞ୍ଚିଥିଲେ। ଏହି ଅଡିଶନ ଭିଡିଓକୁ ଆନନ୍ଦ ନିଜ ଟ୍ବିଟର ଆକାଉଣ୍ଟରେ ଶେୟାର କରିଛନ୍ତି। ଏହାକୁ ସମସ୍ତେ ପସନ୍ଦ ମଧ୍ୟ କରୁଛନ୍ତି। ଏହି ଭିଡିଓରେ ସନୀ ସୁନ୍ଦର ଗୀତ ଗାଇବା ସାଙ୍ଗକୁ ନିଜ ଜୀବନର ସଂଘର୍ଷମୟ ଜୀବନୀ ସମ୍ପର୍କରେ କହିଛନ୍ତି। ଆନନ୍ଦ ଶେୟାର କରିଥିବା ଭିଡିଓ ଅନୁସାରେ ସନୀ ଜୋତା ପଲିସ କରନ୍ତି ଏବଂ ତାଙ୍କ ମା’ ବେଲୁନ ବିକ୍ରି କରନ୍ତି। ସନୀଙ୍କ ଏହି ଭିଡିଓକୁ ଦେଖିବା ପରେ କେହି ନିଜ ଲୁହ ଅଟକାଇପାରିବେ ନାହିଁ ବୋଲି ଆନନ୍ଦ ଭିଡିଓ ଶେୟାର କରିବା ସହ ଏହା ଲେଖିଛନ୍ତି।

Share