ଜୋତା ଦାନକରି ଜନତାଙ୍କ ହୃଦୟ ଜିତିଲା ଇନ୍ଦୋର ପୋଲିସ

ଇନ୍ଦୋର,୧୧।୫: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବୃଦ୍ଧି ପାଉଥିବା ବେଳେ ଦିନକୁ ଦିନ ନୂଆ ସମସ୍ୟାମାନ ମଧ୍ୟ ମୁଣ୍ଡ ଟେକୁଛି। କରୋନା ସଂକ୍ରମଣକୁ ନେଇ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ଏବେ ନିଜ ରାଜ୍ୟଛାଡି ବାହାର ରାଜ୍ୟକୁ ଚାଲିଯାଇଥିବା ଶ୍ରମିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖାଯାଉଛି। ଏମାନଙ୍କର ରୋଜଗାରର ବାଟ ବନ୍ଦ ହୋଇ ଯାଇଥିବା ବେଳେ ଏବେ ଏମାନେ ଘର ମୁହାଁ ହୋଇଛନ୍ତି। ହେଲେ ଏମାନଙ୍କ ପାଇଁ ଯେମିତି ଦେବଦୂତ ସାଜିଛି ଇନ୍ଦୋର ପୋଲିସ। ପ୍ରତିଦିନ ଇନ୍ଦୋର ପୋଲିସ ପକ୍ଷରୁ ପାଖାପାଖି ୪ ହଜାର ବେସାହାରାଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି। କେବଳ ସେତିକି ନୁହେଁ ଏମିତି ଶହ ଶହ ବେସାହାରାଙ୍କୁ ଜୋତା ଓ ଚପଲ ମଧ୍ୟ ଦାନ କରୁଛି ଇନ୍ଦୋର ପୋଲିସ। ପୋଲିସର ଏହି କାର୍ଯ୍ୟକୁ ଏବେ ସମସ୍ତେ ବେଶ୍‌ ପ୍ରଶଂସା କରୁଛନ୍ତି। ବିଶେଷ ଭାବେ ଘରମୁହାଁ ହୋଇଥିବା ପ୍ରବାସୀ ଶ୍ରମିକମାନେ ଚାଲିଚାଲି ଘରମୁହାଁ ହୋଇଥିବା ବେଳେ ଏମାନେ ଯେତେବେଳେ ଥକାମାରି ରାସ୍ତା କଡରେ ଆଶ୍ରୟ ନେଉଛନ୍ତି ପୋଲିସ ଏମାନଙ୍କୁ ସହାୟତା ଯୋଗାଇ ଦେଉଛନ୍ତି।

Share