Categories: ମେଟ୍ରୋ

ଜୋତାରୁ ବାହାରିଲା ତମ୍ପ ଛୁଆ

ଭୁବନେଶ୍ୱର, ୧୪।୮(ବ୍ୟୁରୋ): ଭୁବନେଶ୍ୱର ପଞ୍ଚସଖା ନଗର ପ୍ଲଟ ନମ୍ବର ଏଲ୍‌-୨୧/୪୯ରେ ରହୁଥିବା ରବୀନ୍ଦ୍ର ନାଥ ଦାଶଙ୍କ ପୁଅ ରାକେଶଙ୍କ ଜୋତାରୁ ବୁଧବାର ସକାଳେ ଏକ ସାପ ଛୁଆ ଉଦ୍ଧାର କରାଯାଇଛି। ଏ ନେଇ ସ୍ନେକ ହେଲ୍ପଲାଇନକୁ ଖବର ଦେବାପରେ ଏହାର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ଯୋତା ଭିତରୁ ଏକ ତମ୍ପ ସାପ ଛୁଆ ଉଦ୍ଧାର କରିଥିଲେ । ସାପ ଛୁଆଟି ପ୍ରାୟ ୨ ମାସର ହେବ। ପରେ ସାପଟିକୁ ତାର ପ୍ରାକୃତିକ ଆବାସ ସ୍ଥାନରେ ଛାଡି ଦିଆଯାଇଛି ।