ଜୈବ ଇନ୍ଧନ ସମ୍ମିଳନୀ – ୨୦୧୯ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ; ଅନ୍ନଦାତାଙ୍କୁ ଉର୍ଜାଦାତା କରିବା ଆମ ଲକ୍ଷ୍ୟ: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୪।୯ (ବ୍ୟୁରୋ): ସିଆଇଆଇ ପକ୍ଷରୁ ସୋମବାର ନୂଆଦିଲ୍ଲୀଠାରେ ଆୟୋଜିତ ଜୈବ ଇନ୍ଧନ ଶକ୍ତି ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଦେଶର ଅନ୍ନଦାତା ଚାଷୀ ଭାଇଙ୍କୁ ଉର୍ଜାଦାତା କରିବା ଭାରତ ସରକାରଙ୍କର ପ୍ରାଥମିକତା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ‘ଫାର୍ମ ଟୁ ଫୁଏଲ’ ଉଦ୍‌ଘାଟନ କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ଯେ, କୃଷି ବର୍ଜ୍ୟ, ଆଦିବାସୀ ଅର୍ଥନୀତିର କେନ୍ଦ୍ର ବିନ୍ଦୁ ଲଘୁ ବନଜାତ ବର୍ଜ୍ୟରୁ ଇଥାନଲ ପ୍ରସ୍ତୁତି ଆମକୁ ପେଟ୍ରୋଲ ଡିଜେଲ୍‌ ପରି ଫସିଲ୍‌ ଉର୍ଜା ଆମଦାନୀକୁ କମ୍‌ କରିବାରେ ସହାୟକ ହେବ । ଏହାଦ୍ୱାରା ଆମର ଆମଦାନୀ କମ୍‌ ହୋଇ ଅର୍ଥନୀତି ମଜବୁତ୍‌ ହେବାସହ ଚାଷୀମାନଙ୍କ ଆର୍ଥିକ ବିକାଶ ହେବ। ବିଶ୍ୱରେ ଉର୍ଜା କ୍ଷେତ୍ର ଅନ୍ୟ କ୍ଷେତ୍ର ଗୁଡିକଠାରୁ ଭିନ୍ନ ଅଟେ । ଭାରତ ସରକାର ଗରିବରୁ ଧନୀ ସମସ୍ତଙ୍କ ନିକଟରେ ଶସ୍ତା ଏବଂ ସୁସ୍ଥ ଇନ୍ଧନ ପହଞ୍ଚାଇବା ଦିଗରେ କାମ କରୁଛନ୍ତି । ଆସନ୍ତା ୧୫ବର୍ଷ ମଧ୍ୟରେ ଭାରତ ବିଶ୍ୱର ୧ ନମ୍ବର ସର୍ବବୃହତ ଉର୍ଜା ବ୍ୟବହାରକାରୀ ଦେଶ ହେବ। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ୟୁଏସ୍‌ ଏଲଏନଜି ଆମଦାନୀ ପାଇଁ ଭାରତ ଏବଂ ୟୁଏଇ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଏଥିରୁ ଭାରତର ପରିବେଶ ସହଯୋଗୀ ବା ସ୍ବଚ୍ଛ ଇନ୍ଧନକୁ ବୃଦ୍ଧି କରିବାର ଯେଉଁ ଦାୟିତ୍ୱ ରହିଛି ତାହା ପରିଲକ୍ଷିତ ହେଉଛି । ଆମେରିକା ଭଳି ଇଥାନଲ, ୨ଜି ଇଥାନଲ୍‌, ବାୟୋଡିଜେଲ୍‌ ଏବଂ କମ୍ପ୍ରେସଡ୍‌ ବାୟୋ ଗ୍ୟାସକୁ ନେଇ ଆମେ ଦୁନିଆର ଭୌଗୋଳିକ ସ୍ଥିତିକୁ ବଦଳାଇପାରିବା । ମୋଦି ସରକାର ଅନ୍ନଦାତାଙ୍କୁ ଉର୍ଜାଦାତା ବନେଇବା ପାଇଁ ଚଳିତ ବଜେଟରେ ବାୟୋ ଅର୍ଥନୀତିକୁ ସାମିଲ କରିଛନ୍ତି । ଜୈବ ଶକ୍ତି କ୍ଷେତ୍ରକୁ ମଜବୁତ୍‌ କରାଗଲେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିରେ ଅନ୍ନଦାତା ଉର୍ଜାଦାତା ହୋଇପାରିବେ । ସେହିପରି ୨ଜି ଇଥାନଲ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ କରୁଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

ଜୁନାଗଡ଼ ରୋଡ୍‌ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଏମ୍‌ପି: ୨୨ରୁ ଗଡ଼ିବ ଟ୍ରେନ୍‌…

ଜୁନାଗଡ଼,୧୯।୨(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ)- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri