ଜେସିବି ଲଗାଇ ବାଲି ଲୁଟୁଛନ୍ତି ଚୋର

ଭଣ୍ଡାରିପୋଖରୀ, ୧୬ା୧୦(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧୀନ ବୈତରଣୀ ନଦୀ ଗର୍ଭରୁ ବାଲି ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ମଣିନାଥପୁର, ମୁଢାପଦା, ବାଲିପୋଖରୀ ଆଦି ଏସ୍‌କେପ୍‌ ଥିବା ଶୁଖିଲା ପଡିଥିବାରୁ ସେଠାରୁ ଏବେ ବାଲି ଖୋଳି ନିଆଯାଉଛି। ବିଭିନ୍ନ ନିର୍ମାଣ କାର୍ଯ୍ୟ ଲାଗି ବାଲିର ଚାହିଦା ବଢିଥିବାରୁ ବେପାରୀମାନେ ଜେସିବି ସାହାଯ୍ୟରେ ରାତି ସମୟରେ ନଦୀ ଗର୍ଭରୁ ବାଲି ଉଠାଇ ପରେ ଅନ୍ୟତ୍ର ଚାଲାଣ କରି ମୁନାଫା ଉଠାଉଛନ୍ତି। ପ୍ରଶାସନ କାଁ ଭାଁ ଚଡାଉ କରି ଧରପଗଡ଼ କରୁଥିଲେ ମଧ୍ୟ ବାଲି ଚୋରା ଚାଲାଣକୁ ରୋକାଯାଇ ପାରୁ ନାହିଁ । ରାସ୍ତାରେ ଧରପଗଡ଼କୁ ଏଡାଇବା ଲାଗି ବାଲି ଚୋରମାନେ ଏବେ ରାସ୍ତାରେ ଲୋକ ଜଗାଇ ଟ୍ରକ ଓ ଟ୍ରାକ୍ଟର ଯୋଗେ ଚାଲାଣ କରୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ବୈତରଣୀ ନଦୀ ଶଯ୍ୟାରୁ କ୍ରମାଗତ ବାଲି ଚୋରି ହେବା ଯୋଗୁ କୂଳକ୍ଷୟ ଘଟି ନଦୀବନ୍ଧ ଦୁର୍ବଳ ହୋଇପଡୁଛି। ଏହା ବନ୍ୟା ବେଳେ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି କରୁଛି। ଏହି କାରଣରୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ଅସଲ ବାଲିଚୋରଙ୍କୁ ଧରିବା ଲାଗି ତହସିଲ କର୍ତ୍ତୃପକ୍ଷ କିମ୍ବା ପୋଲିସ ନଜର ଦେଉ ନ ଥିବା ସେମାନେ ଅଭିଯୋଗ କରୁଛନ୍ତି। ଅନ୍ୟପକ୍ଷେ ବାଲିଚୋରଙ୍କୁ ସାମ୍ନା କରିବାକୁ ଭୟ କରି ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାରେ ପଛଘୁଞ୍ଚା ଦେଇଥିବା ଚର୍ଚ୍ଚା ହେଉଛି। ଗତ କିଛିଦିନ ହେବ ସନ୍ଧ୍ୟା ହେଲେ ମଣିନାଥପୁର ସ୍ଥିତ ବୈତରଣୀ ଘାଟରୁ ବାଲିଚୋରମାନେ ଦୁଇଟି ଜେସିବି ମେଶିନ ଲଗାଇ ବାଲି ତାଡି ଟ୍ରାକ୍ଟରରେ ନଦୀଶଯ୍ୟା ଉପରକୁ ଆଣି ଢାଳୁଥିଲେ। ଦିନବେଳା ଏହାକୁ ସେମାନେ ଟ୍ରକ, ଟ୍ରାକ୍ଟର ଓ ହାଇଓ୍ବା ଯୋଗେ ଅନ୍ୟତ୍ର ଚାଲାଣ କରୁଥିଲେ। ଭଣ୍ଡାରିପୋଖରୀ ତହସିଲ ଠାରୁ ଯାଜପୁର ପର୍ଯ୍ୟନ୍ତ ରାସ୍ତାରେ ସେମାନେ ଲୋକ ଜଗାଉଥିଲେ। ଏଭଳି ସୂଚନାକୁ ଆଧାର କରି ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁ ଗତ ସୋମବାର ମଣିନାଥପୁର ବାଲି ଖାଦାନରେ ଚଢାଉ କରି ଏକ ୪୦୭ ମିନିଟ୍ରକ ଜବତ କରଛନ୍ତି। ପରେ ଟ୍ରକ ଠାରୁ ୩୦ ହଜାର ୧୦୫ ଟଙ୍କା ଜରିମାନା ଆଦାୟ କରି ଛାଡି ଦିଆଯାଇଥିବା ଜଣାପଡିଛି। ସେହିପରି ମଙ୍ଗଳବାର ଭୋର ସମୟରେ ତହସିଲଦାର ଭୂୟାଁ, ଏଆରଆଇ ଦିବ୍ୟରଞ୍ଜନ ଧଳ, କମଳାକାନ୍ତ ନାୟକ, ରାମନାରାୟଣ ସାମଲ ପ୍ରମୁଖ ସଦଳବଳ ଚଢାଉ କରି ମଣିନାଥପୁର ବାଲିଘାଟରୁ ଆଉ ୬ ଟି ଗାଡି ଜବତ କରିଛନ୍ତି। ସେଥିମଧ୍ୟରେ ଗୋଟିଏ ୪୦୭ ମିନିଟ୍ରକ ଓ ୫ ଟି ଟ୍ରାକ୍ଟର ରହିଛି। ତହସିଲ କର୍ତ୍ତୃପକ୍ଷ ନାମକୁମାତ୍ର ଜରିମାନା ଆଦାୟ କରି ଜବତ ଗାଡିକୁ ଛାଡି ଦେଉଥିବାରୁ ବାଲି ଚୋରାଚାଲାଣକୁ ରୋକାଯାଇ ପାରୁ ନ ଥିବା ଅଞ୍ଚଳବାସୀ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି। ତହସିଲ ଓ ପୋଲିସ ପକ୍ଷରୁ ନିୟମିତ ଚଢାଉ ଜାରି ରହିଲେ, କିଛି ସୁଫଳ ମିଳିବ ବୋଲି ସେମାନେ ଆଶା ବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ତହସିଲଦାର ଭୂୟାଙ୍କୁ ପଚାରିବାରୁ ପ୍ରଶାସନ ବାଲି ଚୋରା ଚାଲାଣ ଘଟଣା ନେ ସଚେତନ ରହିଛି। ଏଥିଲାଗି ଧରପଗଡ କରାଯାଇଛି। ଆଇନ ଅନୁଯାୟୀ ଜବତ ଟ୍ରକରୁ ଜରିମାନା ଆଦାୟ କରି ଛଡାଯାଉଛି। ଏହାର ସ୍ଥାୟୀ ପ୍ରତିକାର ଲାଗି ଚିନ୍ତା କରାଯିବ ବୋଲି କହିଛନ୍ତି।
ଫଟୋ-


Enter your email to get our daily news in your inbox.

All Right Reserved By Dharitri.Com

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ନୂତନ ସରପଞ୍ଚ ଭାବେ ଦାୟିତ୍ୱ ନେଲେ ବନିତା ଶବର, ପଞ୍ଚାୟତର ଉନ୍ନତି ନିମନ୍ତେ…..

ଗୁଡାରି,୧୮।୨(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକର ଏମକେରାଇ ଗ୍ରାମପଞ୍ଚାୟତର ନୂତନ ସରପଞ୍ଚ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କଲେ ବନିତା ଶବର । ଗ୍ରାମପଞ୍ଚାୟତର…

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କହିଲେ ଏହି କାରଣ

ଭୁବନେଶ୍ବର,୧୮।୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି ।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri