ବ୍ରହ୍ମପୁର ଅଫିସ,୧୨ା୭-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ସରପଞ୍ଚ ତଥା ବିଜେଡି ନେତା ଉଷାନ୍ତ କୁମାର ସାହୁଙ୍କୁ ଗୁରୁବାର ବ୍ରହ୍ମପୁର ଭିଜିଲାନ୍ସ ଗିରଫ କରିଛି ।
ମାମଲା ନଂ ୧୬/୧୯ରେ ତାଙ୍କୁ କୋର୍ଟଚାଲାଣ କରାଯାଇଥିବା ଭିଜିଲାନ୍ସ ଏସ୍ପି ମାୟାଧର ସ୍ବାଇଁ ସୂଚନା ଦେଇଛନ୍ତି ।
ସରପଞ୍ଚଙ୍କ ଆୟ ବହିର୍ଭୂତ ସମ୍ପତ୍ତି ମୂଲ୍ୟ ୧ କୋଟି ୫୪ ଲକ୍ଷ ୫୬ ହଜାର ୬୪୩ ଟଙ୍କା ଆକଳନ କରାଯାଇଛି । ସରପଞ୍ଚଙ୍କ ଆୟ ତୁଳନାରେ ଶତକଡ଼ା ୩୪୦ ପ୍ରତିଶତ ସମ୍ପତ୍ତି ଠୁଳ ଥିବା ଭିଜିଲାନ୍ସ ବିଭାଗ ତରଫରୁ ଆକଳନ କରାଯାଇଥିଲା ବୋଲି ସେ କହିଛନ୍ତି । ବୁଧବାର ସରପଞ୍ଚଙ୍କ ବାସଭବନରେ ଚଢ଼ାଉ ବେଳେ ତାଙ୍କ ଠାକୁର ଘରୁ ମିଳିଥିବା ଏକ ମାଉଜର ଓ ୬ ରାଉଣ୍ଡ ଗୁଳି ଭିଜିଲାନ୍ସ ବିଭାଗ କର୍ମଚାରୀମାନେ ଜବତ କରିଥିଲେ। ତେବେ ଏହା ସେ ବେଆଇନ ଭାବେ ଘରେ ରଖିଥିବା ଜଣାପଡ଼ିବା ପରେ ଏନେଇ ଦିଗପହଣ୍ଡି ଥାନାଧିକାରୀଙ୍କୁ ଭିଜିଲାନ୍ସ ବିଭାଗ ତରଫରୁ ଅଭିଯୋଗ କରାଯାଇଥିବା ଏସ୍ପି ସ୍ବାଇଁ କହିଛନ୍ତି । ପ୍ରକାଶ ଯେ, ବୁଧବାର ଭୋର ପ୍ରାୟ ୫ଟାରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଥିଲା। ତାଙ୍କ ବାସଭବନରୁ ଏକ ମାଉଜର, ୬ ଗୁଳି, ସୁନା ଅଳଙ୍କାର, ରୁପା ଅଳଙ୍କାର, ୪ ବାସଗୃହ, ଦିଗପହଣ୍ଡି ପୁଞ୍ଜିକୟଁା ଛକରେ ୩ ମହଲା ବିଶିଷ୍ଟ ନିର୍ମାଣାଧୀନ କୋଠା, ୧୫ ଲକ୍ଷ ଟଙ୍କା ମୂଲ୍ୟର ୧୪ ପ୍ଲଟ, ୩୦ ଲକ୍ଷ ଟଙ୍କା ମୂଲ୍ୟର ୨ଟି ୪ ଚକିଆ ଗାଡ଼ି, ୨ଟି ବାଇକ୍, ଏଲଆଇସି ଓ ବିଭିନ୍ନ ବ୍ୟାଙ୍କରେ ଥିବା ସ୍ଥାୟୀ ଜମା ନଥିପତ୍ର, ନଗଦ ୪୦,୬୦୦ ଟଙ୍କା ପ୍ରଭୃତି ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରାଯାଇଥିବା ଭିଜିଲାନ୍ସ ଏସ୍ପି ସ୍ବାଇଁ କହିଛନ୍ତି। ବ୍ରହ୍ମପୁର ଭିଜିଲାନ୍ସ ଡିଏସ୍ପି ଏସ୍.ଏନ୍. ପାଣିଗ୍ରାହୀ, ଇନ୍ସପେକ୍ଟର କୁମୁଦିନୀ ସାହୁ ଓ ସୋମନାଥ ବାରିକ ପ୍ରମୁଖ ସରପଞ୍ଚଙ୍କ ଦିଗପହଣ୍ଡି ବ୍ଲକ ନବରଙ୍ଗପୁର ଗ୍ରାମର ପୈତୃକ ଘର, ରାଜପୁର ଗ୍ରାମରେ ଥିବା ୧ ମହଲା ଘର, ଆଙ୍କୋରଡ଼ା ପଞ୍ଚାୟତ କାର୍ଯ୍ୟାଳୟ ପ୍ରଭୃତି ୬ଟି ଜାଗାରେ ଚଢ଼ାଉ କରିଥିଲେ ।
ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ…
ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...
ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ
ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...
ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….
ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...
ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା
ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...
ବାଇକ୍କୁ ଧକ୍କାଦେଲା ବାଇକ୍, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ
ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...
ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ
ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର ଗଣିଆନାଳ ଛକ...
କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର
ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...
ହାତୀଙ୍କ ସୁରକ୍ଷା ଆମର ଦାୟିତ୍ୱ: ଜାଗ୍ରତ କଲା ବନ ବିଭାଗ
ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ଗଜ ସାଥି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ...
Archives


