ଜେଲ୍‌ରେ ସୁରକ୍ଷାକର୍ମୀ-କଏଦୀଙ୍କ ମଧ୍ୟରେ ହାତାହାତି: ୩୨ ମୃତ

ଦୁଶାଂବେ,୨୦।୫: ତାଜିକିସ୍ତାନର ଏକ ଜେଲ୍‌ରେ ସୁରକ୍ଷାକର୍ମୀ ଓ କଏଦୀଙ୍କ ମଧ୍ୟରେ ଦଙ୍ଗା ପରିସ୍ଥିତି ଉପୁଜିବାରୁ ୩୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସାମାଚାର ଏଜେନ୍ସି ଏଏଫ୍‌ପି ଏହି ସୂଚନା ଦେଇଛି। ମୃତକଙ୍କ ମଧ୍ୟରେ ୩ ଜଣ ଗାର୍ଡ ଥିବା ବେଳେ ଅନ୍ୟମାନେ କଏଦୀ ବୋଲି ଜଣାପଡିଛି। ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ ସହ ଜଡିତ ଥିବା କଏଦୀମାନେ ପ୍ରଥମେ ବିଶୃଙ୍ଖଳା ସୃଷ୍ଟି କରିବାକୁ ପରିସ୍ଥିତି ଉଗ୍ର ରୂପ ନେଇଥିଲା। ସୂଚନା ଅନୁଯାୟୀ, ରବିବାର ରାତିରେ ଏହି ଘଟଣା ଘଟିଥିଲା।

Share