Posted inଜାତୀୟ

ଜେଲ୍‌ରୁ ମୁକୁଳିଲେ ପି. ଚିଦାମ୍ବରମ

ନୂଆଦିଲ୍ଲୀ,୫ା୧୨(ପି.ଟି.): ଆଇଏନ୍‌ଏକ୍ସ ମିଡିଆ ମନିଲଣ୍ଡରିଂ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟ ଜାମିନ ମଞ୍ଜୁର କରିବା ପରେ ବୁଧବାର ରାତିରେ ସେ ଜେଲ୍‌ରୁ ମୁକୁଳିଛନ୍ତି। ବରିଷ୍ଠ କଂଗ୍ରେସ ନେତାଙ୍କୁ ଜାମିନରେ ଛାଡ଼ିଲେ ସେ ସାକ୍ଷୀଙ୍କୁ ପ୍ରଭାବିତ କରିବା ସହ ପ୍ରମାଣ ନଷ୍ଟ କରିପାରନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କରିଥିବା ଅଭିଯୋଗକୁ ଅଦାଲତ ଅଗ୍ରାହ୍ୟ କରିଦେଇଥିଲେ। ଚିଦାମ୍ବରମ କିମ୍ବା ତାଙ୍କ ତରଫରୁ କୌଣସି ବ୍ୟକ୍ତି ସାକ୍ଷୀଙ୍କୁ ଧମକ ଦେବା କିମ୍ବା ସାକ୍ଷ୍ୟ ଦେବାରୁ ବିରତ କରିବା ଭଳି ପ୍ରମାଣ ନାହିଁ। ତେଣୁ ଇଡିର ଯୁକ୍ତି ଗ୍ରହଣୀୟ ନୁହେଁ ବୋଲି ଖଣ୍ଡପୀଠ କହିଥିଲେ। ୧୦୬ ଦିନ ହାଜତରେ ରହିବା ପରେ ୭୪ ବର୍ଷୀୟ କଂଗ୍ରେସ ନେତା ତିହାର ଜେଲ୍‌ରୁ ମୁକ୍ତ ହୋଇଛନ୍ତି। ଜେଲ୍‌ ବାହାରେ ବହୁସଂଖ୍ୟାରେ ଦଳୀୟ କର୍ମୀ ଓ ସମର୍ଥକ ଉପସ୍ଥିତ ରହି ତାଙ୍କୁ ଫୁଲମାଳ ଦେଇ ସ୍ବାଗତ କରିଥିଲେ। ମାମଲା ସମ୍ପର୍କରେ ସେ ଗଣମାଧ୍ୟମକୁ ସାକ୍ଷାତକାର ଦେଇପାରିବେ ନାହିଁ କିମ୍ବା ସର୍ବସାଧାରଣରେ ମନ୍ତବ୍ୟ ରଖିପାରିବେ ନାହିଁ ବୋଲି ଅଦାଲତ କହିଛନ୍ତି। ଚିଦାମ୍ବରମଙ୍କ ରାଜ୍ୟର ଜଣେ ସାକ୍ଷୀ ତାଙ୍କ ସହ ମୁହଁ।ମୁହିଁ ହେବାକୁ ପ୍ରସ୍ତୁତ ନ ଥିବା ଲେଖି ଜଣାଇଥିବା ଇଡି କହିବାରୁ ଏଥିପାଇଁ ପୂର୍ବତନ ଅର୍ଥମନ୍ତ୍ରୀଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଥିଲେ। ନଭେମ୍ବର ୧୫ରେ ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଜଷ୍ଟିସ୍‌ ଆର୍‌. ବାନୁମଥିଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଏ.ଏସ୍‌. ବୋପାନ୍ନା ଏବଂ ହୃଷୀକେଶ ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟକୁ ଖାରଜ କରିଦେଇଛନ୍ତି। ଚିଦାମ୍ବରମ ଦେଶଛାଡି ଚାଲିଯିବା ଆଶଙ୍କା ନାହିଁ ବୋଲି ହାଇକୋର୍ଟ ଯାହା କହିଛନ୍ତି ସେଥିରେ କୌଣସି ଆପତ୍ତି ନାହିଁ ବୋଲି ଇଡି ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଅଦାଲତଙ୍କୁ କହିଥିଲେ। ତେବେ ସେ ସାକ୍ଷୀଙ୍କୁ ପ୍ରଭାବିତ କରିବା ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗକୁ ଠିକ୍‌ ଭାବରେ ବିଚାରକୁ ନିଆଯାଇ ନାହିଁ। ଚିଦାମ୍ବରମଙ୍କ ସମ୍ପର୍କରେ ଅଧିକ ତଥ୍ୟପ୍ରମାଣ ସଂଗ୍ରହ କରିବାକୁ ଥିବାରୁ ପ୍ରମାଣ ନଷ୍ଟ ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ବୋଲି ମେହେଟ୍ଟା କହିଥିଲେ। ତେବେ ଅଭିଯୁକ୍ତ ରାଜନୈତିକ କ୍ଷମତା କିମ୍ବା ପଦବୀରେ ନ ଥିବାରୁ ବର୍ତ୍ତମାନ ସ୍ଥିତିରେ ସେ ହସ୍ତକ୍ଷେପ କରିବା ସମ୍ଭାବନା ନାହିଁ। ତେଣୁ ଆନୁମାନିକ ଭାବେ ଅଭିଯୋଗକୁ ଗ୍ରହଣ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଥିଲେ।
ବରିଷ୍ଠ କଂଗ୍ରେସ ନେତା ଚିଦାମ୍ବରମଙ୍କୁ ୧୦୬ ଦିନ ଜେଲ୍‌ରେ ରଖିବା ସରକାରଙ୍କ ପ୍ରତିଶୋଧ ପରାୟଣ ମାନସିକତା ବୋଲି ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି। ଚିଦାମ୍ବରମ ତାଙ୍କର ନିର୍ଦୋଷତା ପ୍ରମାଣିତ କରିପାରିବା ନେଇ ସେ ନିଶ୍ଚିତ ବୋଲି ରାହୁଲ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଅଗଷ୍ଟ ୨୧ରେ ଚିଦାମ୍ବରମଙ୍କୁ ସିବିଆଇ ଗିରଫ କରିବା ଦିନଠାରୁ ସେ ହାଜତରେ ଥିଲେ। ଅକ୍ଟୋବର ୧୬ରେ ଇଡି ତାଙ୍କୁ ମନିଲଣ୍ଡରିଂ ମାମଲାରେ ଗିରଫ କରିଥିଲା। ଚିଦାମ୍ବରମଙ୍କ ବିରୋଧରେ ଏହା ସରକାରଙ୍କର ବଡ଼ ଷଡ଼ଯନ୍ତ୍ର ବୋଲି ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri