Categories: ଜାତୀୟ

ଜେଲରେ କଏଦୀଙ୍କ ହାତରେ ବନ୍ଧୁକ: କହିଲେ କିଛି ବିଗାଡି ପାରିବେନି ଯୋଗୀ ସରକାର

ଉନ୍ନାଓ,୨୭।୬: ଉତ୍ତର ପ୍ରଦେଶର ଉନ୍ନାଓ ଜେଲରେ ଅପରାଧିମାନେ ହାତରେ ବନ୍ଧୁକ ଧରିଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଜିଲା ମାଜିଷ୍ଟ୍ରେଟ ଜେଲ ଅଧିକ୍ଷକଙ୍କଠାରୁ ଏହାକୁ ନେଇ ରିପୋର୍ଟ ମାଗିଥିଲେ। ତେବେ ଯାଞ୍ଚ ପରେ ଜଣାପଡିଛି କି ଏହା ମାଟିରେ ତିଆରି ବନ୍ଧୁକ। ସେଠାରେ କଏଦୀମାନେ ସୁସ୍ବାଦୁ ଖାଦ୍ୟ ଖାଇ ଉତ୍ସବ ମନାଉଥିବା ଦେଖିବାକୁ ମିଳିଛି। ଏହାପରେ ଜେଲ୍‌ ସୁପରିଟେଣ୍ଡେଣ୍ଟ ଏକେ ସିଂ କହିଛନ୍ତି, ଏହି ଘଟଣାକୁ ନେଇ ଏକ ରିପୋର୍ଟ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପଠାଯାଇଥିବା ବେଳେ ଏହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଭିଡିଓରେ ଦେଖାଯାଉଥିବା ୨ ଜଣଯାକ ଅପରାଧି ଆଜୀବନ ଜେଲଦଣ୍ଡ ଭୋଗୁଥିବା ବେଳେ ଯୋଗୀ ସରକାରଙ୍କୁ ଖୋଲା ଖୋଲି ଚ୍ୟାଲେଞ୍ଜ କରିଛନ୍ତି। ସେମାନଙ୍କର ଯୋଗୀ ସରକାର କିଛି ବିଗାଡି ପାରିବେ ନାହିଁ ବୋଲି ଉଭୟ କହିଛନ୍ତି।

Share