Categories: ରାଜ୍ୟ

ଜେଲରେ ଇ-ମୁଲାକାତ୍‌ ବ୍ୟବସ୍ଥା

ଭୁବନେଶ୍ୱର,୧୯।୩(ବ୍ୟୁରୋ): ସମସ୍ତ ଜିଲା ମୁଖ୍ୟ କାରାଗାରରେ ‘ଇ-ମୁଲାକାତ୍‌’ ବ୍ୟବସ୍ଥା ଆରମ୍ଭ। ଭିଜିଟର୍‌ ରୁମ୍‌(ପରିଦର୍ଶକ କୋଠରି)ରେ ସ୍କାଇପ୍‌ ଜରିଆରେ କଏଦୀଙ୍କ ସାକ୍ଷାତ ବ୍ୟବସ୍ଥା କରାଯାଇଛି। ୨ରୁ ୩ ମିନିଟ୍‌ ପାଇଁ କଏଦୀଙ୍କ ସହ ସାକ୍ଷାତ ବ୍ୟବସ୍ଥା ହୋଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଚୌଦ୍ୱାର ଜେଲରେ ୨୫ରୁ ଅଧିକ ଲୋକ ଇ-ମୁଲାକାତ କରିଥିବା ଜଣାପଡ଼ିଛି। ପୂର୍ବରୁ ଝାରପଡ଼ା ଜେଲରେ କଏଦୀଙ୍କୁ ଭେଟିବା ଉପରେ କଟକଣା ଲଗାଯାଇଥିଲା। ସମ୍ପର୍କୀୟମାନେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦେଇପାରିବେ ବୋଲି କୁହାଯାଇଥିଲା। ଏବେ ପ୍ରତି ଜିଲା ମୁଖ୍ୟ କାରାଗାରରେ ଇ-ମୁଲାକାତ୍‌ ବ୍ୟବସ୍ଥା କରାଯାଇଛି।