Categories: ବାଣିଜ୍ୟ

ଜେଟ୍‌ଲୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗୁଜବ

ନୂଆଦିଲ୍ଲୀ,୨୭-୫: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ନେଇ ସୋସିଆଲ ମିଡିଆରେ ହେଉଥିବା ପ୍ରଚାର ଏକ ଗୁଜବ ବୋଲି ସରକାରୀ ମୁଖପାତ୍ର କହିଛନ୍ତି। ସୋସିଆଲ ମିଡିଆରେ ହେଉଥିତ୍ବା ପ୍ରଚାର ସମ୍ପୂର୍ଣ୍ଣ ଭୁଲ୍‌ ଏବଂ ଭିତ୍ତିହୀନ ବୋଲି ସେ କହିଛନ୍ତି। ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି) ମହାନିର୍ଦ୍ଦେଶକ ତଥା କେନ୍ଦ୍ର ସରକାରଙ୍କ ମୁଖପାତ୍ର ସିତାଂଶୁ କର ରବିବାର ଟୁଇଟର୍‌ରେ ଲେଖିଛନ୍ତି ଯେ, ଜେଟ୍‌ଲୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି ବୋଲି କେତେକ ମିଡିଆରେ ଚାଲିଥିବା ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ। ଏଭଳି ଗୁଜବରୁ ଦୂରେଇ ରହିବା ଲାଗି ମିଡିଆକୁ ପରାମର୍ଶ ଦିଆଯାଉଛି। ଉଲ୍ଲେଖଥାଉ କି, ନୂଆ ସରକାରଙ୍କ ଦ୍ୱାରା ଉପସ୍ଥାପିତ ହେବାକୁ ଥିବା ୨୦୧୯-୨୦ର ପୂର୍ଣ୍ଣାଙ୍ଗ ବଜେଟ୍‌ ସମ୍ପର୍କରେ ଶୁକ୍ରବାର ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ତାଙ୍କର କିଡ୍‌ନୀ ପ୍ରତ୍ୟାରୋପଣ କରାଯାଇଥିଲା। ଏଥିପାଇଁ ତାଙ୍କୁ ବାରମ୍ବାର ଡାକ୍ତରଙ୍କ ପରାମର୍ଶ ନେବାକୁ ପଡ଼ୁଛି।

Share