Categories: ଅନୁଗୋଳ

ଜେଏସ୍‌ପିଏଲ୍‌ର ସର୍ବକାଳୀନ ରେକର୍ଡ : ଦିନକରେ ୧୦,୮୪୫ ମେଟ୍ରିକ ଟନ୍‌ ଗରମ ମେଟାଲ ଉତ୍ପାଦନ

ଅନୁଗୋଳ ଅଫିସ, ୪।୭- ଅନୁଗୋଳ ସ୍ଥିତ ଜେଏସ୍‌ପିଏଲ୍‌ ପ୍ଲାଣ୍ଟ ବ୍ଲାଷ୍ଟ ଫର୍ନେସରୁ ଜୁଲାଇ ୨ରେ ୧୦,୮୪୫ ମେଟ୍ରିକ ଟନ୍‌ ଗରମ ମେଟାଲ ଉତ୍ପାଦନ ହୋଇଛି, ଯାହା ସର୍ବକାଳୀନ ରେକର୍ଡ। ଭାରତର କୌଣସି ପ୍ଲାଣ୍ଟରୁ ଗୋଟିଏ ଦିନରେ ଏତେ ପରିମାଣର ହଟ୍‌ ମେଟାଲ କେବେ ଉତ୍ପାଦିତ ହୋଇ ନ ଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।
ଅନୁଗୋଳ ସ୍ଥିତ ଏହି ବ୍ଲାଷ୍ଟ ଫର୍ନେସ ସ୍ଥିରତାର ସହ କାର୍ଯ୍ୟ କରି ଏକ ସପ୍ତାହ ଧରି ଦୈନିକ ୧୦ ହଜାର ମେଟ୍ରିକ ଟନ୍‌ ହଟ୍‌ ମେଟାଲ ଉତ୍ପାଦନ କରିଛି। ୪,୫୫୪ ଘନ ମିଟର କ୍ଷମତା ବିଶିଷ୍ଟ ଏହି ବ୍ଲାଷ୍ଟ ଫର୍ନେସରୁ ଷ୍ଟିଲ ମେଲଟିଙ୍ଗ ସପ୍‌ର ଚାହିଦା ମୁତାବକ ବାର୍ଷିକ ୬ ନିୟୁତ ଟନ୍‌ ହଟ୍‌ ମେଟାଲ ଯୋଗାଇ ପାରୁଛି। ଜେଏସ୍‌ପିଏଲର ବାର୍ଷିକ ୬ ନିୟୁତ ଟନ୍‌ ଉତ୍ପାଦନ କ୍ଷମତାର ଏହି ସମନ୍ବିତ ଷ୍ଟିଲ ପ୍ଲାଣ୍ଟ ଅତି ଅତ୍ୟାଧୁନିକ କାରିଗରି କୌଶଳରେ ତିଆରି ହୋଇଥିବାବେଳେ ଓଡ଼ିଶାର ସର୍ବ ବୃହତ୍‌ ପ୍ଲାଣ୍ଟ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଓପି ଜିନ୍ଦଲ ଗ୍ରୁପ୍‌ର ଏକ ମୁଖ୍ୟ ଅଂଶୀଦାର ଭାବେ ଜେଏସ୍‌ପିଏଲ୍‌ ଷ୍ଟିଲ, ଶକ୍ତି ଉତ୍ପାଦନ, ଖଣି ଭଳି ଭିତ୍ତିଭୂମି ନିର୍ମାଣ ତଥା ଔଦ୍ୟୋଗିକ ବିକାଶ କ୍ଷେତ୍ରରେ କ୍ରମାଗତ ଭାବେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ଚାଲିଛି। ସମ୍ପ୍ରତି ଜେଏସ୍‌ପିଏଲ୍‌ ବାଣିଜି୍ୟକ କାରବାର କ୍ଷେତ୍ରରେ ଓଡ଼ିଶାର ସୀମା ଟପି ଛତିଶଗଡ଼, ଝାଡ଼ଖଣ୍ଡରେ ମଧ୍ୟ ଷ୍ଟିଲ ଏବଂ ଉର୍ଜା ଉତ୍ପାଦନରେ ନିଜ ପାରଦର୍ଶିତାର ଛାପ ଛାଡ଼ି ପାରିଛି। ଭାରତ ଇତିହାସରେ କମ୍ପାନୀ ଏକ ମାଇଲ ଖୁଣ୍ଟ ଭାବେ ଉଭା ହୋଇଛି ବୋଲି କମ୍ପାନୀ ଏକ ପ୍ରେସ୍‌ ବିବୃତିରେ ଦର୍ଶାଇଛି।