ଜେଏସ୍‌ଡବ୍ଲ୍ୟୁକୁ ମିଳିଲା ଜଜାଙ୍ଗ ଖଣି

ଭୁବନେଶ୍ୱର,୭।୨(ବ୍ୟୁରୋ): ସଜ୍ଜନ ଜିନ୍ଦଲ ପରିଚାଳିତ ଜେଏସଡବ୍ଲ୍ୟୁ ଷ୍ଟିଲ କେନ୍ଦୁଝର ଜିଲାରେ ଥିବା ଜଜାଙ୍ଗ ଲୁହାପଥର ଖଣି ହାତେଇବାରେ ସଫଳ ହୋଇଛି। ଏହି ଖଣି ପାଇଁ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ ରାଜ୍ୟ ସରକାରଙ୍କୁ ଲୁହାପଥର ବିକ୍ରି ମୂଲ୍ୟର ୧୧୦ ପ୍ରତିଶତ ଦେବାକୁ ଚୁକ୍ତି କରିଛି। ଏହାକୁ ମିଶାଇ ଚଳିତ ନିଲାମ ପ୍ରକ୍ରିୟାରେ ଜେଏସ୍‌ଡବ୍ଲ୍ୟୁ ୪ଟି ଖଣିକୁ ହାତେଇ ସାରିଲାଣି।
ମିଳିଥିବା ସୂଚନା ଅନୁଯାୟୀ ଜେଏସଡବ୍ଲ୍ୟୁ ସର୍ବାଧିକ ନିଲାମଧାରୀ ଭାବେ ଓଡିଶାରୁ ୩୯.୪୨ ନିୟୁତ ଟନ ଖଣିକୁ ନେବାରେ ସଫଳ ହୋଇଛି। ଚଳିତ ନିଲାମ ପ୍ରକ୍ରିୟାରେ ଉକ୍ତ କମ୍ପାନୀ ସିରାଜୁଦ୍ଦିନ ଆଣ୍ଡ କୋ, ଲାଲ ଟ୍ରେଡର୍ସ, ରୁଙ୍ଗ୍‌ଟା ମାଇନ୍ସ, ଇଷ୍ଟର୍ନ ମାଇନିଂ, ଜେଏସ୍‌ପିଏଲ ଏବଂ ଆଦାନୀ ଭଳି କମ୍ପାନୀକୁ ପଛରେ ପକାଇ ଦେଇଛି। ଜେଏସ୍‌ଡବ୍ଲ୍ୟୁ ନିଲାମ ନେଇଥିବା ଜଜାଙ୍ଗ ଲୁହାପଥର ଖଣି ଏବେ ରୁଙ୍ଗ୍‌ଟା ମାଇନ୍ସ ହାତରେ ରହିଛି। ଏହାର ଲିଜ୍‌ ଅବଧି ଆସନ୍ତା ମାର୍ଚ୍ଚ ୩୧ରେ ଶେଷ ହେବ।
ସୂଚନାଯୋଗ୍ୟ ଯେ ଜେଏସଡବ୍ଲ୍ୟୁ ସୁନ୍ଦରଗଡ ଜିଲାର ଗନୁଆ ଲୁହାପଥର ଖଣି ହାତେଇଛି। କମ୍ପାନୀ ଏହି ଖଣିରୁ ରାଜ୍ୟ ସରକାରଙ୍କୁ ଲୁହାପଥରର ବିକ୍ରି ମୂଲ୍ୟର ୧୩୨ ପ୍ରତିଶତ ଦେବାକୁ ଚୁକ୍ତି କରିଛି। ଏହି ଖଣିର ଲିଜ୍‌ ଅବଧି ମଧ୍ୟ ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେବାକୁ ଯାଉଛି। ଏହି ଖଣିରେ ୧୧୮.୯୨ ନିୟୁତ ଟନ ଲୁହାପଥର ଗଚ୍ଛିତ ଥିବା ଆକଳନ କରାଯାଇଛି। ନିଲାମ ପ୍ରତିଯୋଗିତାରେ ଜେଜେଏସ୍‌ ଆଲୁଓ୍ବାଲିଆ, ରୁଙ୍ଗଟା ମାଇନ୍ସ ଲିମିଟେଡ, ଶ୍ୟାମ ଷ୍ଟିଲ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ଏବଂ ଆମଲାଗାମ୍‌ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡକୁ ହରାଇ ଜେଏସ୍‌ଡବ୍ଲ୍ୟୁ ଉକ୍ତ ଖଣି ଅକ୍ତିଆର କରିବାରେ ସଫଳ ହୋଇଛି। ଏହାଛଡା ପୂର୍ବରୁ ଆର୍ସେଲ ମିଟ୍ଟଲ, ବେଦାନ୍ତ, ଆଦାନୀ ଗ୍ରୁପକୁ ପଛରେ ପକାଇ କମ୍ପାନୀ ୭୯୦ ନିୟୁତ ଟନର ନୂଆଗାଁ ଏବଂ ୧୯୦ ନିୟୁତ ଟନର ନାରାୟଣପୋଷି ଖଣି ନେବାରେ ସଫଳ ହୋଇଛି। ଅନ୍ୟପକ୍ଷରେ ସିରାଜୁଦ୍ଦିନ ଆଣ୍ଡ କୋ ବଳଦା ଲୁହାପଥର ଖଣି ପାଇଥିବା ବେଳେ ଆର୍ସେଲର ମିଟ୍ଟଲ ଠାକୁରାଣୀ ଖଣି ପାଇବାରେ ସଫଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri