Categories: ଜାତୀୟ

ଜେଏନୟୁରେ ଛାତ୍ରୀଛାତ୍ରଙ୍କ ବିରୋଧ ପ୍ରଦର୍ଶନ ଜାରି, ସ୍ବାମୀ ବିବେକାନନ୍ଦଙ୍କ ମୂର୍ତ୍ତି ଭଙ୍ଗା ଘଟଣାର ଯାଞ୍ଚ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୫।୧୧: ଫି’ ବୃଦ୍ଧି ସହ ଅନ୍ୟାନ୍ୟ ଦାବି ନେଇ ସୋମବାର ଦିନ ଜବାହରଲାଲ ନେହେରୁ ୟୁନିଭର୍ସିଟି(ଜେଏନୟୁ) କ୍ୟାମ୍ପସ୍‌ ବାହାରେ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଜେଏନୟୁରେ ଲାଗି ରହିଥିବା ଫି’ ବିବାଦ ତୁଟିବାର ନାଁ ନେଉ ନ ଥିବାବେଳେ କିଛି ଅସାମାଜିକ ସ୍ବାମୀ ବିବେକାନନ୍ଦଙ୍କ ମୂର୍ତ୍ତି ଭଙ୍ଗାରୁଜା କରିଛନ୍ତି। ଭାରତୀୟ ଯୁବ ସମାଜର ଆଦର୍ଶ କୁହାଯାଉଥିବା ବିବେକାନନ୍ଦଙ୍କର ମୂର୍ତ୍ତି ଭଙ୍ଗାଯିବାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। କୁଳପତି ଜଗଦୀଶ କୁମାର ମୂର୍ତ୍ତି ଭଙ୍ଗା ଘଟଣାର ରିପୋର୍ଟ ମାଗିଛନ୍ତି। ଏହା ପୂର୍ବରୁ ଫି’ ବୃଦ୍ଧିକୁ ନେଇ କୁଳପତିଙ୍କ ନାଁରେ ପୁରା କ୍ୟାମ୍ପସ ବିଭିନ୍ନ ସ୍ଥାନରେ ନାରା ବାଜି ସହ ସ୍ଲୋଗାନ ଲେଖାଯାଇଥିଲା। ଫି’ ପାଇଁ ଜାରି ନିର୍ଦ୍ଦେଶ ପ୍ରତ୍ୟାହାର ସହ ନୂଆ ପରିମାଣର ଫି’ ଲାଗୁ ହୋଇଥିଲେ ହେଁ ଏହି ବିବାଦ ଥମୁନାହିଁ। ଜେଏନୟୁ ଛାତ୍ର ସଙ୍ଗଠନ ଏହି ପ୍ରତିବାଦ କରିଛନ୍ତି। ପ୍ରତିବାଦକାରୀଙ୍କ ଉଗ୍ର କାର୍ଯ୍ୟକଳାପ ଆଶଙ୍କାରେ ପୋଲିସ ବେରିକେଡ ବସାଇଥିବାରୁ କେତେକ ଛାତ୍ର ପୋଲିସ ସହ ସଂଘର୍ଷ କରିଥିବାର ଦେଖାଯାଇଥିଲା।

Share